ETV Bharat / sports

କିଙ୍ଗ ଇଜ୍ ବ୍ୟାକ୍: 1214ଦିନର ଅପେକ୍ଷାର ଅନ୍ତ, ଦ୍ୱିତୀୟ ସର୍ବାଧିକ ଶତକ ମାରିଲେ କୋହଲି, ହେଲା ରେକର୍ଡ ବର୍ଷା

author img

By

Published : Dec 10, 2022, 7:07 PM IST

କିଙ୍ଗ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୭୨ତମ ଶତକ ହାସଲ କରିଛନ୍ତି । ତାଙ୍କର ଏହି ଉପଲବ୍ଧି ପରେ ସେ ବିଶ୍ବର ଦ୍ବିତୀୟ ସର୍ବାଧିକ ଶତକ ହାସଲକାରୀ ହୋଇଛନ୍ତି । ଅଧିକ ପଢନ୍ତୁ

କିଙ୍ଗ ଇଜ୍ ବ୍ୟାକ୍, ରିକି ପଣ୍ଟିଂଙ୍କୁ ପଛରେ ପକାଇଲେ କୋହଲି

ହାଇଦ୍ରାବାଦ: ଶେଷ ହେଲା 1214 ଦିନର ଅପେକ୍ଷା । ବିରାଟଙ୍କ ଆଉ ଏକ ମାଇଲଷ୍ଟୋନ । କିଙ୍ଗ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୭୨ ତମ ଶତକ ହାସଲ କରିଛନ୍ତି । ତାଙ୍କର ଏହି ଉପଲବ୍ଧି ପରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି । ଏହା ସହିତ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ଶତକ ହାସଲକାରୀ ଭାବରେ ପରିଗଣିତ ହୋଇଛନ୍ତି । ଏହି ଧାରାରେ ୧୦୦ ତମ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ୭୨ ତମ ଶତକ ହାସଲ କରି ଦ୍ବିତୀୟ ସ୍ଥାନରେ ରନ ମେସିନ ବିରାଟ କୋହଲି ରହିଛନ୍ତି । ୭୧ ତମ ଶତକ ହାସଲ କରି ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ରହିଛନ୍ତି । କୋହଲି ଶେଷ ଥର ପାଇଁ 2019ରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଶତକ ମାରିଥିଲେ ।

  • ଦ୍ୱିତୀୟ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର
  • 44 ତମ ଦିନିକିଆ ଶତକ
  • 44 ତମ ଶତକ ମାରିବାରେ ଦ୍ରୁତତମ ବ୍ୟାଟର
  • ବାଂଲାଦେଶ ବିପକ୍ଷରେ 5ମ ଶତକ
  • ଦିନିକିଆରେ ବାଂଲାଦେଶ ବିପକ୍ଷରେ 1000 ରନ ପୂରଣ

ସେପଟେ ଭାରତ କ୍ରିକେଟ ଇତିହାସରେ ଆଜିର ଦିନଟି ଶୁଭଙ୍କର ସାବ୍ୟସ୍ତ ହୋଇଛି । ବିରାଟ କୋହଲି ତାଙ୍କ କ୍ୟାରିୟରରେ ୭୨ ତମ ଶତକ ହାସଲ କରିଥିବା ବେଳେ ଇଶାନ କିଶାନ ପ୍ରଥମ ଅନ୍ତର୍ଜାତୀୟ ଦ୍ବିଶତକ ହାସଲ କରିଛନ୍ତି । ଯଦି ଆମେ ବିରାଟ କୋହଲିଙ୍କ କ୍ରିକେଟ ଇତିହାସ ଉପରେ ନଜର ପକାଇବା ତାହେଲେ ବିରାଟ କୋହଲି ତିନି ବର୍ଷ ପରେ ଦିନିକିଆରେ ତିନି ଅଙ୍କ ବିଶିଷ୍ଟ ସ୍କୋର ହାସଲ କରିଛନ୍ତି । ସେ ଶେଷ ଥର ପାଇଁ ବର୍ଷ ୨୦୧୯ ଅଗଷ୍ଟ ୧୪ ତାରିଖରେ ଦିନିକିଆରେ ୪୩ ତମ ଶତକ ହାସଲ କରିଥିଲେ । ୩ ବର୍ଷ ପରେ ଆଜି ତଥା ବର୍ଷ ୨୦୨୨ରେ ଡିସେମ୍ବର ୧୦ ତାରିଖରେ ଶତକ ହାସଲ କରିଛନ୍ତି । ତାଙ୍କର ଏହି ଶତକ ହାସଲ ସହିତ ସେ ଅନ୍ତାର୍ଜାତୀୟ କ୍ରିକେଟରେ ୭୨ ତମ ଶତକ ହାସଲ କରିଛନ୍ତି ।

କୋହଲି ୨୦୨୨ ଏସିଆ କପ ଆଫଗାନିସ୍ତାନ ବିପକ୍ଷ ଟି୨୦ ମ୍ୟାଚରେ ନିଜର ୭୧ ତମ ଶତକ ହାସଲ କରି ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଥିଲେ । ଆଜି (ଶନିବାର) ୭୨ ତମ ଶତକ ହାସଲ କରି ରିକି ପଣ୍ଟିଂଙ୍କୁ ପଛରେ ପକାଇ ବିଶ୍ବର ଦ୍ବିତୀୟ ସର୍ବାଧିକ ଶତକ ହାସଲକାରୀ ହୋଇଛନ୍ତି । ସବୁଠୁ ବଡ କଥା ହେଲା ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୫୩୬ ଟି ଇଂନିସ ଖେଳି ୭୨ ଟି ଶତକ ହାସଲ କରିଛନ୍ତି । ରିକି ପଣ୍ଟିଂ ଅନ୍ତର୍ଜାତୀୟ କ୍ରିକେଟରେ ୬୬୮ ଟି ଇନିଂସ ଖେଳି ୭୧ ଟି ଶତକ ହାସଲ କରିଛନ୍ତି । ସେହିପରି କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ୭୮୨ ଟି ଇନିଂସ ଖେଳି ସର୍ବାଧିକ ୧୦୦ ଟି ଶତକ ହାସଲ କରି ଏକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି । ଯଦି ଆମେ ଏହି ତିନି କ୍ରିକେଟ ତାରକାଙ୍କ ଦିନିକିଆ ଶତକ ଉପରେ ନଜର ପକାଇବା ତାହେଲେ ବିରାଟ କୋହଲି ଏପର୍ଯ୍ୟନ୍ତ ଦିନିକିଆରେ ୪୪ ଟି ଶତକ ହାସଲ କରିଥିବା ବେଳେ ତେନ୍ଦୁଲକର ୪୯ ଟି ଏବଂ ରିକି ପଣ୍ଟିଂ ୩୦ଟି ଶତକ ହାସଲ କରିଛନ୍ତି ।

ବାଂଲାଦେଶ ବିପକ୍ଷରେ ଆଜି (ଶନିବାର) ତୃତୀୟ ଦିନିକିଆ ଖେଳୁଛି ଭାରତ । ବିରାଟ କୋହଲି ଆଜି ୭୨ ତମ ଶତକ ହାସଲ କରିଛନ୍ତି । ସେ ନିଜର ଦମଦାର ବ୍ୟାଟିଂ ଜାରି ରଖି ସେ ୯୧ ବଲରୁ ୧୧ ଟି ଚୌକା ଓ ୨ ଟି ଛକା ସହିତ ୧୧୩ ରନର ଇନିଂସ ଖେଳି ଆଉଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.