ନୂଆଦିଲ୍ଲୀ: ସମ୍ମୁଖ କୋରୋନା ଯୋଦ୍ଧା ଭାବେ ସ୍ବାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି । ମହାମାରୀ ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା କରୁଛନ୍ତି ସ୍ବାସ୍ଥ୍ୟକର୍ମୀ । କୋରୋନା ଲଢ଼େଇରେ ବିଜୟୀ ହେବାକୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରମୁଖ ଯୋଗଦାନ ରହିଛି । ପ୍ରତ୍ୟେକ ପରିସ୍ଥିତିରେ ଏମାନେ କୋରୋନା ଆକ୍ରାନ୍ତଙ୍କୁ ସହାୟତା କରୁଛନ୍ତି ବୋଲି କହିଛନ୍ତି ବିରାଟ କୋହଲି ।
-
I have nothing but gratitude for all the healthcare & frontline workers, I am in awe of their spirit and dedication. I also want to thank all the people who came forward in such difficult times & helped each other. India is grateful to have heroes like you.#InThisTogether🇮🇳 pic.twitter.com/2YywzjRN4C
— Virat Kohli (@imVkohli) May 9, 2021 " class="align-text-top noRightClick twitterSection" data="
">I have nothing but gratitude for all the healthcare & frontline workers, I am in awe of their spirit and dedication. I also want to thank all the people who came forward in such difficult times & helped each other. India is grateful to have heroes like you.#InThisTogether🇮🇳 pic.twitter.com/2YywzjRN4C
— Virat Kohli (@imVkohli) May 9, 2021I have nothing but gratitude for all the healthcare & frontline workers, I am in awe of their spirit and dedication. I also want to thank all the people who came forward in such difficult times & helped each other. India is grateful to have heroes like you.#InThisTogether🇮🇳 pic.twitter.com/2YywzjRN4C
— Virat Kohli (@imVkohli) May 9, 2021
ବିରାଟ କୋହଲି ଟ୍ବିଟ୍ କରି କହିଛନ୍ତି ଯେ, "ସମ୍ମୁଖ କୋରୋନା ଯୋଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ସେମାନଙ୍କ ସମର୍ପଣ ଓ ଉତ୍ସାହ ଦେଖି ମୁଁ ଆଶ୍ଚର୍ଯ୍ୟ । ମୁଁ ସେମାନଙ୍କ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଏହି ସଙ୍କଟ ସମୟରେ ଆଗକୁ ଆସି ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି । ଭାରତ ଆପଣଙ୍କ ଭଳି ହିରୋ ପାଇ ଗର୍ବିତ ।"
ମହାମାରୀ କୋରୋନାକୁ ମାତ୍ ଦେବା ପାଇଁ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ କୋରୋନା ଲଢ଼େଇ ପାଇଁ ଅର୍ଥ ଯୋଗାଡ଼ କରାଯାଉଛି । 7 କୋଟି ଟଙ୍କା ଏହାଦ୍ବାରା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏଥିରୁ 2 କୋଟି ଟଙ୍କା ଯୋଗାଡ଼ ହୋଇ ସାରିଛି ।
ମହାମାରୀର କୋରୋନା ଭାଇରସର ଦ୍ବିତୀୟ ଲହରରେ ବହୁ ଲୋକେ ସଂକ୍ରମିତ ହୋଇଥିବା ବେଳେ ଅନେକ ମୃତ୍ୟୁମୁଖରେ ପଡ଼ିଛନ୍ତି । ପ୍ରତିଦିନ ଲକ୍ଷାଧିକ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଭଳିସ୍ଥିତିରେ ବିଭିନ୍ନ ସଂଗଠନ ବା ବ୍ୟକ୍ତିବିଶେଷ କୋରୋନା ଲଢ଼େଇ ପାଇଁ ଅର୍ଥଦାନ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ