ETV Bharat / sports

କୋରୋନାର କରୁଣ କାହାଣୀ, ବିଶ୍ବକପ ବିଜୟୀ କ୍ୟାପଟେନ ମାଗିଲେ ମା'ଙ୍କ ପାଇଁ ମେଡିସିନ

କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମା' ଓ ଦାଦାଙ୍କ ପାଇଁ କ୍ରିକେଟର ଉନ୍ମୁକ୍ତ ଚାନ୍ଦ ଯେତେ ଶୀଘ୍ର ସମ୍ଭବ କୋଭିଡ-19ର ଜୀବନରକ୍ଷକ ମେଡିସିନ ରେମଡେସିଭର ଯୋଗାଇଦେବାକୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

Unmukt Chand appeals for help for Covid-stricken mother, uncle
କୋରୋନାର କରୁଣ କାହାଣୀ, ବିଶ୍ବକପ ବିଜୟୀ କ୍ୟାପଟେନ ମାଗିଲେ ମା'ଙ୍କ ପାଇଁ ମେଡିସିନ
author img

By

Published : Apr 17, 2021, 7:46 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ମଣିଷକୁ କେତେ ନିଃସହାୟ କରିପାରେ ତା'ର ସଦ୍ୟତମ ଉଦାହରଣ ଜାତୀୟ ରାଜଧାନୀ ଦିଲ୍ଲୀରୁ ଆସିଛି । ବ୍ୟକ୍ତି ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି ମହାମାରୀର ପ୍ରକୋପରୁ କେହି ସୁରକ୍ଷିତ ନୁହଁନ୍ତି । ସ୍ଥିତି ଏପରି ହୋଇଛି, ଯେ ଦେଶର ଷ୍ଟାର କ୍ରିକେଟର ମଧ୍ୟ ନିଜର ପରିବାର ସଦସ୍ୟଙ୍କ ପାଇଁ ମେଡିସିନ ପଠାଇବାକୁ ନେହୁରା ହୋଇଛନ୍ତି ।

  • Immediately require Remdesevir vials for my mother and uncle who are suffering from Covid 19. Kindly send leads ASAP pic.twitter.com/VqepVzfcPH

    — Unmukt Chand (@UnmuktChand9) April 17, 2021 " class="align-text-top noRightClick twitterSection" data=" ">

କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କ ମା' ଓ ଦାଦା କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଶନିବାର ଟ୍ବିଟ ଯୋଗେ ଯେତେ ଶୀଘ୍ର ସମ୍ଭବ କୋଭିଡ-19ର ଜୀବନରକ୍ଷକ ମେଡିସିନ ରେମଡେସିଭର ଯୋଗାଇଦେବାକୁ ଅପିଲ କରିଛନ୍ତି ଉନ୍ମୁକ୍ତ ।

ଉନ୍ମୁକ୍ତଙ୍କ ନେତୃତ୍ବରେ ବର୍ଷ 2012ରେ ଟିମ ଇଣ୍ଡିଆ 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ବିଜୟୀ ହୋଇଛି । ଅଷ୍ଟ୍ରେଲିଆକୁ ହରାଇ ବିଶ୍ବ ଜିଣିଥିଲା ଭାରତ । ଏହି ମ୍ୟାଚରେ 111 ରନ୍‌ର ମାରାଥନ ଅଧିନାୟକ ଇଂନିସ ଖେଳିଥିଲେ ଉନ୍ମୁକ୍ତ ।

ଉନ୍ମୁକ୍ତ ଡାକ୍ତରଙ୍କ ଏକ ପ୍ରେସକ୍ରିପସନକୁ ଟ୍ବିଟ କରିବାର କିଛି ସମୟ ମଧ୍ୟରେ ଅନେକ ଫଲୋଅର୍ସ ରିଟ୍ବିଟ କରିବା ଆରମ୍ଭ କରିଥିଲେ । କିଛି ଫ୍ୟାନ୍ସ ଦେଶରେ ଥିବା ଏହି ମେଡିସିନର ଡିଷ୍ଟ୍ରିବ୍ୟୁଟରଙ୍କ ତାଲିକା ଦେଇଥିଲେ । ଦେଶରେ କୋଭିଡ-19 ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏହି ମେଡିସିନର ଅଭାବ ରହିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.