ETV Bharat / sports

Kohli Press Conference: ଟେଷ୍ଟ ଦଳ ଘୋଷଣାର ଦେଢ ଘଣ୍ଟା ପୂର୍ବରୁ ODI କ୍ୟାପଟେନରୁ ହଟାଇଲେ - kohli and rohit rift news

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ନେଇ ମୁହଁ ଖୋଲିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି । ଦିନିକିଆ ମ୍ୟାଚ ଖେଳିବା ନେଇ କଲେ ଘୋଷଣା । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ଖେଳିବେ ବିରାଟ

author img

By

Published : Dec 15, 2021, 3:32 PM IST

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ନେଇ ମୁହଁ ଖୋଲିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି (Virat Kohli clears the air at a press conference ) । ଦିନିକିଆ ମ୍ୟାଚ ଖେଳିବା ନେଇ କଲେ ଘୋଷଣା । ଟେଷ୍ଟ ମ୍ୟାଚ ପରେ ଭାରତ ଫେରିଆସିବେ, ଦିନିକଆରେ ଉପସ୍ଥିତ ରହିବେ ନାହିଁ ଏସବୁ ଚର୍ଚ୍ଚାକୁ ଖଣ୍ଟନ କରିଛନ୍ତି ବିରାଟ ।

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଆଜି(ବୁଧବାର) ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଅସମାହିତ ପ୍ରଶ୍ନରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ବିରାଟ । ସେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଉପସ୍ଥିତ ରହିବେ । ରୋହିତଙ୍କ ସହ ମୋର କୌଣସି ବିବାଦ ନାହିଁ । ଅଧିନାୟକ ପଦ ଯାଇଥିଲେ ମଧ୍ୟ ଟିମ ଇଣ୍ଡିଆ ପାଇଁ ଭଲ କରିବାର ଉତ୍ସାହ ପୂର୍ବଭଳି ରହିଛି । ଟେଷ୍ଟ ଟିମ୍‌ ଚୟନର ଦେଢ଼ ଘଣ୍ଟା ପୂର୍ବରୁ ଚୟନକର୍ତ୍ତା ମୋ ସହ ଯୋଗାଯୋଗ କରିଥିଲେ । ଦିନିକିଆରେ ବିଶ୍ରାମ ନେବା ପାଇଁ BCCI କୁ କହିନଥିବା ବିରାଟ କହିଛନ୍ତି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଦିନିକିଆରେ ଅଧିନାୟକତ୍ବ କରିବାକୁ କେବେ ହେଲେ ମନା କରିନଥିଲି । ତଥାପି ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି । ଅଧିନାୟକ ପଦ ଚାଲି ଯାଇଥିବା ଖବର ଚୟନକର୍ତ୍ତାଙ୍କ ଠାରୁ ଜାଣିବାକୁ ପାଇଥିଲି । ଯେତେବେଳେ ମୁଁ ବିସିସିଆଇକୁ ଟି-୨୦ ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିବା କହିଥିଲି, ଏହାକୁ ବେଶ ଭଲ ଭାବେ ଗ୍ରହଣ କରାଯାଇଥିଲା । ଏଥିରେ କୌଣସି ଦ୍ୱିମତ ନଥିଲା । ସେହି ସମୟରେ ମୁଁ ଟେଷ୍ଟ ଓ ଦିନିକିଆର ନେତୃତ୍ୱ ନେବି ବୋଲି କହିଥିଲି । ମୋ ତରଫରୁ ସବୁ କିଛି ସ୍ପଷ୍ଟ ଥିଲା ।

ଟିମ୍ ଇଣ୍ଡିଆ ପାଇଁ ପ୍ରସ୍ତୁତି କରିବାରେ ମୋତେ କେହି ବାଧା ଦେଇ ପାରିବେ ନାହିଁ। ବାହାରେ ଅନେକ କଥା ଘଟିବ । ଏଥିପ୍ରତି ଧ୍ୟାନ ଦିଆଯିବା ଉଚିତ ନୁହେଁ । ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଉତ୍ସାହିତ ଥିବା କୋହଲି କହିଛନ୍ତି ।

ଏହାସହ କୋହଲି କହିଛନ୍ତି, ରୋହିତ ଆଉ ମୋ ମଧ୍ୟରେ କୌଣସି ବିବାଦ ନାହିଁ । ଆଉ ଏହାକୁ ମୁଁ ଗତ ଅଢେଇ ବର୍ଷ ହେଲା ସ୍ପଷ୍ଟ କରିଆସୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.