ହାଇଦ୍ରାବାଦ: ଶେଷରେ ମିଷ୍ଟର ଆରପିଙ୍କୁ ହାତ ଯୋଡି କ୍ଷମା ମାଗିଲେ ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା ( Urvashi Rautela ) । ଗତ କିଛି ଦିନ ତଳେ ଉର୍ବଶୀ ଏବଂ ଋଷଭ ପନ୍ତଙ୍କ ( Rishabh Pant ) ବାବଦରେ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ଭାଇରାଲ ହେବାରେ ଲାଗିଥିଲା । ଏମିତିକି ଏସିଆ କପରେ ପାକିସ୍ତାନ ବିପକ୍ଷ ସୁପର ୪ ମ୍ୟାଚରେ ଋଷଭ ପନ୍ତ ଆଉଟ ହେବା ପରେ ଉର୍ବଶୀଙ୍କୁ ନେଇ ଟ୍ରୋଲ କରିଥିଲେ ଇଣ୍ଟରନେଟ ବ୍ୟବହାରକାରୀ । ଏକ ସାକ୍ଷାତାକାରରେ ଉର୍ବଶୀ ପନ୍ତଙ୍କ ନାମ ନନେଇ ଅନେକ କିଛି ଅଭିଯୋଗ କରିଥିଲେ । ସୁଟିଂରେ ବ୍ୟସ୍ତ ଥିବା ବେଳେ ଦିଲ୍ଲୀର ଏକ ହୋଟେଲ୍ରେ ତାଙ୍କୁ ଋଷଭ ପନ୍ତ ୧୦ ଘଣ୍ଟା ଧରି ଅପେକ୍ଷା କରିଥିଲେ । ତାଙ୍କ ସହ ଦେଖା କରିବାକୁ ପନ୍ତ ୧୬ରୁ ୧୭ଟି ମିସ୍କଲ୍ କରିଥିଲେ ବୋଲି କହିଥିଲେ । ପୂରା ସାକ୍ଷାତକାର୍ରେ ଉର୍ବଶୀ ପନ୍ତଙ୍କ ନାମ ନନେଇ ମିଷ୍ଟର ଆର୍ପି ବୋଲି କହି ଇଙ୍ଗିତ କରିଥିଲେ ।
-
Urvashi Rautela said, "all I want to say is sorry to Rishabh Pant".#UrvashiRautela #RishabhPant pic.twitter.com/lMzJcWIpWS
— ⭐👑 (@superking1815) September 13, 2022 " class="align-text-top noRightClick twitterSection" data="
">Urvashi Rautela said, "all I want to say is sorry to Rishabh Pant".#UrvashiRautela #RishabhPant pic.twitter.com/lMzJcWIpWS
— ⭐👑 (@superking1815) September 13, 2022Urvashi Rautela said, "all I want to say is sorry to Rishabh Pant".#UrvashiRautela #RishabhPant pic.twitter.com/lMzJcWIpWS
— ⭐👑 (@superking1815) September 13, 2022
ଏହାକୁ ନେଇ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ ଉର୍ବଶୀଙ୍କୁ କଟାକ୍ଷ କରିଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ । ସେ ଲେଖିଥିଲେ, "ଲୋକଲୋଚନକୁ ଆସିବାକୁ କିଭଳି ଲୋକେ ମିଛ କହି ସାକ୍ଷାତକାର ଦେଇ ହେଡଲାଇନ୍ରେ ରହିବାକୁ ଚାହୁଁଛନ୍ତି, ତାହା ଦେଖି ହସ ଲାଗେ । ଲୋକ ନାମ ଖ୍ୟାତି ପାଇବାକୁ କିଛି ବି କରି ପାରନ୍ତି ତାହା ଦେଖି ଦୁଃଖ ଲାଗେ । ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ । ମୋ ପିଛା ଛାଡ଼ି ଦିଅ ଭଉଣୀ । (ମେରା ପିଛା ଛୋଡ଼ ଦୋ ବେହେନ)" । ଋଷଭପନ୍ତଙ୍କ ଏଭଳି ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ଏହାର ଜବାବରେ ଏକ ପୋଷ୍ଟ କରିଥିଲେ ବଲଉଡ ଅଭିନେତ୍ରୀ ଉର୍ବଶୀ । ସେ ଲେଖିଛନ୍ତି, "ଛୋଟୁ ଭାଇ କେବଳ ବ୍ୟାଟ୍ ବଲ୍ ଉପରେ ଧ୍ୟାନ ଦେଲେ ଭଲ ହେବ । ମୁଁ କୌଣସି ମୁନୀ ନୁହଁ ଯେ କୌଣସି ଯୁବଛୋଟୁ ପାଇଁ ବଦନାମ ହେବି । ରକ୍ଷା ବନ୍ଧନର ଶୁଭେଚ୍ଛା ଛୋଟୁ ଭାଇ (ଛୋଟୁଭୈୟା) । ଶାନ୍ତି ରହୁଥିବା ଝିଅର ଫାଇଦା ଉଠାଇବାକୁ ଚେଷ୍ଟା କରନାହିଁ(Dont Take Advantage of Silent Girl) ।"
ତେବେ ଏଘଟଣା ବାବଦରେ ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା କ୍ଷମା ମାଗିବା ପରେ ଏଠାରେ ପୂର୍ଣ୍ଣଛେଦ ପଡୁଛି ନା ଆଗକୁ ଏହା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା । ଏନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି ।