ETV Bharat / sports

ଦିନିକିଆ ମାନ୍ୟତାରେ ତଳକୁ ଖସିଲେ କୋହଲି, ଶୀର୍ଷରେ ବାବର ଆଜମ - icc odi rankings

ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ବ୍ୟାଟସମ୍ୟାନ ରାଙ୍କିଂରେ ଗୋଟିଏ ସ୍ଥାନରେ ତଳକୁ ଖସି ଦ୍ବିତୀୟ ସ୍ଥାନରେ ପହଞ୍ଚିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଛି ଦିନିକିଆ ବ୍ୟାଟସମ୍ୟାନଙ୍କ ରାଙ୍କିଂ। ଅଧିକ ପଢ଼ନ୍ତୁ...

ଦିନିକିଆ ରାଙ୍କିଂରେ ତଳକୁ ଖସିଲେ କୋହଲି, ଶୀର୍ଷରେ ବାବର ଆଜମ

author img

By

Published : Apr 14, 2021, 3:58 PM IST

ଦୁବାଇ: ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ବ୍ୟାଟସମ୍ୟାନ ରାଙ୍କିଂରେ ଗୋଟିଏ ସ୍ଥାନରେ ତଳକୁ ଖସି ଦ୍ବିତୀୟ ସ୍ଥାନରେ ପହଞ୍ଚିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଛି ଦିନିକିଆ ବ୍ୟାଟସମ୍ୟାନଙ୍କ ରାଙ୍କିଂ। ଏହି ତାଲିକା ଅନୁଯାୟୀ ଦୀର୍ଘ ଦିନ ଧରି ଶୀର୍ଷରେ ରହିଥିବା ରନ ମେସିନ କୋହଲି ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ପାକିସ୍ତାନର ଦମଦାର ବ୍ୟାଟସମ୍ୟାନ ବାବର ଆଜମ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ସେ 82 ବଲରେ 94 ରନ କରିଥିଲେ। ଫଳରେ 13ଟି ଅଙ୍କ ହାସଲ କରି ସେ 865 ପଏଣ୍ଟରେ ପହଞ୍ଚିଥିଲେ। ବର୍ତ୍ତମାନ ବିରାଟ କୋହଲିଙ୍କ 857 ପଏଣ୍ଟ ରହିଛି। ତାଙ୍କ ପଛକୁ ରୋହିତ ଶର୍ମା 825 ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି।

ଏଭଳି କିର୍ତ୍ତୀମାନ ହାସଲ କରିବାରେ ପାକିସ୍ତାନର ଚତୁର୍ଥ କ୍ରିକେଟର ହୋଇ ପାରିଛନ୍ତି ବାବର ଆଜମ।26 ବର୍ଷୀୟ ବ୍ୟାଟସମ୍ୟାନ ବାବର ଆଜମ ଦିନିକିଆ ରାଙ୍କିଂରେ ଶୀର୍ଷରେ ରହିଥିବା ବେଳେ ଫଖର ଜମାନ ସପ୍ତମ ସ୍ଥାନରେ ରହିଛନ୍ତି। ଏହାପୂର୍ବରୁ 1983-84 ମସିହାରେ ପାକିସ୍ତାନର ଜାହିର ଆବାସ ଦିନିକିଆରେ ଶୀର୍ଷ ସ୍ଥାନରେ ରହିଥିଲେ। ଏହାପରେ 1988-89ରେ ଜାଭେଦ ମିଆଁଦାଦ ଓ 2003ରେ ମହମ୍ମଦ ୟୁସୁଫ ଦିନିକିଆ ରାଙ୍କିଂରେ ଶୀର୍ଷରେ ପହଞ୍ଚି ପାରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.