ETV Bharat / sports

Duleep Trophy: ପଶ୍ଚିମାଞ୍ଚଳ ଦୁଲୀପ ଟ୍ରଫି ଚମ୍ପିଆନ

author img

By

Published : Sep 26, 2022, 11:06 AM IST

2022-23 ସିଜନରେ ଦୁଲୀପ ଟ୍ରଫି ବିଜୟୀ ହେବାର ଗୌରବ ଅର୍ଜନ କରିଛି ପଶ୍ଚିମାଞ୍ଚଳ ଟିମ୍ । ଦକ୍ଷିଣାଞ୍ଚଳକୁ 294 ରନରେ ପରାସ୍ତ କରି ବାଜି ମାରିଛି ଅଜିଙ୍କ୍ୟ ରାହାଣେଙ୍କ ଦଳ । ଅଧିକ ପଢନ୍ତୁ

Duleep Trophy
ପଶ୍ଚିମାଞ୍ଚଳ ଦୁଲୀପ ଟ୍ରଫି ଚାମ୍ପିଅନ

ହାଇଦ୍ରାବାଦ: ଦୁଲୀପ ଟ୍ରଫି ଚମ୍ପିଆନ ହୋଇଛି ପଶ୍ଚିମାଞ୍ଚଳ ଟିମ୍ । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧୀନ ପଶ୍ଚିମାଞ୍ଚଳ ଟିମ୍ 2022-23 ସିଜନରେ ଦୁଲୀପ ଟ୍ରଫି ବିଜୟୀ ହେବାର ଗୌରବ ଅର୍ଜନ କରିଛି । ଫାଇନାଲ ମୁକାବିଲାରେ ଦକ୍ଷିଣାଞ୍ଚଳକୁ 294 ରନରେ ପରାସ୍ତ କରି ବାଜି ମାରିଛି ପଶ୍ଚିମାଞ୍ଚଳ । ମ୍ୟାଚର ପଞ୍ଚମ ଦିନରେ ଦକ୍ଷିଣାଞ୍ଚଳ ଦ୍ବିତୀୟ ଇନିଂସରେ 234 ରନରେ ଅଟକି ଯାଇଥିଲା । ଦ୍ବିଶତକୀୟ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଯୁବ ଓପନର ଯଶସ୍ବୀ ଜୈସ୍ବାଲ ପ୍ଲେୟାର ଅଫ୍ ଦ ମ୍ୟାଚ ଏବଂ ପେସ ବୋଲର ଜୟଦେବ ଉନାକାତ ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ । ଚତୁର୍ଥ ଦିନ ସୁଦ୍ଧା ପଶ୍ଚିମାଞ୍ଚଳ ବିଜୟ ନିଶ୍ଚିନ୍ତ ଥିଲା ।

ପଞ୍ଚମ ଦିନ ତଥା ଅନ୍ତିମ ଦିନରେ ପଞ୍ଚିମାଞ୍ଚଳକୁ ବିଜୟ ପାଇଁ 4 ୱିକେଟ ଆବଶ୍ୟକ ଥିଲା । 529 ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣାଞ୍ଚଳ ଷ୍ଟମ୍ପ ଅପସାରଣ ସୁଦ୍ଧା 6 ୱିକେଟ ହରାଇ 154 ରନ କରିଥିଲା । ଦକ୍ଷିଣାଞ୍ଚଳ 234 ରନରେ ଅଟକି ଯାଇଥିଲା । ଦଳ ପକ୍ଷରୁ ରବି ତେଜା 53 ରନ ଓ କ୍ରିଷ୍ଣାପ୍ପା ଗୋଥମ 17 ରନ କରିଥିଲେ । ପଞ୍ଚିମାଞ୍ଚଳ ପକ୍ଷରୁ ସାମ୍ସ ମୁଲାନି 4ଟି ୱିକେଟ ଅକ୍ତିଆର କରିଥିଲେ।

ଏହା ବି ପଢନ୍ତୁ...ଭଉଣୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ ନେଇ ଦୂତିଙ୍କ ପ୍ରତିକ୍ରିୟା

ଏହି ମ୍ୟାଚରେ ପୂର୍ବରୁ ପଶ୍ଚିମାଞ୍ଚଳ 270 ରନ କରିଥିଲା । ଜବାବରେ ଦକ୍ଷିଣାଞ୍ଚଳ 327 ରନ କରି ପ୍ରଥମ ଇନିଂସରେ ଆଗୁଆ ଥିଲା । 57 ରନ ପଛୁଆ ଥିବା ପଶ୍ଚିମାଞ୍ଚଳ ଦ୍ବିତୀୟ ଇନିଂସରେ 585/4ରେ ପାଳି ଘୋଷଣା କରିଥିଲା । ଦଳ ପକ୍ଷରୁ ଜୈସ୍ବାଲ 265, ସର୍ଫରାଜ ଖାନ 127, ଶ୍ରେୟାସ ଆୟର 71 ଓ ହେତ ପଟେଲ ଅପରାଜିତ 51 ରନ କରିଥିଲେ । ପଶ୍ଚିମାଞ୍ଚଳ ମୋଟ 18ଥର ଦୁଲୀପ ଟ୍ରଫି ଜିତିଛି । ଏହା ସହ ଉତ୍ତରାଞ୍ଚଳର ସମକକ୍ଷ ହୋଇଛି । 33 ଥର ଫାଇନାଲ ଖେଳିଛି ପଶ୍ଚିମାଞ୍ଚଳ ।

ବିଜୟ ପରେ ପ୍ରତିକ୍ରିୟାରେ ପଶ୍ଚିମାଞ୍ଚଳ ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି,'' ମୁଁ ଭାବୁଛି ଜୋନାଲ କ୍ରିକେଟ ସେହି ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଯିଏ କି ସେମାନଙ୍କ ରାଜ୍ୟ ପାଇଁ ଭଲ କରୁଛନ୍ତି । ରଣଜୀ ଟ୍ରଫି, ଇରାନୀ ଟ୍ରଫି ଏବଂ ଦୁଲୀପ ଟ୍ରଫି ଆମ ଟେଷ୍ଟ କ୍ରିକେଟକୁ ଭବିଷ୍ୟତରେ ସୃଦୁଢ କରିବା ନେଇ ବହୁତ ଗୁରୁତ୍ବପୂର୍ଣ୍ଣ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.