ETV Bharat / sports

ବେଦାଙ୍କ ପରିବାର ଉପରେ ନିଷ୍ଠୁର କୋରୋନା: ମା'ଙ୍କ ପରେ ଭଉଣୀ ବୁଜିଲେ ଆଖି

author img

By

Published : May 6, 2021, 6:21 PM IST

ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ପରିବାର ଉପରେ ଯେମିତି କୋରୋନା ଅଧିକ ନିଷ୍ଠୁର ହୋଇଯାଇଛି । ଅଧିକ ପଢନ୍ତୁ...

Veda Krishnamurthy's Sister Succumbs to Covid-19 Two Weeks After Mother Passes Away
ନିଷ୍ଠୁର କୋରୋନା, ମା'ଙ୍କ ପରେ ଆଖିବୁଝିଲେ କ୍ରିକେଟର ବେଦାଙ୍କ ଭଉଣୀ

ହାଇଦ୍ରାବାଦ: କ୍ରିକେଟ ଜଗତରୁ ଆସିଛି ଆଉ ଏକ ସ୍ତବ୍ଦ କରିଦେବା ଭଳି ଖବର । ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ପରିବାର ଉପରେ ଯେମିତି କୋରୋନା ଅଧିକ ନିଷ୍ଠୁର ହୋଇଯାଇଛି । ମା'ଙ୍କୁ ହରାଇବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ବେଦାଙ୍କ ଭଉଣୀଙ୍କୁ ଛଡାଇନେଇଛି ମହାମାରୀ କୋରୋନା । ଏହି ଖବର ବେଦାଙ୍କ ପୂର୍ବତନ କୋଚ୍‌ ଇରଫାନ ସଇତ ଇନଷ୍ଟାଗ୍ରାମ ଜରିଆରେ ଜଣାଇଛନ୍ତି ।

  • Appreciate all the messages I have received about the loss of my Amma. As you can imagine my family is lost without her. We now pray for my sister. I have tested negative & appreciate if you can respect our privacy. My thoughts & prayers go out to those going through the same!!

    — Veda Krishnamurthy (@vedakmurthy08) April 24, 2021 " class="align-text-top noRightClick twitterSection" data=" ">

ବେଦାଙ୍କ ଭଉଣୀ ବତସଲା ଶିବକୁମାର ଗତ ମାସରୁ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଶେଷରେ ଜୀବନ ଯୁଦ୍ଧରେ ସେ ହାରିଯାଇଥିବା ଜଣାପଡିଛି ।

ପୂର୍ବରୁ ବେଦା ମା'ଙ୍କ ମୃତ୍ୟୁ ନେଇ ଟ୍ବିଟ କରିଥିଲେ ଓ ଲେଖିଥିଲେ, " ମା' ଙ୍କ ଦେହାନ୍ତ ଖବରରେ ଆପଣଙ୍କ ଅଗଣିତ ସମବେଦନାପୂର୍ଣ୍ଣ ବାର୍ତ୍ତା ପାଇଛି । ତାଙ୍କ ବିନା ମୋ ପରିବାର ବିଷୟରେ କଳ୍ପନା କରିବା କଷ୍ଟକର । ବର୍ତ୍ତମାନ ଆମେ ଭଉଣୀ ପାଇଁ ପ୍ରାର୍ଥନା କରୁଛୁ ।" ଏଥିସହ ତାଙ୍କର କୋଭିଡ-19 ରିପୋର୍ଟ ନେଗେଟିଭ ଥିବା ମଧ୍ୟ ସ୍ପଷ୍ଟ କରିଥିଲେ ।

Veda Krishnamurthy's Sister Succumbs to Covid-19 Two Weeks After Mother Passes Away
ବାପା ମା'ଙ୍କ ସହ ବେଦା

ବେଦା ଟିମ ଇଣ୍ଡିଆକୁ ଏଯାବତ 48ଟି ଏକଦିବସୀୟ ଓ 76ଟି ଟି20ରେ ପ୍ରତିନିଧିତ୍ବ କରିସାରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବର୍ଷ 2011ରେ ସେ ଦିନିକିଆ ଡେବ୍ୟୁ କରିଥିଲେ । ଡେବ୍ୟୁ ମ୍ୟାଚରେ 54 ବଲ୍‌ରୁ 50 ରନର ଇଂନିସ ଖେଳିଥିଲେ । 2017 ମହିଳା ଦିନିକିଆ ବିଶ୍ବକପ ଫାଇନାଲ ଖେଳିଥିବା ଭାରତୀୟ ଟିମର ପ୍ରମୁଖ ସଦସ୍ୟ ଥିଲେ ଓ ପ୍ରଭାବୀ ପ୍ରଦର୍ଶନ ମଧ୍ୟ କରିଥିଲେ ।

ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହର ଘାତକ ହେବାରେ ଲାଗିଛି । ଦୈନିକ 4 ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଅନେକ ହସ୍ପିଟାଲରେ ଗୁରୁତ୍ବର ରୋଗୀଙ୍କୁ ସଠିକ ସମୟରେ ଅକ୍ସିଜେନ ମିଳିପାରୁନଥିବା ଅଭିଯୋଗ ଆସିବାରେ ଲାଗିଛି । ଅଧିକ ସଂଖ୍ୟକ ସଂକ୍ରମିତ ଦେଶବ୍ୟାପୀ ଚିହ୍ନଟ ହେଉଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରତି ମୁକାବିଲା କରିବାକୁ ଆହ୍ବାନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.