ETV Bharat / sports

IPL 2022: CSK ସେନାପତି ହେବାପରେ ସାର୍‌ ଜାଡେଜାଙ୍କ ପ୍ରଥମ ପ୍ରତିକ୍ରିୟା - ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ରବିନ୍ଦ୍ର ଜାଡେଜା

ଶନିବାର ଠାରୁ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷ ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ୍‌ରୁ ଜାଡେଜା ନିଜର ଅଧିନାୟକତ୍ବ କାର୍ଯ୍ୟକାଳ ଆମ୍ଭ କରିବେ ।

Watch: Ravindra Jadeja's 'first reactions' after taking over CSK captaincy from MS Dhoni
IPL 2022: CSK ସେନାପତି ହେବାପରେ ସାର୍‌ ଜାଡେଜାଙ୍କ ପ୍ରଥମ ପ୍ରତିକ୍ରିୟା
author img

By

Published : Mar 24, 2022, 10:31 PM IST

ମୁମ୍ବାଇ: ଆଶ୍ଚର୍ଯ୍ୟକର ଘୋଷଣା ପାଇଁ ପରିଚିତ ମହେନ୍ଦ୍ର ସିଂହ ଧୋନି ଗୁରୁବାର ଆଉ ଏକ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗର ପଞ୍ଚଦଶ ସଂସ୍କରଣର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ(CSK)ର ଅଧିନାୟକ ପଦ ଛାଡିଛନ୍ତି ମହେନ୍ଦ୍ର ସିଂହ ଧୋନି ।

ଧୋନି ନେତୃ୍ତ୍ବ ଭାର ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ଶନିବାର ଠାରୁ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷ ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ୍‌ରୁ ଜାଡେଜା ନିଜର ଅଧିନାୟକତ୍ବ କାର୍ଯ୍ୟକାଳ ଆମ୍ଭ କରିବେ । ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ନେତୃତ୍ବ ଭାର ମିଳିବା ପରେ ପ୍ରଥମ ପ୍ରତିକ୍ରିୟାରେ ଜାଡେଜା କହିଛନ୍ତି, ସେ ଧୋନିଙ୍କ କାର୍ଯ୍ୟକୁ ଆଗେଇନେବେ ।

ଜାଡେଜା କହିଛନ୍ତି, "ଏହା ଭଲ ଅନୁଭବ, ମାତ୍ର ଏକ ବିରାଟ ଖେଳାଳିଙ୍କ ସ୍ଥାନ ପୂରଣ କଷ୍ଟକର କାମ । ଟିମରେ ମାହି ଭାଇ(ଧୋନି) ଅଛନ୍ତି, ସେଥିପାଇଁ ଅଧିକ ଚିନ୍ତିତ ନୁହେଁ ।" ଏହି ଭିଡିଓକୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଟ୍ବିଟ୍‌ର ଆକାଉଣ୍ଟରେ ସେୟାର କରିଛି । ୪୦ ବର୍ଷୀୟ ଧୋନି ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ଆଇପିଏଲର ଗତ ସଂସ୍କରଣରେ ଚାମ୍ପିୟନ ସମେତ ୪ଥର ଧୋନିଙ୍କ ନେତୃତ୍ବରେ CSK ଚାମ୍ପିୟନ ହୋଇଛି ।

ଧୋନିଙ୍କ ଅଧିନାୟକତ୍ବରେ CSK ଆଇପିଏଲରେ ୨୦୪ ମ୍ୟାଚ୍‌ରୁ ରେକର୍ଡ ୧୨୧ ମ୍ୟାଚ୍‌ରେ ବିଜୟୀ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.