ETV Bharat / sports

ବାୟୋବବଲ ନେଇ ବିରକ୍ତ ବିରାଟ, ସେୟାର କଲେ ଏଭଳି ଫଟୋ

ବାୟୋବବଲକୁ ନେଇ ଏକ ଫଟୋ ସେୟାର କରିଛନ୍ତି ବିରାଟ କୋହଲି । ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ...

author img

By

Published : Oct 15, 2021, 7:07 PM IST

ବାୟୋବବଲକୁ ନେଇ ବିରକ୍ତ ବିରାଟ, ସେୟାର କଲେ ଏଭଳି ଫଟୋ

ଦୁବାଇ: ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଖେଳାଳିଙ୍କୁ ବାୟୋବବଲରେ ରଖି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ବାୟୋବବଲ୍‌ରେ ରହି କ୍ରିକେଟ ଖେଳିବା ସହଜ ନୁହେଁ ବୋଲି ପୂର୍ବରୁ ଭାରତୀୟ ଅଧନାୟକ ବିରାଟ କୋହଲି କହିଥିଲେ । ପୁନଃ ସେ ବାୟୋବବଲକୁ ନେଇ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ବିରାଟ କୋହଲି ଏକ ଚେୟାରରେ ବସିଛନ୍ତି । ଏହି ଚେୟାରରେ ବିରାଟ କୋହଲି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଏହି ବ୍ୟଙ୍ଗାତ୍ମକ ଫଟୋ ସେୟାର କରି କୋହଲି ଲେଖିଛନ୍ତି ଯେ, "ବାୟୋବବଲ୍‌ରେ ରହି ଏଭଳି ମନେ ହେଉଛି ।" ଏହି ଫଟୋକୁ ଖୁବ୍‌ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆ ୟୁଜର ।

ଇନ୍‌ଷ୍ଟାଗ୍ରାମରେ ମଧ୍ୟ କୋହଲି ଏହି ଫଟୋ ସେୟାର କରିଛନ୍ତି । ବାୟୋ ବବଲ ବାନ୍ଧିଦେଲା ଭଳି ମନେ ହେଉଥିବା ଇଙ୍ଗିତ କରିଛନ୍ତି କୋହଲି । ଏହି ଫଟୋ ଉପରେ କମେଣ୍ଟ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ । ସେ ଲେଖିଛନ୍ତି ଯେ , "ଖେଳାଳି ବ୍ରଡ୍‌କାଷ୍ଟର ଏହାକୁ ନେଇ ବିରକ୍ତି ହୋଇସାରିଛନ୍ତି । ଦମଦାର୍‌ ଫଟୋ ବନ୍ଧୁ ।"

ଆଗକୁ ବିାରଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଆଇସିସି ଟି-୨୦ ବିଶ୍ବକପ୍‌ ଖେଳିବ । ବାୟୋବବଲ ଖେଳାଳିଙ୍କ ମନୋବଳ ଉପରେ ପ୍ରଭାବ ପକାଉଛି ବୋଲି କହିଥିଲେ ବିରାଟ କୋହଲି । ପୁନଃ ଏହି ବାର୍ତ୍ତାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଏହା କହିବାକୁ ଚେଷ୍ଟା କରିଛନ୍ତି ବିରାଟ ।

କୋହଲିଙ୍କ ନେତୃତ୍ବର ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୧ର ପଏଣ୍ଟ ତାଲିକାର ଟପ୍‌ ୪ଟି ଦଳ ମଧ୍ୟରେ ସ୍ଥାନ ପାଇଥିଲା । ତେବେ କୋଲକାତା ନାଇଟ ରାଇଡର୍ସ ଠାରୁ ଏଲିମିନେଟର ମ୍ୟାଚରେ ବାଙ୍ଗାଲୋର ପରାଜିତ ହୋଇ ଟ୍ରଫି ଲଢ଼େଇରୁ ବାଦ ପଡ଼ିଥିଲା । ଅକ୍ଟୋବର ୨୪ ତାରିଖରେ ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଭାରତ । ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.