ETV Bharat / sports

Most Famous Athletes: ବିଶ୍ବର ଲୋକପ୍ରିୟ ଆଥେଲେଟ ଟପ୍-10ରେ କୋହଲି, ଫେଡରର-ନାଡାଲ ପଛରେ ପଡ଼ିଲେ

author img

By

Published : Apr 14, 2023, 10:21 PM IST

ବିଶ୍ବର ଟପ ୧୦ ପ୍ରସିଦ୍ଧ ଆଥେଲେଟଙ୍କ ତାଲିକାରେ ପଞ୍ଚମରେ ବିରାଟ କୋହଲି । ଏକମାତ୍ର କ୍ରିକେଟର ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି କୋହଲି । ଅଧିକ ପଢ଼ନ୍ତୁ

ବିଶ୍ବର ଲୋକପ୍ରିୟ ଆଥେଲେଟ ତାଲିକାରେ କୋହଲି
ବିଶ୍ବର ଲୋକପ୍ରିୟ ଆଥେଲେଟ ତାଲିକାରେ କୋହଲି

ହାଇଦ୍ରାବାଦ: ବିଶ୍ବରେ ରନ ମେସିନ ଓ କିଙ୍ଗ କୋହଲି ନାଁରେ ପରିଚିତ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ କିଏ ବା ନଜାଣେ । ଆଜିର ଦୁନିଆରେ ବିରାଟ କୋହଲିଙ୍କୁ ସବୁଠାରୁ ଶ୍ରେଷ୍ଠ ଓ ଲୋକପ୍ରିୟ କ୍ରିକେଟର ବୋଲି ସମସ୍ତେ ସ୍ବୀକାର କରଛନ୍ତି । ବହୁତ ଅଳ୍ପ ବୟସରୁ ହିଁ କୋହଲି ମହାନ ଖେଳାଳିଙ୍କ ତାଲିକାରେ ନିଜକୁ ସାମିଲ କରାଇଛନ୍ତି । କେବଳ ଭାରତ ନୁହେଁ, ସାରା ବିଶ୍ବରେ ବିରାଟ କୋହଲିଙ୍କର ଅସଂଖ୍ୟ ପ୍ରଶଂସକ ରହିଛନ୍ତି । ତେବେ ରେକର୍ଡ ମାଷ୍ଟର କୋହଲି ଏବେ ଏଭଳି ଏକ ସ୍ଥାନରେ ପହଞ୍ଚିଛନ୍ତି, ଯେଉଁଠାରେ ବିଶ୍ବର ଅନ୍ୟ କୌଣସି କ୍ରିକେଟର ପହଞ୍ଚି ପାରିନାହାନ୍ତି । ବିଶ୍ବର ଶୀର୍ଷ ୧୦ ପ୍ରସିଦ୍ଧ ଆଥେଲେଟଙ୍କ ତାଲିକାରେ କୋହଲି ପଞ୍ଚମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି କ୍ରିକେଟର ସ୍ଥାନ ପାଇନାହାନ୍ତି ।

ଟପ ୧୦ରେ ଏକମାତ୍ର କ୍ରିକେଟର କୋହଲି: କେବଳ ଆମ ଦେଶରେ ନୁହେଁ, ସାରା ବିଶ୍ବରେ ବିରାଟ କୋହଲିଙ୍କର ଅସଂଖ୍ୟ ପ୍ରଶଂସକ ରହିଛନ୍ତି । ବିଶ୍ବରେ ଏଭଳି ମଧ୍ୟ ଦେଶ ଅଛି, ଯେଉଁଠାରେ ଲୋକଙ୍କର କ୍ରିକେଟ ଖେଳ ପ୍ରତି ସେଭଳି ରୁଚି ନାହିଁ । ଏହା ସତ୍ତ୍ବେ ମଧ୍ୟ ସେମାନେ କୋହଲିଙ୍କୁ ପସନ୍ଦ କରନ୍ତି ଓ ଫଲୋ ମଧ୍ୟ କରିଥାନ୍ତି । ତେବେ ନିକଟରେ ଦୁନିଆର ଜଣାଶୁଣା ସ୍ପୋର୍ଟସ ୱେବସାଇଟ ସ୍ପୋର୍ଟହବ୍‌ନେଟ୍‌ ବିଶ୍ବର ଟପ ୧୦ ପ୍ରସିଦ୍ଧ ଖେଳାଳିଙ୍କ ସୂଚୀ ଜାରି କରିଛି । ତେବେ ଏହି ସୂଚୀରେ ଏକମାତ୍ର କ୍ରିକେଟର ଭାବେ ବିରାଟ କୋହଲିଙ୍କ ନାଁ ସ୍ଥାନ ପାଇଛି । ବିଶ୍ବର ଅନ୍ୟ କୌଣସି ଦେଶର କ୍ରିକେଟର ଏହି ତାଲିକାରେ ସ୍ଥାନ ପାଇପାରିନାହାନ୍ତି ।

୫ମରେ କୋହଲି: ଜାରି ହୋଇଥିବା ଏହି ଟପ ୧୦ ପ୍ରସିଦ୍ଧ ଖେଳାଳିଙ୍କ ସୂଚୀରେ ବିରାଟ କୋହଲିଙ୍କୁ ପଞ୍ଚମ ସ୍ଥାନ ମିଳିଛି । ଏହି ତାଲିକାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ସମସ୍ତେ ହେଉଛନ୍ତି ଫୁଟବଲ ଖେଳାଳି । ପ୍ରଥମ ସ୍ଥାନରେ ବିଶ୍ବର ସବୁଠାରୁ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ରହିଛନ୍ତି । ତାଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି ବିଶ୍ବ ବିଜୟୀ ଆର୍ଜେଣ୍ଟିନା ଫୁଟବଲର ଲିଓନଲ ମେସି । ସେହିଭଳି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ନେମାର ଜୁନିୟର ତୃତୀୟରେ ରହିଛନ୍ତି । ଏହାପରେ ଚତୁର୍ଥ ସ୍ଥାନରେ ରହିଥିବା ସବୁଠାରୁ ପ୍ରସିଦ୍ଧ ଖେଳାଳି ହେଉଛନ୍ତି ଆମେରିକାର ବାସ୍କେଟ ବଲ ଖେଳାଳି ଲେବ୍ରୋନ ଜେମ୍ସ । ତେବେ ତାଙ୍କ ପଛକୁ ପଞ୍ଚମରେ ରହିଛନ୍ତି ଏହି ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ।

ଫେଡରର-ନାଡାଲଙ୍କୁ ପଛରେ ପକାଇଲେ କୋହଲି: ବିରାଟ କୋହଲି କେବଳ କ୍ରିକେଟରେ ନୁହେଁ, ନିଜ ଫିଟନେସ ପାଇଁ ମଧ୍ୟ ସବୁବେଳେ ଧ୍ୟାନ ଦେଇଥାନ୍ତି । ଏନେଇ ବିଭିନ୍ନ କ୍ଷେତ୍ରରେ ରହିଥିବା ଖେଳାଳି କୋହଲିଙ୍କ ଜୀବନ ଶୈଳୀକୁ ଅନୁସରଣ କରିଥାନ୍ତି । ସବୁଠାରୁ ଲୋକପ୍ରିୟ ସୋସିଆଲ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କର ୨୪୫ ଫଲୋୟର୍ସ ରହିଛନ୍ତି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ କୋହଲିଙ୍କର ଯେତେ ପ୍ରଶଂସକ ଓ ଅନୁଗାମୀ ରହିଛନ୍ତି, ତାହା ଅନ୍ୟ କୌଣସି କ୍ରିକେଟରଙ୍କର ନାହାନ୍ତି । ଯେଉଁ କାରଣରୁ କୋହଲିଙ୍କୁ ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ପ୍ରସିଦ୍ଧ ଖେଳାଳିଙ୍କ ତାଲିକାରେ ୫ମ ସ୍ଥାନରେ ରଖାଯାଇଛି । ଏପରିକି ତାଙ୍କୁ କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ଓ ରାଫେଲ ନାଡାଲଙ୍କ ଠାରୁ ମଧ୍ୟ ଉପରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.