ETV Bharat / sports

Under-19 World Cup: ୪ ଜିମ୍ବାୱେ ଖେଳାଳିଙ୍କୁ କୋରୋନା

author img

By

Published : Jan 4, 2022, 7:42 PM IST

ICC ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ ୨୦୨୨ ଜିମ୍ବାୱେ ଟିମର ୪ ଖେଳାଳି COVID-19 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Under-19 World Cup: Four Zimbabwe cricketers  test for COVID-19 positive
Under-19 World Cup: ୪ ଜିମ୍ବାୱେ ଖେଳାଳିଙ୍କୁ କୋରୋନା

ଆଣ୍ଟିଗୁଆ(ୱେଷ୍ଟଇଣ୍ଡିଜ): ଜିମ୍ବାୱେ ୧୯ ବର୍ଷର କ୍ରିକେଟ ଟିମକୁ ବଡ ଝଟ୍‌କା । ICC ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ ୨୦୨୨ ଜିମ୍ବାୱେ ଟିମର ୪ ଖେଳାଳି COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧୪ରୁ ଏହି ମେଗା ଇଭେଣ୍ଟ ୱେଷ୍ଟଇଣ୍ଡିଜରେ ଖେଳାଯିବା ନେଇ ସୂଚୀ ରହିଛି ।

ଜାନୁଆରୀ ୨ରେ ଶେଷ ହୋଇଥିବା ଆୟରଲାଣ୍ଡ ୧୯ ବର୍ଷରୁ କମ ଟିମ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ୟୁଥ୍‌ ଦିନିକିଆ ସିରିଜରେ ସଂକ୍ରମିତ ଚିହ୍ନଟ ହୋଇଥିବା ୪ ଖେଳାଳି ଅଂଶଗ୍ରହଣ କରିଥିଲେ । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯିବା ସହ ଚିକିତ୍ସା କରାଯାଉଛି । ତେବେ କୌଣସିଙ୍କ ଠାରେ ବିଶେଷ ଲକ୍ଷଣ ନଥିବା ଜିମ୍ବାୱେ କ୍ରିକେଟ(ZC) ପକ୍ଷରୁ ସ୍ପଷ୍ଟ କରାଯାଇଛି । ସ୍କ୍ବାଡ୍‌ରେ ସାମିଲ ହେବାପୂର୍ବରୁ ସମସ୍ତ ଖେଳାଳିଙ୍କ ଟେଷ୍ଟ କରାଯିବ ।

ଏହାମଧ୍ୟ ପଢନ୍ତୁ: Legends League Cricket: ପୁଣି କ୍ରିକେଟ ମୈଦାନକୁ ଫେରିବେ ବୀରୁ, ଯୁବି ଓ ଭଜି

ଗ୍ରୁପ ସି'ରେ ଆଫଗାନିସ୍ତାନ, ପାକିସ୍ତାନ ଓ ପପୁନିଆ ନ୍ୟୁ ଗିନି ସହ ରହିଛି ଜିମ୍ବାୱେ । ଜାନୁଆରୀ ୧୬ରେ ଜିମ୍ବାୱେର ପ୍ରଥମ ମ୍ୟାଚ୍‌ ଆଫଗାନିସ୍ତାନ ବିପକ୍ଷରେ ରହିଛି ।

ଏହାମଧ୍ୟ ପଢନ୍ତୁ: COVID-19: ବେଙ୍ଗଲ କ୍ରିକେଟ ସଂଘ ସଭାପତି ହସ୍ପିଟାଲରେ ଭର୍ତ୍ତି

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.