ETV Bharat / sports

ବିରାଟଙ୍କ ବିରାଟ ରେକର୍ଡ, T20 ବିଶ୍ୱକପରେ ବନିଲେ ସର୍ବାଧିକ ରନ୍ ସଂଗ୍ରହକାରୀ

author img

By

Published : Nov 2, 2022, 5:26 PM IST

Updated : Nov 2, 2022, 6:39 PM IST

ବିରାଟଙ୍କ ବିରାଟ ରେକର୍ଡ । ବିରାଟ କୋହଲି T20 ବିଶ୍ବକପ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀ କ୍ରିକେଟର ହୋଇଛନ୍ତି । ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବା ପରେ କୋହଲି ଏହି ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ

କୋହଲିଙ୍କ ମାଇଲଷ୍ଟୋନ, ଟି୨୦ ବିଶ୍ବକପରେ ବନିଲେ ସର୍ବାଧିକ ରନ୍ ସଂଗ୍ରହକାରୀ

ହାଇଦ୍ରାବାଦ : ବିରାଟଙ୍କ ବିରାଟ ରେକର୍ଡ । କିଙ୍ଗ କୋହଲିଙ୍କ ଆଉ ଏକ ମାଇଲଷ୍ଟୋନ । ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି ଏହି ଷ୍ଟାର ବ୍ୟାଟର । ବିରାଟ କୋହଲି T20 ବିଶ୍ବକପ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀ କ୍ରିକେଟର ହୋଇଛନ୍ତି । ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବା ପରେ କୋହଲି ଏହି ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ତାଲିକାରେ ପୂର୍ବରୁ ମହେଲା ଜୟବର୍ଦ୍ଧନ ୧୦୧୬ ରନ୍ କରି ଏକ ରେକର୍ଡ କରିଥିଲେ । କିଙ୍ଗ କୋହଲି ଆଜି ଏହି ରେକର୍ଡକୁ ଭାଙ୍ଗି ୧୦୬୫ ରନ କରିଛନ୍ତି ।

ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ T20 ବିଶ୍ବକପରେ ବିରାଟ କୋହଲିଙ୍କର ୧୦୦୧ ରନ୍ ରହିଥିଲା । ମାହେଲା ଜୟବର୍ଦ୍ଧନଙ୍କ ରେକର୍ଡ ଭାଙ୍ଗିବାକୁ ବିରାଟଙ୍କୁ ଆଉ ୧୬ ରନ୍ ଆବଶ୍ୟକ ଥିଲା । ଆଜିର ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି ଜବରଦସ୍ତ ୬୪ ରନର ଇନିଂସ ଖେଳିଥିଲେ । ଏହା ପରେ ସେ ମାହେଲା ଜୟବର୍ଦ୍ଧନଙ୍କ ରେକର୍ଡ ଭାଙ୍ଗି ବିଶ୍ବ କ୍ରିକେଟ ଇତିହାସରେ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି ।

ବିରାଟ କୋହଲି T20 ବିଶ୍ବକପ ଇତିହାସରେ ଏପର୍ଯ୍ୟନ୍ତ ୧୦୬୫ ରନ୍ କରିଛନ୍ତି । ଏଥିରେ ତାଙ୍କର ୧୩ଟି ଅର୍ଦ୍ଧଶତକ ରହିଛି । ଏହା ସହିତ ସର୍ବଶ୍ରେଷ୍ଠ ସ୍କୋର୍‌ ଅପରାଜିତ ୮୯ ରନ୍ ରହିଛି । ଏହି ତାଲିକାରେ ଏବେ ବିରାଟ କୋହଲି ପ୍ରଥମ ସ୍ଥାନ ଜାହିର କରିବା ପରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନ ୧୦୧୬ ରନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜର ଭେଟେରାନ୍ କ୍ରିକେଟର କ୍ରିସ୍ ଗେଲ୍ ୯୬୫ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି ।

Last Updated : Nov 2, 2022, 6:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.