ETV Bharat / sports

କ୍ରିକେଟ ଦୁନିଆରେ ନଜର ଆସିବେ ଜୁନିଅର ସେହ୍ବାଗ - ବୀରେନ୍ଦ୍ର ସେହ୍ବାଗ

ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବେଗ କ୍ରିକେଟ ଜଗତରେ ପାଦ ଥାପିଛନ୍ତି । ଅଧିକ ପଢନ୍ତୁ

କ୍ରିକେଟ ଦୁନିଆରେ ନଜର ଆସିବେ ଜୁନିଅର ସେହ୍ବାଗ

author img

By

Published : Dec 7, 2022, 8:49 AM IST

ହାଇଦ୍ରାବାଦ: କ୍ରିକେଟ ମଇଦାନରେ ଏବେ ବାପାଙ୍କ ପରେ ପୁଅ କରିବେ କମାଲ । ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ( Virender Sehwag ) ପୁଅ ଆର୍ଯ୍ୟବୀର ସେହ୍ବାଗ ( Aryaveer Sehwag ) କ୍ରିକେଟ ଦୁନିଆରେ ପାଦ ଥାପିଛନ୍ତି । ବିସିସିଆଇ ଦ୍ବାରା ଆୟୋଜିତ ଅଣ୍ଡର ୧୬ ବିଜୟ ମାର୍ଚ୍ଚେଣ୍ଟ ଟ୍ରଫିରେ (vijay merchant trophy ) ଦିଲ୍ଲୀ ଟିମ୍ ସ୍କ୍ବାଡରେ ଆର୍ଯ୍ୟବୀର ସେହ୍ବେଗଙ୍କ ନାମ ସାମିଲ ହୋଇଛି । ୧୫ ବର୍ଷିୟ ଆର୍ଯ୍ୟବୀର ଏବେ ପିତା ବୀରେନ୍ଦ୍ର ସେହ୍ବେଗଙ୍କ ପରି କ୍ରିକେଟ ଦୁନିଆରେ ନିଜର ଦବଦବା ଜାହିର କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ଅଣ୍ଡର ୧୬ ଦିଲ୍ଲୀ କ୍ରିକେଟ ଟିମ୍ ଏବେ ବିହାର ବିପକ୍ଷରେ ଏକ ମୁକାବିଲା ଜାରି ରଖିଛି । କିନ୍ତୁ ଆର୍ଯ୍ୟବୀରଙ୍କୁ ଏହି ମ୍ୟାଚରେ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇନାହିଁ । ହେଲେ ଆଗକୁ ଖେଳାଯିବାକୁ ଥିବା ଅଣ୍ଡର ୧୬ ବିଜୟ ମାର୍ଚ୍ଚେଣ୍ଟ ଟ୍ରଫିରେ ଖେଳିବା ପାଇଁ ଦିଲ୍ଲୀ ସ୍କ୍ବାଡ ତରଫରୁ ତାଙ୍କ ନାମକୁ ଘୋଷଣା କରାଯାଇଛି । ତେବେ କ୍ରିକେଟ ପ୍ରଶଂସକଙ୍କୁ ପୁଣି ଥରେ ମଇଦାନରେ ସେହ୍ବାଗଙ୍କ ଝଲକ ଦେଖିବାକୁ ମିଳିପାରେ ଆଶା କରାଯାଇଛି ।

ବୀରେନ୍ଦ୍ର ସେହ୍ବାଗ ୧୦୪ ଟି ଟେଷ୍ଟ ଖେଳି ୮୫୮୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୨୩ଟି ଶତକ, ୩୨ଟି ଅର୍ଦ୍ଧଶତକ ଓ ୬ଟି ଦ୍ବିଶତକ ଏବଂ ଗୋଟିଏ ତ୍ରିଶତକ ହାସଲ କରିଛନ୍ତି । ସେହିପରି ୨୫୧ଟି ଦିନିକିଆ ଖେଳି ୮୨୭୩ ରନ କରିଛନ୍ତି । ଏଥିରେ ୧୫ଟି ଶତକ, ଗୋଟିଏ ଦ୍ବିଶତକ, ୩୮ଟି ଅର୍ଦ୍ଧଶତକ ରହିଛି । ସେହିପରି ୧୯ ଟି ଟି୨୦ରୁ ଦୁଇଟି ଅର୍ଦ୍ଧଶତକ ସହିତ ୩୯୪ ରନ ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.