ETV Bharat / sports

IND vs WI: ପ୍ରଥମ ଟି-୨୦ରେ ଭାରତକୁ ୧୫୮ ଟାର୍ଗେଟ - ଭାରତ ବନାମ ଇଣ୍ଡିଜ୍‌ ପ୍ରଥମ ଟି-୨୦

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସରିଜ । ଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍‌ କରିଛି । ଅଧିକ ପଢ଼ନ୍ତୁ

IND vs WI: ପ୍ରଥମ ଟି-୨୦ରେ ଭାରତକୁ  ୧୫୮ ଟାର୍ଗେଟ

author img

By

Published : Feb 16, 2022, 9:28 PM IST

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସରିଜ । ପ୍ରଥମ ମ୍ୟାଚ୍‌ରେ ଭାରତ ପ୍ରଥମେ ଟସ୍‌ ଜିତି ପୋଲିସଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଇଣ୍ଡିଜ ଦଳ ପ୍ରଥମ ଓଭରରୁ ହିଁ ୱିକେଟ ହରାଇଥିଲା । ତେବେ ନିକୋଲାସ ପୂରନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇ ପାରିଛି ।

ସେପଟେ ଭାରତୀୟ ବୋଲର ଆଜି ଶୃଙ୍ଖଳିତ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ବର କୁମାର, ଦୀପକ ଚହର ଓ ୟୁଜିବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଓ ରବି ବିଷ୍ଣୋଇ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଇଣ୍ଡିଜ ବ୍ୟାଟର ଲଗାତାର ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା ।

ଇଣ୍ଡିଜ୍‌ ପକ୍ଷରୁ ନିକୋଲାସ ପୂରନ ୬୧ ରନ୍‌ କରିଥିବା ବେଳେ ଅଧିନାୟକ କୈରନ ପୋଲାର୍ଡ ୧୯ ବଲ୍‌ରୁ ୨୪ ରନ୍‌ କରିଥିଲେ । କାଇଲ ମାୟର୍ସ ମଧ୍ୟ ୩୧ ରନ୍‌ କରିଥିଲେ । ତେବେ ଆଉ କୌଣସି ବ୍ୟାଟର ଭାରତୀୟ ବୋଲର ଆଗରେ ଠିଆ ହୋଇ ପାରିନଥିଲେ । ତେବେ ଏହି ପିଚ୍‌ରେ ଭାରତୀୟ ବ୍ୟାଟର କିଭଳି ବ୍ୟାଟିଂ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.