ETV Bharat / sports

Warm Up Match: ଶେଷ ଓଭରରେ କମାଲ କଲେ ସାମି, ଅଷ୍ଟ୍ରେଲିଆକୁ ହରାଇଲା ଭାରତ - ଅଷ୍ଟ୍ରେଲିଆ ବନାମ ଭାରତ

ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ ମ୍ୟାଚରେ ୬ ରନରେ ବିଜୟ ଲାଭ କଲା ଭାରତ । ଅଧିକ ପଢନ୍ତୁ

Warm Up Match : ଅଷ୍ଟ୍ରେଲିଆକୁ ହରାଇଲା ଭାରତ

author img

By

Published : Oct 17, 2022, 10:43 PM IST

ଗାବା: ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତନ ବିପକ୍ଷରେ ଭାରତ ଅକ୍ଟୋବର ୨୩ ତାରିଖରେ ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଭାରତ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ୱାର୍ମ ଅପ ତଥା ଅଭ୍ୟାସ ମ୍ୟାଚ ଖେଳି ୬ ରନରେ ବିଜୟ ଲାଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ କରି ଅଲଆଉଟ ହୋଇଯାଇଥିଲା ।

ଆଜିର ୱାର୍ମ ଅପ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏବଂ ଲୋକେଶ ରାହୁଲଙ୍କ ଧୂଆଁଧାର ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ଓପନିଂ ଯୋଡି ରୋହିତ ଶର୍ମା ଏବଂ କେଏଲ ରାହୁଲ ଦଳ ପାଇଁ ୭୮ ରନ ଯୋଡିଥିଲେ । ୭.୩ ଓଭରରେ ରାହୁଲଙ୍କ ୱିକେଟ ପଡିଥିଲା । ସେ ୩୩ ବଲରୁ ୬ ଟି ଚୌକା ଏବଂ ୩ ଟି ଛକା ସହିତ ୫୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମଧ୍ୟ ୩୩ ବଲରୁ ୪ ଟି ଛକା ଏବଂ ଗୋଟିଏ ଛକା ସହିତ ୫୦ ରନ କରିଥିଲେ । ସେହିପରି ବିରାଟ କୋହଲି ୧୯ ରନ, ଦିନେଶ କାର୍ତ୍ତିକ ୨୦ ରନ, ରୋହିତ ଶର୍ମା ୧୫ ରନ କରିଥିଲେ । ଅଷ୍ଟ୍ରେଲିଆର କେନ ରିଚାର୍ଡସନ ସର୍ବାଧିକ ୪ ୱିକେଟ ନେଇଥିଲେ ।

ସେପଟେ ଷ୍ଟାର ବୋଲର ଜଶପ୍ରିତ ବୁମରାଙ୍କ ବଦଳ ଖେଳାଳି ଭାବରେ ସ୍ଥାନ ପାଇଥିବା ଫାଷ୍ଟ ବୋଲର ମହମ୍ମଦ ସାମି ଅଭ୍ୟାସ ମ୍ୟାଚରେ ତାଙ୍କର ଜଲୱା ଦେଇଖାଇଛନ୍ତି । ସେ ମାତ୍ର ଗୋଟିଏ ଓଭର ବୋଲିଂ କରି ୪ ରନ ବ୍ୟୟରେ ୩ ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭୁବନେଶ୍ବର କୁମାର ୨ ଟି ୱିକେଟ ନେଇଥିବା ବେଳେ ୟୁଜିବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ ଗୋଟିଏ ୱିକେଟ ନେଇଥିଲେ । ୧୮୭ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚଙ୍କ ଦମଦାର ୭୬ ରନର ଇନିଂସ ବଳରେ ଅଷ୍ଟ୍ରେଲିଆ ୧୮୦ ରନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.