ETV Bharat / sports

କୋରୋନା ଟିକାର ପ୍ରଥମ ଡୋଜ ନେଲେ ବିରାଟ କୋହଲି, ଇଶାନ୍ତ ଶର୍ମା - ଭାରତୀୟ କ୍ୟାପଟେନ ବିରାଟ କୋହଲି

ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମା ସୋମବାର କୋଭିଡ-19 ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି । ଅଧିକ ପଢନ୍ତୁ...

Virat Kohli, Ishant Sharma get first dose of Covid-19 vaccine
କୋରୋନା ଟିକାର ପ୍ରଥମ ଡୋଜ ନେଲେ ବିରାଟ କୋହଲି, ଇଶାନ୍ତ ଶର୍ମା
author img

By

Published : May 10, 2021, 3:25 PM IST

ନୂଆଦିଲ୍ଲୀ: ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମା ସୋମବାର କୋଭିଡ-19 ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୋହଲି ଏନେଇ ଘୋଷଣା କରିବା ସହ ସମସ୍ତଙ୍କୁ ଟୀକା ନେବାକୁ ଅପିଲ କରିଛନ୍ତି । ଅନ୍ୟପଟେ ଇଶାନ୍ତ ଓ ତାଙ୍କ ପତ୍ନୀ ପ୍ରତିମା ଟିକାକରଣ କେନ୍ଦ୍ର ସାମ୍ନାରେ ଉଠାଇଥିବା ଫଟୋ ସେୟାର କରିଛନ୍ତି ।

ଭାରତୀୟ ଟେଷ୍ଟ ଭାଇସ କ୍ୟାପଟେନ ଅଜିଙ୍କ୍ୟ ରାହାଣେ, ଦ୍ରୁତ ବୋଲର ଅଜିଙ୍କ୍ୟ ରାହାଣେ ଓ ସିନିୟର ଓପନର ଶିଖର ଧାୱନ ପ୍ରଥମ ଡୋଜ୍‌ ଟିକା ନେଇସାରିଛନ୍ତି ।

କୋହଲି ଓ ତାଙ୍କର ପତ୍ନୀ ଅନୁଷ୍କା ଶର୍ମା ମହାମାରୀ କୋରୋନା ଭାଇରସର ଦ୍ବିତୀୟ ଲହରରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ଫଣ୍ଡଯୋଗାଡ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ସାଧାରଣ ଲୋକଙ୍କୁ ସହାୟତା ଯୋଗାଉଥିବା ପ୍ଲାଟଫର୍ମ କେଟୋ ଜରିଆରେ ଉଭୟ ପତି ପତ୍ନୀ ଦୁଇ କୋଟି ଟଙ୍କା ଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସହାୟତା ପାଇଁ ଆଗେଇ ଆସିବାକୁ ଅପିଲ କରିଛନ୍ତି ।

କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2021ରେ ପ୍ରଥମ ଟିମ ଥିଲା, ଯାହାର ମ୍ୟାଚ ସ୍ଥଗିତ ହୋଇଥିଲା । କେକେଆର ଖେଳାଳି କୋରୋନା ପଜିଟିଭ ପରେ ମେ 3 ରେ ଖେଳାଯିବାକୁ ଥିବା କେକେଆର ବିପକ୍ଷ ମ୍ୟାଚ ସ୍ଥଗିତ ହୋଇଥିଲା । ପରେ ଅହମ୍ମଦାବାଦ ଓ ଦିଲ୍ଲୀରେ ଜୈବ ସୁରକ୍ଷା ବଳୟରେ ଖେଳାଳିମାନେ ଥିଲେ ମଧ୍ୟ ଏକାଧିକ ପଜିଟିଭ ରିପୋର୍ଟ ଆସିବା ପରେ ଟୁର୍ଣ୍ଣାମେଣ୍ଟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ହୋଇଥିଲା ।

ଜୁନ୍‌ 2ରେ ଭାରତୀୟ ଟିମ ପ୍ରାୟ 4 ମାସ ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ 5ଟି ଟେଷ୍ଟ ମ୍ୟାଚ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଖେଳିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.