ETV Bharat / sports

ଟେଷ୍ଟ ଟିମର ଅଧିନାୟକ ଭାର ସମ୍ଭାଳିବାକୁ ପ୍ରସ୍ତୁତ: ମହମ୍ମଦ ସାମି

author img

By

Published : Jan 27, 2022, 10:10 PM IST

ଟେଷ୍ଟ ଟିମର ଅଧିନାୟକ ଭାର ସମ୍ଭାଳିବାକୁ ପ୍ରସ୍ତୁତ ବୋଲି କହିଲେ ଦ୍ରୁତ ବୋଲର ମହମ୍ମଦ ସାମି । ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାପରେ ନୂଆ ନେତୃତ୍ବ କାହାକୁ ମିଳିବ ବୋଲି ଚର୍ଚ୍ଚା ଲାଗି ରହିଛି । ଅଧିକ ପଢନ୍ତୁ

Who doesn't want to captain the Indian team, says Mohammed Shami
ଟେଷ୍ଟ ଟିମର ଅଧିନାୟକ ଭାର ସମ୍ଭାଳିବାକୁ ପ୍ରସ୍ତୁତ: ମହମ୍ମଦ ସାମି

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଡ ବୟାନ । ଟେଷ୍ଟ ଟିମର ଅଧିନାୟକ ଭାର ସମ୍ଭାଳିବାକୁ ପ୍ରସ୍ତୁତ । ଭାରତୀୟ ଟିମର ନେତୃତ୍ବ ଚାପ ବର୍ତ୍ତମାନ ସମୟରେ ନାହିଁ ବୋଲି କହିଛନ୍ତି ସାମି । ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାପରେ ନୂଆ ନେତୃତ୍ବ ନେଇ ଚର୍ଚ୍ଚା ଲାଗି ରହିଛି । BCCI ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇନଥିବାବେଳେ, ଏକାଧିକ ନାମ ଚର୍ଚ୍ଚାରେ ରହିଛି ।

ସାମି କହିଛନ୍ତି, "ବର୍ତ୍ତମାନ ସ୍ଥିତିରେ ନେତ୍ବତ୍ବ ନେବା ନେଇ ମୁଁ ଚିନ୍ତା କରୁନାହିଁ । ସମସ୍ତ ପ୍ରକାର ଦାୟିତ୍ବ ପାଇଁ ପ୍ରସ୍ତୁତ । ସତ କହିବାକୁ ଗଲେ, ଭାରତୀୟ ଟିମର ଅଧିନାୟକ ହେବାକୁ କିଏ ଚାହିଁବ ନାହିଁ, ମାତ୍ର ଏହା କେବଳ ଏକମାତ୍ର ବିକଳ୍ପ ନୁହେଁ, ଟିମ ପାଇଁ ଯଥାସମ୍ଭବ ସମସ୍ତ ପ୍ରକାର ଯୋଗଦାନ କରିବାକୁ ଚାହେଁ ।"

ଗତ ୬ ମାସ ଧରି ଲଗାତାର ଖେଳୁଥିବାରୁ ଭେଟେରାନ ଦ୍ରୁତ ବୋଲରଙ୍କୁ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯଆଉଥିବା ଟିମ ଇଣ୍ଡିଆର ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରୁ ବିଶ୍ରାମ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: FIH Pro League: 20 ଜଣିଆ ଭାରତୀୟ ପୁରୁଷ ହକି ଟିମରେ 2 ଓଡିଆ

କାରବିୟନ ଟିମ ବିପକ୍ଷରେ ଭାରତ ୩ଟି ODI ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବା ନେଇ ସୂଚୀ ରହିଛି । ଦିନିକିଆ ସିରିଜ ଫେବୃଆରୀ ୬ରୁ ଅହମ୍ମଦାବାଦରେ ଖେଳାଯିବାକୁ ଥିବାବେଳେ, ଫେବୃଆରୀ ୧୬ରୁ କୋଲକାତାରେ ଟି-୨୦ ସିରିଜ ଖେଳାଯିବ । ରୋହିତ ଶର୍ମା ସୀମିତ ଓଭର ସିରିଜରେ ଭାରତର ନେତୃତ୍ବ ନେବେ ଓ କେଏଲ ରାହୁଲ ଉପ-ଅଧିନାୟନ ରହିବେ । ଦିନିକିଆ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫେବୃଆରୀ ୬, ୯ ଓ ୧୧ ତାରିଖରେ ଖେଳାଯିବ । ସେହିପରି ଐତିହାସିକ ଇଡେନ ଗାର୍ଡେନରେ ଟି-୨୦ ସିରିଜର ୩ଟି ମ୍ୟାଚ୍‌ ଯଥାକ୍ରମେ ଫେବୃଆରୀ ୧୬, ୧୮ ଓ ୨୦ ତାରିଖରେ ଖେଳାଯିବ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.