ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ସୁନୀଲ ନାରିିନଙ୍କ ଅବସର

author img

By ETV Bharat Odisha Team

Published : Nov 6, 2023, 10:27 AM IST

ୱେଷ୍ଟ ଇଣ୍ଡିଜ ସ୍ପିନର ସୁନୀଲ ନାରିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । 2019ରେ ୱେଷ୍ଟଇଣ୍ଡିଜ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ଅଧିକ ପଢ଼ନ୍ତୁ

ଅନ୍ତର୍ଜାତୀୟ କ୍ରିକେଟରୁ ସୁନୀଲ ନାରିିନଙ୍କ ଅବସର
sunil narine retirement from international cricket

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟରୁ ସୁନୀଲଙ୍କ ସନ୍ୟାସ । ୱେଷ୍ଟଇଣ୍ଡିଜ ସ୍ପିନର ସୁନୀଲ ନାରିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । 35 ବର୍ଷୀୟ ସୁନୀଲ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏହି ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେଳେ ସାରା ବିଶ୍ବରେ ଫ୍ରାଞ୍ଚାଇଜ କ୍ରିକେଟରେ ଖେଳିବା ଜାରି ରଖିବେ ସୁନୀଲ । 2011ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।

ଏହା ବି ପଢନ୍ତୁ...Cricket World Cup: ଇଂଲଣ୍ଡ ଟିମକୁ ପୁଣି ଝଟକା, ବିଶ୍ବକପ ମଝିରେ ଅବସର ଘୋଷଣା କଲେ ଷ୍ଟାର ବୋଲର

ସୁନୀଲ ନାରିନ 2011ରେ ଚମ୍ପିଆନ୍ସ ଟ୍ରଫି ଲିଗ୍‌ ଟି-20 ଟୁର୍ଣ୍ଣାମେଣ୍ଟରୁ ଚର୍ଚ୍ଚାକୁ ଆସିଥିଲେ । ସେହି ବର୍ଷ ସେ ୱେଷ୍ଟଇଣ୍ଡିଜ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ମାତ୍ର 6ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିବା ବେଳେ ଅନ୍ତିମ ଟେଷ୍ଟ୍‌ ଏକ ଦଶନ୍ଧି ତଳେ ଖେଳିଥିଲେ । 2012ରେ ୱେଷ୍ଟଇଣ୍ଡିଜକୁ ଟି-20 ବିଶ୍ବକପ ଚମ୍ପିଆନ କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ସେହି ବର୍ଷ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଦଳ ଚମ୍ପିଆନ ହୋଇଥିଲା, ଏହି ଟିମ୍‌ର ସଦସ୍ୟ ଥିଲେ ସୁନୀଲ ନାରିନ । ସେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବି ବିବେଚିତ ହୋଇଥିଲେ । 2015 ନଭେମ୍ବରରେ ତାଙ୍କ ବୋଲିଂ ଆକ୍ସନକୁ ଆଇସିସି ବ୍ୟାନ କରିଥିଲା । 2016 ଏପ୍ରିଲ 16ରେ ତାଙ୍କ ଉପରୁ ବାସନ୍ଦାଦେଶ ହଟିଥିଲା । ଏହାପରେ ତାଙ୍କୁ ଦଳରେ ଖୁବ କମ ସୁଯୋଗ ମିଳିଥିଲା ।

ଏହା ବି ପଢନ୍ତୁ...ଧୋନିଙ୍କ ଖୁଲାସା: କହିଲେ ନିରାଶ କରିଥିଲା ୨୦୧୯ ବିଶ୍ବକପ ସେମି ବିଫଳତା, ଅବସର ପାଇଁ ସେବେ ନେଇଥିଲି ନିଷ୍ପତ୍ତି

ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର କ୍ରିକେଟରେ 8 ବର୍ଷ ଦେଇଛନ୍ତି । 2019 ଟି-20 ମ୍ୟାଚରେ ସେ ଶେଷ ଥର ପାଇଁ ମ୍ୟାନ ଇନ ମେରୁନ ଦଳରେ ଖେଳିଥିଲେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି, ''ଦୀର୍ଘ 4 ବର୍ଷ ପୂର୍ବେ ମୁଁ ଦଳ ପାଇଁ ଶେଷ ଥର ଖେଳିଥିଲି । ଆଜି ମୁଁ ଅବସର ଘୋଷଣା କରୁଛି । କିଛି ଲୋକ ଅଛନ୍ତି ବ୍ୟକ୍ତିଗତ ଭାବେ ମୋ କ୍ୟାରିୟରରେ ମୋତେ ସମର୍ଥନ କରିଛନ୍ତି । ୱେଷ୍ଟଇଣ୍ଡିଜ୍‌ରୁ ପ୍ରତିନିଧିତ୍ବ କରିବାର ସ୍ବପ୍ନ ସାକାର କରିବାରେ ମୋତେ ସାହାଯ୍ୟ କରିଛନ୍ତି । ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ ।''

ସୁନୀଲ ନାରିନ ତାଙ୍କ କ୍ୟାରିୟରରେ 122ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିରେ 6ଟି ଟେଷ୍ଟ, 65ଟି ଦିନିକିଆ ଓ 51ଟି ଟି-ଟ୍ବେଣ୍ଟି ମ୍ୟାଚ ରହିଛି । 2012ରେ ଦଳକୁ ଟି-ଟ୍ବେଣ୍ଟି ବିଶ୍ବକପ ଚମ୍ପିଆନ କରାଇବାରେ ତାଙ୍କର ବଡ଼ ଭୂମିକା ରହିଥିଲା । 122ଟି ମ୍ୟାଚ୍‌ରେ ସେ ମୋଟ 165 ୱିକେଟ୍‌ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.