ETV Bharat / sports

Ind Vs Aus U19 WC: କ୍ୟାପ୍ଟେନଙ୍କ ଦମଦାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ଆଗରେ ୨୯୧ ଟାର୍ଗେଟ

author img

By

Published : Feb 2, 2022, 10:37 PM IST

ଅଣ୍ଡର-୧୯ ବିଶ୍ବ କପ(Under-19 World Cup) ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୯୧ ର ଟାର୍ଗେଟ ଦେଲା ଇଣ୍ଡିଆ । ଅଧିକ ପଢନ୍ତୁ

Ind Vs Aus U19 WC: କ୍ୟାପ୍ଟେନଙ୍କ ଦମଦାର୍ ପ୍ରଦର୍ଶନ, ଅଷ୍ଟ୍ରେଲିଆ ଆଗରେ ୨୯୧ ଟାର୍ଗେଟ

ଆଣ୍ଟିଗୁଆ: ଅଷ୍ଟ୍ରେଲିଆକୁ ୨୯୧ ର ଟାର୍ଗେଟ ଦେଲା ଇଣ୍ଡିଆ । ଆଣ୍ଟିଗୁଆରେ ୧୯ ବର୍ଷରୁ କମ ବିଶ୍ବ କପ(Under-19 World Cup) ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ପ୍ରଥମ ଇନିଂସରେ ଇଣ୍ଡିଆ ବ୍ୟାଟିଂ କରି ୫ ୱିକେଟ ହରାଇ ୨୯୧ ରନ ଟାର୍ଗେଟ ଦେଇଛି ।

କ୍ୟାପ୍ଟେନ ୟଶ ଧୂଲଙ୍କ ଧୂଆଁଧାର ୧୧୦ ରନ ବଳରେ ଅଷ୍ଟ୍ରେଲିଆକୁ ଏକ ବିଶାଳ ସ୍କୋରର ଟାର୍ଗେଟ ଦେଇଛି ଇଣ୍ଡିଆ । ଟସ୍ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ପର୍ଯାୟରେ ବ୍ୟାଟିଂ ଦୁର୍ବଳ ହୋଇଥିଲେ ମଧ୍ୟ ଶେଖ୍ ରସିଦ ଏବଂ ୟଶ ଧୂଲଙ୍କ ଦମଦାର୍ ପ୍ରଦର୍ଶନ ବଳରେ ୨୯୦ ରନ୍ ସଂଗ୍ରହ କରିପାରିଛ ଦଳ ।

ଏହା ମଧ୍ୟ ପଢନ୍ତୁ:-Under-19 World Cup: ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ

ଏହି ୨ ଖେଳାଳିଙ୍କ ବ୍ୟତୀତ ଅଙ୍ଗକ୍ରିସ ରଘୁବଂଶୀ ୬(୩୦), ହାରନୁର ସିହଂ ୧୬(୨୮), ରାଜବର୍ଦ୍ଧନ ହଙ୍ଗାରଗେକର ୧୩(୧୦), ନିସାନ୍ତ ସିଦ୍ଧୁ ୧୨(୧୦) ଏବଂ ଦିନେଶ ବାନା ୨୦(୪) ରନି ସଂଗ୍ରହ କରିଛନ୍ତି । ତେବେ ନିସାନ୍ତ ଏବଂ ଦିନେଶ ନଟ୍ ଆଉଟ୍ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- U19 WC: ଆଜି ଭାରତ-ଅଷ୍ଟ୍ରେଲିଆ ସେମି ସମର

ତେବେ ଏହି ମ୍ୟାଚରେ ବିଜୟୀ ହେଲେ ଇଂଲଣ୍ଡ ସହ ଫାଇନାଲ ମୁକାବିଲା କରିବ ଭାରତ । ପୂର୍ବ ବିଶ୍ବ କପ ଫାଇନାଲରେ ବାଂଲାଦେଶ ଠାରୁ ପରାଜିତ ହୋଇଥିବା ଭାରତୀୟ ଟିମ୍ ଏଥର ନୂଆ ଆଶାରେ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.