ସାଉଥମ୍ପଟନ: ନ୍ୟୁଜିଲାଣ୍ଡ ୱିକେଟ କିପର-ବ୍ୟାଟ୍ସମ୍ୟାନ ବିଜେ ୱାଟଲିଙ୍ଗ ଆଶା କରୁଛନ୍ତି ଯେ ତାଙ୍କ ଟେଷ୍ଟ କ୍ୟାରିରକୁ ସେ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ (WTC Final) ରେ ବିଜୟ ସହ ଶେଷ କରିବେ । ଶୁକ୍ରବାର ଠାରୁ ସାଉଥମ୍ପଟନରେ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ ।
ଇଲଂଣ୍ଡ ସହ ଟେଷ୍ଟ ବେଳେ ଆହତ ହୋଇ ସୁସ୍ଥ ହେବା ପରେ ୱଟଲିଂ ନିଜର 75 ତମ ଟେଷ୍ଟ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି ।
‘‘ମୁଁ ପୁଣି ଏକ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି । ଏହା ଏକ ରୋମାଞ୍ଚକ ମ୍ୟାଚ ହେବ । ମୁଁ ଏହି ମ୍ୟାଚକୁ ମଧ୍ୟ ବାକି ସବୁ ଟେଷ୍ଟ ମ୍ୟାଚ ପରି ଯିତିବା ଚେଷ୍ଟା ଆଉ ଲକ୍ଷ୍ୟ ରଖି ଖେଳିବି,’’ ବୋଲି 35 ବର୍ଷୀୟ ୱଟଲିଂ କହିଛନ୍ତି ।
ୱଟଲିଂ 2009 ମସିହାରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ଏହାର କିଛି ପର୍ଷ ପରେ ମିଡିଲ ଅର୍ଡରରେ ନିଜକୁ ସେ ଜଣେ ବ୍ୟାଟ୍ସମ୍ୟାନ ଭାବେ ପରିଚିତ କରାଇ ପାରିଥିଲେ ।
ନିଜ ଲମ୍ବା କ୍ୟାରିଅରରେ ସେ ଗୁରୁତର ଆହତ ହୋଇନଥିବାରୁ ସେ ଧନ୍ୟବାଦ ଦେଇଛନ୍ତି ।
‘‘ମୁଁ ନିଶ୍ଚିତ ଭାବେ ନ୍ୟୁଜିଲାଣ୍ଡ ପାଇଁ କ୍ରିକେଟ୍ ଖେଳିବା ବେଳେ ଦଳଲ ସହ ଅନେକ ଭଲ ସମୟ ଅତିବାହିତ କରିଛି।’’
ଗତ ସପ୍ତାହରେ 22 ବର୍ଷ ପରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ଟେଷ୍ଟ ସିରିଜରେ ପରାଜିତ କରିଥିଲା ।
ଏହା ନିଶ୍ଚିତ ଭାବେ ଏକ ବଡ଼ ସୁଯୋଗ WTC Final ଟାଇଟଲ ଜିତିବା ପାଇଁ, ଏବଂ ଆମେ ଯାହା କରୁଛୁ ତାହା ବିଜୟ ଦିଗରେ ଆମକୁ ଅଗ୍ରସର କରୁଛି । ଗ୍ରୀଷ୍ମରେ ଘରୋଇ ମ୍ୟାଚ ଜିତିବା ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜିତିବା ନିଶ୍ଚିତ ଭାବେ ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲା କହିଛନ୍ତି ୱଟଲିଂ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ