ETV Bharat / sports

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ସ୍କ୍ବାଡ୍‌ ଘୋଷଣା - ୱେଷ୍ଟଇଣ୍ଡିଜର ଭାରତ ଗସ୍ତ

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ୱେଷ୍ଟଇଣ୍ଡିଜ ଟିମ । ଅହମ୍ମଦାବାଦରେ ODI ସିରିଜ ଶେଷ ପରେ ଫେବୃଆରୀ ୧୬ରୁ ଇଡେନ ଗାର୍ଡେନ, କୋଲକାତାରେ ଖେଳାଯିବ ଟି-୨୦ ସିରିଜ । ଅଧିକ ପଢନ୍ତୁ

West Indies name squad for T20Is against India
ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ସ୍କ୍ବାଡ୍‌ ଘୋଷଣା
author img

By

Published : Jan 30, 2022, 3:54 PM IST

ଆଣ୍ଟିଗୁଆ: ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ୱେଷ୍ଟଇଣ୍ଡିଜ ଟିମ । ଅହମ୍ମଦାବାଦରେ ODI ସିରିଜ ଶେଷ ପରେ ଫେବୃଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ସିରିଜରେ କାରବିୟନ ଟିମର ନେତୃତ୍ବ ନେବେ କିରନ ପୋଲାର୍ଡ । ନିକୋଲାସ ପୋରୋନଙ୍କୁ ଭାଇସ-କ୍ୟାପଟେନ ଦାୟିତ୍ବ ମିଳିଛି ।

ଏହାମଧ୍ୟ ପଢନ୍ତୁ: U19 WC: ବାଂଲାଦେଶକୁ ୫ ୱିକେଟରେ ହରାଇ ସେମିରେ ଭାରତ

ODI ସ୍କ୍ବାଡ୍‌ରେ ଥିବା ଶମରହ ବ୍ରୁକସ, କ୍ରୁମାହ ବୁନର ଓ କେମାର ରୋଚ୍‌ ଟି-୨୦ ସ୍କ୍ବାଡ୍‌ରୁ ବାଦ୍‌ ପଡିଛନ୍ତି । ଫେବୃଆରୀ ୬ରୁ ଫେବୃଆରୀ ୧୧ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ପାଇଁ ପୂର୍ବରୁ ସ୍କ୍ବାଡ୍‌ ଘୋଷଣା କରିସାରିଛି ୱେଷ୍ଟଇଣ୍ଡିଜ । ଘୋଷିତ ସ୍କ୍ବାଡ୍‌ରେ ପୋଲାର୍ଡ, ଜେସନ ହୋଲ୍ଡର ଓ ରଭମନ ପୱେଲଙ୍କ ଭଳି ଏକାଧିକ ଅଲରାଉଣ୍ଡରଙ୍କୁ ସ୍ଥାନ ମିଳିଛି ।

ୱେଷ୍ଟଇଣ୍ଡିଜ ସ୍କ୍ବାଡ୍‌: କିରନ ପୋଲାର୍ଡ(କ୍ୟାପଟେନ୍‌), ନିକୋଲାସ ପୋରୋନ(ଭାଇସ କ୍ୟାପଟେନ୍‌), ଫାବିଏନ ଆଲେନ, ଡାରେନ ବ୍ରାଭୋ, ରୋଷ୍ଟନ ଚେଜ୍‌, ସେଲଡନ କଟ୍ରେଲ୍‌, ଡୋମିନିକ ଡ୍ରେକ୍‌ସ, ଜେସନ ହୋଲ୍ଡର, ସାଇ ହୋପ୍‌, ଅକିଲ୍‌ ହୋସେନ, ବ୍ରେଣ୍ଡନ କିଙ୍ଗ୍‌, ରଭମନ ପୱେଲ, ଓଡେନ ସ୍ମିଥ୍‌, ରୋମାରିଓ ସେଫର୍ଡ, କେଲ ମେୟର୍ସ, ହେଡନ ୱାର୍ଲ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.