ETV Bharat / sports

ସବୁ ଫର୍ମାଟରେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌, ପ୍ରଥମ ଭାରତୀୟ କ୍ରିକେଟର ବନିଲେ ବିରାଟ

author img

By

Published : Aug 28, 2022, 7:16 PM IST

ତିନୋଟି ଫର୍ମାଟରେ ୧୦୦ଟି ମ୍ୟାଚ ଖେଳିବାରେ ବିରାଟ ପ୍ରଥମ ଭାରତୀୟ କ୍ରିକେଟର ହେବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ଷ୍ଟାର ବ୍ୟାଟର ଏବିଡିଭିଲିୟର୍ସ AB de Villiers ବିରାଟଙ୍କ ୧୦୦ ତମ ଟି୨୦ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ବିରାଟଙ୍କ ୧୦୦ ତମ ଟି-୨୦ ମ୍ୟାଚ ପାଇଁ ଏବି ଡି ଭିଲିୟର୍ସଙ୍କ ଶୁଭେଚ୍ଛା

ହାଇଦ୍ରାବାଦ: ବିରାଟ କୋହଲି ଖେଳୁଛନ୍ତି ୧୦୦ତମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ । ଅନ୍ତର୍ଜାତୀୟ କ୍ୟାରିୟରେ ବିରାଟ ୧୦୦ତମ ଟି୨୦ ମ୍ୟାଚ ଖେଳିବା ନେଇ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ବିଶ୍ବବ୍ୟାପୀ ଷ୍ଟାର ବ୍ୟାଟ୍‌ରଙ୍କୁ ତାଙ୍କର ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକା ଷ୍ଟାର ବ୍ୟାଟର ଏବି ଡି ଭିଲିୟର୍ସ (AB de Villiers ) ବିରାଟଙ୍କ ୧୦୦ ତମ ଟି୨୦ ମ୍ୟାଚ୍‌ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଭିଲିୟର୍ସ ସର୍ବଦା କୋହଲିଙ୍କ ଜଣେ ଭଲ ବନ୍ଧୁ ଭାବେ ରହିଛନ୍ତି ।

୧୦୦ତମ ଟି୨୦ ମ୍ୟାଚ୍‌ ସହ ବିରାଟ ତିନୋଟି ଫର୍ମାଟରେ ୧୦୦ଟି ମ୍ୟାଚ ଖେଳିବା ବିରାଟ ପ୍ରଥମ ଭାରତୀୟ କ୍ରିକେଟର ହେବାକୁ ଯାଉଛନ୍ତି (first Indian cricket player to play 100 matches across all three formats ) । ଏପର୍ଯ୍ୟନ୍ତ ବିରାଟ କୋହଲି ୧୦୨ଟି ଟେଷ୍ଟ ଖେଳିଥିବାବେଳେ, ୨୬୨ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବିରାଟଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ ତମ ଟି୨୦ ମ୍ୟାଚ ହେବାକୁ ଯାଉଛି ।

ଡି ଭିଲିୟର୍ସ କହିଛନ୍ତି "ମୁଁ ଏହି ଅବସରରେ ମୋର ବହୁତ ଭଲ ବନ୍ଧୁ ବିରାଟ କୋହଲିଙ୍କୁ ତିନୋଟି ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳିବାକୁ ଥିବା ପ୍ରଥମ ଭାରତୀୟ କ୍ରିକେଟର ହିସାବରେ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଏହା ବିରାଟ କୋହଲିଙ୍କ ବିରାଟ ଉପଲବ୍ଧି । ଆମ ସମସ୍ତେ ଆପଣଙ୍କ ପାଇଁ ଗର୍ବିତ । ଆପଣଙ୍କ ଅନ୍ତର୍ଜାତୀୟ ୧୦୦ତମ ଟି୨୦ ମ୍ୟାଚ୍‌ ପାଇଁ ଶୁଭକାମନା (We're all very proud of you and all the very best in your 100th T20 international game )। ଆମେ ଆପଣଙ୍କ ପ୍ରଦର୍ଶନକୁ ଅପେକ୍ଷା କରିଛୁ ।"

ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୨୦୧୦ ମସିହା ଜିମ୍ବାୱେ ବିପକ୍ଷରେ ହରାରେ ସ୍ପର୍ଟସ କ୍ଲବରେ ନିଜର ଟି୨୦ ଡେବ୍ୟୁ କରିଥିଲେ । ପ୍ରଥମ ଟି୨୦ ମ୍ୟାଚରେ ବିରାଟ କୋହଲି ୨୧ ବଲରୁ ୩ ଟି ଚୌକା ଏବଂ ଗୋଟିଏ ଛକା ସହିତ ୨୬ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଭାରତ ଏହି ମ୍ୟାଚରେ ୬ ୱିକେଟରେ ଜିମ୍ବାୱେକୁ ହରାଇଥିଲା । ସେବେଠାରୁ ସେ ଅନ୍ତର୍ଜାତୀୟ ଟି୨୦ରେ ୯୯ଟି ମ୍ୟାଚ୍‌ ଖେଳି ୩୩୦୮ ରନ ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.