ETV Bharat / sports

ହାତରେ ବନ୍ଧୁକ-ମୁହଁରେ ବନ୍ଧୁତା - ଜୟ ଶାହା

ଭାରତରେ ମଧ୍ୟ ଆଗାମୀ ଟି-୨୦ ବିଶ୍ବକପରେ ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଭାରତ ଓହରିଯିବାକୁ ଦାବି ହେଉଛି । ଅଧିକ ପଢନ୍ତୁ...

We need to create a cricketing bond: Raja on meeting with Ganguly and Shah
ହାତରେ ବନ୍ଧୁକ, ମୁହଁରେ ବନ୍ଧୁତା
author img

By

Published : Oct 18, 2021, 10:04 PM IST

Updated : Oct 18, 2021, 10:47 PM IST

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ଅବସ୍ଥା ସମସ୍ତଙ୍କୁ ଜଣା । ଏକାଧିକ ଦେଶ ପାକିସ୍ତାନରେ କ୍ରିକେଟ ଖେଳିବାକୁ ସୁରକ୍ଷିତ ମଣୁନାହାନ୍ତି । ବିଶ୍ବର ବଡ ବଡ ଟିମ ପାକିସ୍ତାନ ଗସ୍ତ ବାତିଲ କରୁଛନ୍ତି । ଏପରିକି ଯେଉଁ ଟିମଗୁଡିକ ଦ୍ବିପାକ୍ଷିକ କ୍ରିକେଟ ସିରିଜ ଖେଳିବାକୁ ପାକ୍‌ ବୋର୍ଡକୁ କଥା ଦେଇଥିଲେ ଶେଷ ମୁହୂର୍ତ୍ତରେ ଓହରିଯାଉଛନ୍ତି । ନିକଟରେ ନ୍ୟୁଜିଲାଣ୍ଡ ଟିମ ପାକିସ୍ତାନରେ ସିରିଜ ଖେଳିବାକୁ ପହଞ୍ଚିଥିଲେ ମଧ୍ୟ ମ୍ୟାଚ୍‌ ଆରମ୍ଭର କିଛି ମିନିଟ ପୂର୍ବରୁ ଗସ୍ତ ବାତିଲ କରି ସ୍ବଦେଶ ଫେରିଯାଇଥିଲା ।

ଭାରତରେ ମଧ୍ୟ ଆଗାମୀ ଟି-୨୦ ବିଶ୍ବକପରେ ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଭାରତ ଓହରିଯିବାକୁ ଦାବି ହେଉଛି । ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତତା ଚରମସୀମାରେ ଥିବାଯୋଗୁଁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଏହି ମ୍ୟାଚ୍‌ ନେଇ ପୁନଃବିଚାର କରିବାକୁ ମତ ଦେଇଛନ୍ତି । ପାକିସ୍ତାନୀ ଆତଙ୍କୀଙ୍କ ବର୍ବରତାର ଶିକାର ହୋଇଛନ୍ତି ନୀରିହ ଅଣ କାଶ୍ମୀରୀ ସାଧାରଣ ନାଗରିକ । ଘାଟିରେ ପ୍ରତିଦିନ ନୀରିହ ଜୀବନ ନେଉଥିବା ପାକିସ୍ତାନୀ ଆତଙ୍କୀ ବର୍ବରତାର ସୀମା ଟପିଛନ୍ତି ।

ତେବେ ନୂଆକରି ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ଚେୟାରମ୍ୟାନ ହୋଇଥିବା ରମିଜ ରାଜା ଭାରତ ସହ କ୍ରିକେଟ ସଂପର୍କ ଅଧିକ ନିବିଡ କରିବାକୁ , BCCI ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ସହ ଏକ ବୈଠକରେ ସାମିଲ ହେବାପରେ କହିଛନ୍ତି । ଏସିଆନ କ୍ରିକେଟ କାଉନସିଲ ବୈଠକରେ ଏସିଆ କପ୍‌ ୨୦୨୩ର ଆୟୋଜନ ପାକିସ୍ତାନକୁ ମିଳିଥିବା ରାଜା କହଛନ୍ତି । ଏଥିସହ ଏହି ଟୁର୍ଣ୍ଣାମେଣ୍ଟ ନ୍ୟୁଟ୍ରାଲ ଭେନ୍ୟୁ ବଦଳରେ ପାକିସ୍ତାନରେ ଆୟୋଜିତ କରିବାକୁ PCBର ଲକ୍ଷ୍ୟ ଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଗାମୀ ଦିନରେ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ ସଂପର୍କରେ ସ୍ପଷ୍ଟ କରିବା ନେଇ ଅପେକ୍ଷା ରହିଛି ।

ନିକଟରେ PCB ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେୟାରମ୍ୟାନ ରମିଜ ରାଜା କହିଥିଲେ, ଭାରତୀୟ ବ୍ୟବସାୟୀକ ସଂସ୍ଥା ଯୋଗୁଁ ପାକିସ୍ତାନ କ୍ରିକେଟ ଚାଲୁଛି । ଯଦି ଭାରତର ପ୍ରଧାନମନ୍ତ୍ରୀ ଚାହାନ୍ତି, ପାକିସ୍ତାନ କ୍ରିକେଟ ବୋର୍ଡ ଭୁଷୁଡିପଡିବ ।

ସେପଟେ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ବହୁପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ବଢୁଛି ଉତ୍କଣ୍ଠା । ଏହି ମ୍ୟାଚ୍‌କୁ ବାତିଲ କରିବାକୁ ହେଉଥିବା ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ଉପସଭାପତି ରାଜୀବ ଶୁକ୍ଳା ।

ଘାଟିରେ ଅଣ କାଶ୍ମୀରୀ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି BCCI ଉପସଭାପତି । ମାତ୍ର ଅନ୍ତର୍ଜାତୀୟ ପ୍ରତିବଦ୍ଧତା ଯୋଗୁଁ ବୋର୍ଡ ଏହି ମ୍ୟାଚ୍‌ରୁ ଓହରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2021, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.