ETV Bharat / sports

ଦ୍ରାବିଡ଼ଙ୍କ ବିକଳ୍ପ ଖୋଜୁଛି ବିସିସିଆଇ, ରେସ୍‌ରେ ୩ ପୂର୍ବତନ କ୍ରିକେଟର

BCCI Coach Haunt: ବିଶ୍ବକପ୍‌ ୨୦୨୩ ପରେ ଭାରତୀୟ ଦଳର ନିୟମିତ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ଯ ଶେଷ ହୋଇଛି । ଏବେ ବିସିସିଆଇ ମୁଖ୍ୟ କୋଚ୍‌ ଖୋଜୁଥିବା ବେଳେ, ଭିଭିଏସ୍‌ ଲକ୍ଷ୍ମଣଙ୍କ, ବୀରେନ୍ଦ୍ର ସେହୱାଗ୍‌ ଏବଂ ଅନୀଲ କୁମ୍ବଲେଙ୍କ ନାଁ ଶୁଣାଯାଉଛି। ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 22, 2023, 6:49 PM IST

ମୁଖ୍ୟ ପ୍ରଶିକ୍ଷକ ରେସ୍‌ରେ ୩ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ସହିତ ଶେଷ ହୋଇଛି ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ପ୍ରଶଂସନୀୟ ଥିଲା । ନିକଟରେ ଶେଷ ହୋଇଥିବା ବିଶ୍ବକପ୍‌ ୨୦୨୩ରେ ଏହାର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଥିଲା । ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା ଟିମ୍‌ ଇଣ୍ଡିଆ । ତେବେ ଦ୍ରାବିଡଙ୍କ ସହ ବିସିସିଆଇ କରିଥିବା ୨ ବର୍ଷୀୟ ଚୁକ୍ତି ଶେଷ ହେବାପରେ ନୂତନ ନିୟମିତ କୋଚ୍‌ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ । ରିପୋର୍ଟ ଅନୁସାରେ ଏହି ରେସ୍‌ରେ ଭାରତର ୩ ବରିଷ୍ଠ ଖେଳାଳିଙ୍କ ନାମ ଆଗରେ ରହିଛି ।

ଭାରତର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ୨୦୨୧ ମସିହାରେ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଥିଲା ବିସିସିଆଇ । ଏହା ପୂର୍ବରୁ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀଙ୍କ ଚୁକ୍ତି ଟି୨୦ ବିଶ୍ବକପ୍‌ ୨୦୨୧ ପରେ ଶେଷ ହୋଇଥିଲା । ଏହାପରେ ତାଙ୍କ କାର୍ଯ୍ୟକାଳକୁ ଆଉ ଆଗକୁ ନବଢାଇ ଦ୍ରାବିଡଙ୍କୁ ୨ ବର୍ଷ ପାଇଁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵରେ ନିଯୁକ୍ତି ଦିଆଯାଇଥିଲା । ବର୍ତ୍ତମାନ ବିଶ୍ବକପ୍‌ ୨୦୨୩ ସହିତ ଦ୍ରାବିଡଙ୍କ ଚୁକ୍ତି ମଧ୍ୟ ଶେଷ ହୋଇଛି । ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଯଦିଓ ଭାରତ ବିଶ୍ବକପ୍‌ ଟ୍ରଫି ଜିତିବାରେ ବିଫଳ ହୋଇଛି, ହେଲେ ସେମିଫାଇନାଲ ପର୍ଯ୍ୟନ୍ତ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ଦ୍ରାବିଡଙ୍କ କାର୍ଯ୍ୟକାଳ; ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଦାୟିତ୍

ଏବେ ଦ୍ରାବିଡଙ୍କ ବିକଳ୍ପ ଖୋଜୁଛି ବିସିସିଆଇ । କିଏ ଭାରତୀୟ ଟିମ୍‌ର ନିୟମିତ ପ୍ରଶିକ୍ଷକ ଦାୟିତ୍ବ ନେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ରେସ୍‌ରେ ୩ ପୂର୍ବତନ ଭାରତୀୟ କ୍ରିକେଟର ରହିଛନ୍ତି । ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ, ଅନୀଲ କୁମ୍ବଲେ ଏବଂ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ନିର୍ଦ୍ଦେଶକ ଭିଭିଏସ୍‌ ଲକ୍ଷ୍ମଣଙ୍କ ନାମ ଆଗରେ ରହିଛି । ହେଲେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ପ୍ରକାଶ ଥାଉ, ଏସିଆନ୍‌ ଗେମ୍ସ ଖେଳିବାକୁ ଚୀନ ଯାଇଥିବା ଯୁବ ଭାରତୀୟ ଦଳରେ ଭିଭିଏସ୍‌ ଲକ୍ଷ୍ମଣ ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ ପ୍ରଶିକ୍ଷଣରେ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା ଋତୁରାଜ ଗାଏକ୍‌ୱାଡ୍‌ଙ୍କ ନେତୃତ୍ବାଧିନ ଟିମ୍‌ ଇଣ୍ଡିଆ । ଏବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଲାଗି ମଧ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ପ୍ରଶିକ୍ଷକ ଦାୟିତ୍ବ ଦେଇଛି ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.