ETV Bharat / sports

Cricket World Cup 2023: ବିଶ୍ବକପ୍‌ରେ ଚମକୁଛନ୍ତି ଭାରତୀୟ ଖେଳାଳି, ରୋହିତ-କୋହଲିଙ୍କ ଆଗରେ ସମସ୍ତେ ଫିକା

author img

By ETV Bharat Odisha Team

Published : Oct 23, 2023, 8:26 PM IST

ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଖେଳାଳିମାନଙ୍କର ଦବଦବା ଆରମ୍ଭରୁ ଜାରି ରହିଛି । ତେବେ ଦଳର ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ପ୍ରମି ମ୍ୟାଚ୍‌ରେ ରନ୍ ବର୍ଷା ହେବାରେ ଲାଗିଛି । ଏହି ଦୁଇଜଣଙ୍କ ଆଗରେ ବିଶ୍ବର ଅନେକ ବ୍ୟାଟର ଫିକା ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

ରୋହିତ-କୋହଲିଙ୍କ ଆଗରେ ସମସ୍ତେ ଫିକା
ରୋହିତ-କୋହଲିଙ୍କ ଆଗରେ ସମସ୍ତେ ଫିକା

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ବିଜୟ ଧାରା ଜାରି ରଖିଛି ଭାରତ । ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ୍‌ ଖେଳି ବିଜୟଧାରା ଜାରି ରଖିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଅଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ରବିବାର ନ୍ୟୁଜିଲାଣ୍ଡକୁ ହରାଇଛି ରୋହିତ ବାହିନୀ । ଦଳର ସମସ୍ତ ଖେଳାଳି ବର୍ତ୍ତମାନ ନିଜର ପ୍ରାଇମ ଫର୍ମରେ ରହିଥିବାବେଳେ ବିଶେଷ କରି ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଭେଟେରାନ ବ୍ୟାଟରଙ୍କ ବ୍ୟାଟ୍‌ରୁ ହେଉଛି ରନ୍‌ ବର୍ଷା । ଆଉ ଧରାଶାୟୀ ହେଉଛନ୍ତି ବିପକ୍ଷ ଦଳର ବୋଲର । ବର୍ତ୍ତମାନ ସୁଦ୍ଧା ଦିନିକିଆ ବିଶ୍ବକପ୍‌ ୨୦୨୩ର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟରଙ୍କ ସୂଚୀରେ ଶୀର୍ଷରେ ରହିଛନ୍ତି ଏହି ଦୁଇ ଭାରତୀୟ ଷ୍ଟାର ବ୍ୟାଟର ।

  • " class="align-text-top noRightClick twitterSection" data="">

ସବୁଠୁ ଆଗରେ ରୋହିତ-କୋହଲି: ଅକ୍ଟୋବର ୫ରୁ ଆରମ୍ଭ ହୋଇଥିବା ଆଇସିସି ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ଭାରତ ଖେଳିଥିବା ପ୍ରାୟ ସବୁ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ରନ୍‌ ବର୍ଷା ହେଉଛି । ବର୍ତ୍ତମାନ ସୁଦ୍ଧା ଦିନିକିଆ ବିଶ୍ବକପ୍‌ ୨୦୨୩ରେ ବିରାଟ କୋହଲି ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ରହିଛନ୍ତି । ତାଙ୍କ ପଛକୁ ଦ୍ବିତୀୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ତେବେ ବିରାଟ କୋହଲି ୫ଟି ମ୍ୟାଚ୍ ଖେଳି ୩୫୪ ରନ୍‌ କରିଥିବା ବେଳେ ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ରହିଛି । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ରନର ଧୂଆଁଧାର ପାଳି ଖେଳି ସେ ଦଳକୁ ବିଜୟୀ କରାଇଥିଲେ । ଦ୍ବିତୀୟ ସ୍ଥାନରେ ଥିବା ରୋହିତ ଶର୍ମା ୫ ପାଳିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୩୧୧ ରନ୍‌ କରିଛନ୍ତି । ତାଙ୍କ ପଛକୁ ତୃତୀୟରେ ରହିଛନ୍ତି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜ୍‌ୱାନ । ସେ ମୋଟ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ଶତକ ହାସଲ କରିଥିବା ବେଳେ ୨ଟି ଅର୍ଦ୍ଧଶତକ ସହ ୩୧୦ ରନ କରିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...World Cup 2023: ରନ ଚେସ୍‌କୁ ମନ ଦେଇ ବସିଛନ୍ତି କିଙ୍ଗ କୋହଲି, ଚର୍ଚ୍ଚାରେ ନ୍ୟୁଜିଲାଣ୍ଡ ବିପକ୍ଷ ପାଳି

ଫିକା ପଡ଼ିଲେ ଅନ୍ୟ ଦଳର ଷ୍ଟାର ବ୍ୟାଟର: ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟର ଷ୍ଟେଭ୍‌ ସ୍ମିଥ, ପାକିସ୍ତାନ ଅଧିନାୟକ ବାବର ଆଜମ, ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡ୍‌ ୱାର୍ଣ୍ଣର ଓ ଇଂଲଣ୍ଡରର ପୂର୍ବତନ ଅଧିନାୟକ ଜୋ ରୁଟ୍‌ଙ୍କ ବ୍ୟାଟ ଏହି ବିଶ୍ବକପ୍‌ରେ ସେଭଳି ଚାଲିନାହିଁ । ଏପର୍ଯ୍ୟନ୍ତ ଏମାନେ ସମସ୍ତେ କରିଥିବା ରନ ମିଶାଇଲେ ମଧ୍ୟ କେବଳ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରନ ସହ ସମାନ ହେବ ନାହିଁ । ୱିଲିୟମସନ୍‌ କେବଳ ଗୋଟିଏ ମ୍ୟାଚ୍‌ ଖେଳି ୭୮ ରନ ସଂଗ୍ରହ କରିଥିଲେ । ହେଲେ ସେ ପୁଣି ଆହତ ହୋଇ ଖେଳରୁ ବାହାରେ ରହିଛନ୍ତି । ସ୍ମିଥ୍‌ ଏହି ବିଶ୍ବକପ୍‌ରେ ୪ଟି ମ୍ୟାଚ୍‌ ଖେଳିଥିବାବେଳେ ସେ ୭୨ ରନ ସଂଗ୍ରହ କରିଛନ୍ତି । ସେହିଭଳି ବାବର ଆଜମ ୫ ମ୍ୟାଚ୍‌ ଖେଳି ୧୫୭ ରନ ସଂଗ୍ରହ କରିଛନ୍ତି । ଡେଭିଡ୍‌ ୱାର୍ଣ୍ଣର ୪ ମ୍ୟାଚ୍‌ ଖେଳି ୨୨୮ ରନ କରିଥିବାବେଳେ ୪ ମ୍ୟାଚ୍‌ରୁ ୧୭୨ ରନ କରିଛନ୍ତି ଜୋ ରୁଟ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.