ETV Bharat / sports

ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ BBL ଖେଳିଲେ Unmukt Chand - ଅଷ୍ଟ୍ରେଲିଆର ବିଗ୍‌ ବାସ ଲିଗ୍‌

ପୂର୍ବତନ ୧୯ ବର୍ଷରୁ କମ ବିଶ୍ବକପ ବିଜୟୀ ଟିମର କ୍ୟାପଟେନ ଉନ୍ମୁକ୍ତ ଚାନ୍ଦ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଅଷ୍ଟ୍ରେଲିଆର ବିଗ୍‌ ବାସ ଲିଗ୍‌(BBL)ରେ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅଧିକ ପଢନ୍ତୁ

Unmukt Chand becomes first Indian male cricketer to play in BBL
ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ BBL ଖେଳିଲେ ଉନ୍ମୁକ୍ତ ଚାନ୍ଦ
author img

By

Published : Jan 18, 2022, 10:02 PM IST

ମେଲବୋର୍ଣ୍ଣ: ପୂର୍ବତନ ୧୯ ବର୍ଷରୁ କମ ବିଶ୍ବକପ ବିଜୟୀ ଟିମର କ୍ୟାପଟେନ ଉନ୍ମୁକ୍ତ ଚାନ୍ଦ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଅଷ୍ଟ୍ରେଲିଆର ବିଗ୍‌ ବାସ ଲିଗ୍‌(BBL)ରେ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଡୋକଲାଣ୍ଡ୍‌ସ ଷ୍ଟାଡିୟମରେ ଖେଳାଯାଇଥିବା BBLର ମ୍ୟାଚ୍‌ ନମ୍ବର ୫୪ରେ ମେଲବୋର୍ଣ୍ଣ ରେନିଗେଡ୍‌ସ ପକ୍ଷରୁ ହୋବାର୍ଟ ହରିକେନ୍‌ସ ବିପକ୍ଷରେ ଡେବ୍ୟୁ କରିବା ସହ ଇତିହାସ ରଚିଛନ୍ତି ଯୁବ ବ୍ୟାଟ୍‌ର ଉନ୍ମୁକ୍ତ । BBL ଟିମ ରେନିଗେଡ୍‌ସ ଉନ୍ମୁକ୍ତଙ୍କ ଫଟୋ ସେୟାର କରିବା ସହ ରେଡ୍‌ ଜର୍ସି ସୁଟ୍‌ କରିଥିବା ଉଲ୍ଲେଖ କରିଛି ।

ଏହାମଧ୍ୟ ପଢନ୍ତୁ: SA vs Ind: ୭ ବର୍ଷରେ ପ୍ରଥମ ଥର, ବ୍ୟାଟ୍‌ମ୍ୟାନ ବିରାଟଙ୍କ ଉପରେ ସମସ୍ତଙ୍କ ନଜର

ତେବେ ପ୍ରଥମ ମ୍ୟାଚ୍‌ରେ ଚାନ୍ଦଙ୍କ ପ୍ରଦର୍ଶନ ଭଲ ରହିନାହିଁ । ମ୍ୟାଚ୍‌ରେ ୮ଟି ବଲ୍‌ରୁ ମାତ୍ର ୬ ରନ୍‌ କରି ୧୮ତମ ଓଭରରେ ସନ୍ଦୀପ ଲାମିଚେନ୍‌ଙ୍କ ବଲ୍‌ରେ ସେ ଆଉଟ୍‌ ହୋଇଥିଲେ । ଏଥିସହ ଆରୋନ ଫିଞ୍ଚ୍‌ଙ୍କ ନେତୃତାଧିନ ମେଲବୋର୍ଣ୍ଣ ଟିମ ପରାସ୍ତ ହୋଇଥିଲା । ଗତବର୍ଷ ୨୮ବର୍ଷୀୟ ଚାନ୍ଦ ଭାରତରେ କ୍ରିକେଟ କ୍ୟାରିୟରରୁ ଅବସର ଘୋଷଣା କରିବା ସହ ବିଶ୍ବର ବିଭିନ୍ନ ଲିଗ୍‌ରେ ଖେଳୁଛନ୍ତି ।

ପୂର୍ବରୁ ସେ IPL ଫ୍ରାଞ୍ଚ୍‌ଇଜ--ଦିଲ୍ଲୀ ଡେୟାରଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଛନ୍ତି । ୬୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ସହ ପ୍ରାୟ ଏକ ଦଶନ୍ଧୀ ସମୟ ତାଙ୍କର ଘରୋଇ କ୍ରିକେଟ କ୍ୟାରିୟର ରହିଛି । ମାତ୍ର ଭାରତୀୟ ସିନିୟର ଟିମରେ ଖେଳିବରୁ ବଞ୍ଚିତ ହୋଇଛନ୍ତି । ଯୁବ ପ୍ରତିଭାବାନ କ୍ରିକେଟର ଚାନ୍ଦଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆରେ ୨୦୧୨ ICC ୧୯ ବର୍ଷରୁ କମ ବିଶ୍ବକପ ଟ୍ରଫି ଜିତିଥିଲା ଭାରତ । ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଅପରାଜିତ ୧୧୧ ରନ୍‌ର ଇଂନିସ ଖେଳି ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ମଧ୍ୟ ରହିଥିଲେ ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.