ETV Bharat / sports

IPL 2022: ବିରାଟଙ୍କୁ ବ୍ରେକ୍‌ ଆବଶ୍ୟକ କହିଲେ ପୂର୍ବତନ କୋଚ୍‌

author img

By

Published : Apr 20, 2022, 10:15 PM IST

ଦୀର୍ଘ ସମୟ ହେଲା ଖରାପ ଫର୍ମ ଦେଇ ଗତି କରୁଛନ୍ତି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଏହାକୁ ନେଇ ନିଜ ମତ ରଖିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ । ଅଧିକ ପଢ଼ନ୍ତୁ

IPL 2022: ବିରାଟଙ୍କୁ ବ୍ରେକ୍‌ ଆବଶ୍ୟକ କହିଲେ ପୂର୍ବତନ କୋଚ୍‌
IPL 2022: ବିରାଟଙ୍କୁ ବ୍ରେକ୍‌ ଆବଶ୍ୟକ କହିଲେ ପୂର୍ବତନ କୋଚ୍‌

ମୁମ୍ବାଇ: ଦୀର୍ଘ ସମୟ ହେଲା ଖରାପ ଫର୍ମ ଦେଇ ଗତି କରୁଛନ୍ତି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଏହାକୁ ନେଇ ନିଜ ମତ ରଖିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ । ରବିଙ୍କ ମୁତାବକ କୋହଲି ଫର୍ମ ଫେରି ପାଇବାକୁ ଚାହୁଁଥିଲେ ସେ କିଛି ସମୟ କ୍ରିକେଟରୁ ବ୍ରେକ୍‌ ବା ଅବ୍ୟାହତି ନେବା ନିତାନ୍ତ ଆବଶ୍ୟକ ।

IPL 2022ର ୩୧ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୧୮ ରନ୍‌ରେ ମାତ ଦେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ୍‌ରେ ବାଙ୍ଗାଲୋର ଖୁବଶୀଘ୍ର ପ୍ରଥମ ୱିକେଟ ହରାଇଥିଲା । ଏହି ସମୟରେ ବ୍ୟାଟିଂ କରିବାକୁ ଆସି ପ୍ରଥମ ବଲ୍‌ରେ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହା ସହତି ଏକ ନକରାତ୍ମକ ରେକର୍ଡର ଅଧିକାରୀ ହୋଇଥିଲେ ବିରାଟ । ସେ ଅନ୍ତର୍ଜାତୀୟ ଟେଷ୍ଟ ଦିନିକିଆ ଓ ଟି-୨୦ ସହ ଆଇପିଏଲର ଇନିଂସକୁ ମିଶାଇ ୧୦୦ଟି ଇନିଂସ ଖେଳି ଗୋଟିଏ ମଧ୍ୟ ଶତକ ହାସଲ କରି ପାରିନାହାନ୍ତି । ଏଥିରେ ୧୭ଟି ଟେଷ୍ଟ ଇନିଂସ, ୨୧ଟି ଦିନିକିଆ ଇନିଂସ, ୨୫ଟି ଟି-୨୦ ଇନିଂସ ଓ ୩୭ଟି ଆଇପିଏଲ ଇନିଂସ ସାମିଲ ରହିଛି ।

ଏହାକୁ ନେଇ ରବି ଶାସ୍ତ୍ରୀ ଏକ ଟିଭି ଶୋ'ରେ କହିଛନ୍ତି ଯେ, "ବିରାଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ଶେଷ ଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ । ସେ କିଛି ଦିନ ପାଇଁ କ୍ରିକେଟରୁ ବ୍ରେକ ନେବା ଆବଶ୍ୟକ । ଏହାଦ୍ବାରା ସେ ଟିମ୍‌ ଇଣ୍ଡିଆକୁ ଆହୁରି ୫ରୁ ୬ ବର୍ଷ ନିଜ ଅବଦାନ ଦେଇପାରିବେ ।"

ସେପଟେ ରବି ଶାସ୍ତ୍ରୀଙ୍କ ମନ୍ତବ୍ୟ ସହ ସହମତି ପ୍ରକାଶ କରିଛନ୍ତି ପୂର୍ବତନ ଇଂଲିଶ କ୍ରିକେଟର କେଭିନ ପିଟରସନ । କିଛିଦିନ ସେ ସୋସିଆଲ ମିଡିଆ ସହ କ୍ରିକେଟରୁ ଦୂରେଇ ରହିଲେ ତାଙ୍କ ମାନସିକ ଚାପ କମିବ । ନିଜକୁ ପୁନଃ ଉର୍ଜାବାନ କରିବାର ଏହି ହିଁ ଏକ ବାଟ ବୋଲି କହିଛନ୍ତି ପିଟରସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.