ETV Bharat / sports

U19 ଏସିଆ କପ୍‌ ୨୦୨୩: ଫେଲ୍‌ ମାରିଲା ବୋଲିଂ ବିଭାଗ, ପାକିସ୍ତାନଠୁ ହାରିଲା ଭାରତ - ପାକିସ୍ତାନ ବିପକ୍ଷରେ ପ୍ରଥମ ପରାଜୟ

Under 19 Asia Cup 2023: U19 ଏସିଆ କପ୍‌ ୨୦୨୩ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ପରାଜୟର ସାମ୍ନା କରିଛି ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୫୯ ରନ୍‌ କରିଥିବାବେଳେ କେବଳ ୪୭ ଓଭରରେ ୨ ୱିକେଟ୍‌ ହରାଇ ଟାର୍ଗେଟ୍‌ ହାସଲ କରିନେଇଛି ପାକିସ୍ତାନ । ଅଧିକ ପଢ଼ନ୍ତୁ

U19 ଏସିଆ କପ୍‌ ୨୦୨୩ରେ ପାକିସ୍ତାନଠାରୁ ହାରିଲା ଭାରତ

author img

By ETV Bharat Odisha Team

Published : Dec 10, 2023, 9:44 PM IST

ଆବୁଧାବି: ୧୯ ବର୍ଷରୁ କମ ବୟସ ବର୍ଗର ଏସିଆ କପ୍‌ (Under 19 Asia Cup)ରେ ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଦ୍ବିତୀୟ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିଯାଇଛି । ଆଜାନ ଆୱେସ୍‌ଙ୍କ ଦମଦାର ଶତକ ଓ ସାଦ୍‌ ବେଗ୍‌ଙ୍କ ୬୮ ରନ୍‌ର ପାଳି ବଳରେ ଭାରତକୁ ୮ ୱିକେଟ୍‌ରେ ମାତ୍‌ ଦେଇଛି ଟିମ୍‌ ପାକିସ୍ତାନ । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୫୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ୪୭ ଓଭରରେ ମାତ୍ର ଦୁଇ ୱିକେଟ୍‌ ହରାଇ ଟାର୍ଗେଟ୍‌ ହାସଲ କରିନେଇଛି ପାକିସ୍ତାନ । ଫଳରେ ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ଦ୍ବିତୀୟ ମ୍ୟାଚ୍‌ରେ ହିଁ ବଡ଼ ପରାଜୟର ସମ୍ମୁଖୀନ ହୋଇଛି ।

ଭାରତୀୟ ପାଳି: ଗ୍ରୁପ୍‌ 'ଏ'ର ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସାଦ୍‌ ବେଗ୍‌ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତୀୟ ଓପନିଂ ଯୋଡି ଆଦର୍ଶ ସିଂହ ଓ ଅର୍ଶିନ କୁଲକର୍ଣ୍ଣି ରକ୍ଷଣାତ୍ମକ ପାଳି ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ୍‌ ପାଇଁ ୯ ଓଭର ଖେଳି ଦଳୀୟ ଖାତାରେ ୩୯ ରନ୍‌ ଯୋଡ଼ିଥିଲେ । ଏହାପରେ କେବଳ ୨୪ ରନ କରି ଆଉଟ୍‌ ହୋଇଥିଲେ କୁଲକର୍ଣ୍ଣି । ରୁଦ୍ର ପଟେଲ କେବଳ ୧ ରନ କରି ଆଉଟ୍‌ ହେବାପରେ ଆଦର୍ଶଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ ଅଧିନାୟକ ଉଦୟ ସାହାରନ । ଆଦର୍ଶ ୬୨ ଓ ସାହାରନ ୬୦ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚିନ ଦାସ ୪୨ ବଲରୁ ୫୮ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୫୯ ରନ କରିପାରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ଜିଶାନ୍‌ ସର୍ବାଧିକ ୪ ୱିକେଟ୍‌ ସଫଳତା ପାଇଥିଲେ । ଅମିର ହାସନ ଓ ଉବେଦ୍‌ ଶାହଙ୍କୁ ଦୁଇଟି ଲେଖାଏଁ ୱିକେଟ୍‌ ମିଳିଥିବାବେଳେ ଅର୍‌ଫତ୍‌ ମିନ୍‌ହାସ୍‌ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...U19 ଏସିଆ କପ୍‌ ୨୦୨୩: ଆଫଗାନିସ୍ତାନକୁ ୭ ୱିକେଟ୍‌ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍‌ ଇଣ୍ଡିଆ

ପାକିସ୍ତାନ ପାଳି: ସେପଟେ ୨୬୦ ରନ୍‌ ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା ପାକିସ୍ତାନ । ତେବେ ୨୮ ରନରେ ଦଳ ପ୍ରଥମ ୱିକେଟ୍‌ ହରାଇଥିଲା । ୮ ରନ କରି ପାଭିଲିୟନ ଫେରିଥିଲେ ଶମାଇଲ୍‌ ହୁସେନ୍‌ । ଦ୍ବିତୀୟ ୱିକେଟ୍‌ ପାଇଁ ଶାହଜେବ ଖାନ୍‌ ଓ ଆଜାନ ଆୱେସ୍‌ଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ଶାହଜେବ ଖାନ୍‌ ୬୩ ରନ କରି ଆଉଟ୍‌ ହେବାପରେ ଆଜାନ ଆୱେସ୍‌ଙ୍କ ସାଥ୍‌ ଦେଇଥିଲେ ଅଧିନାୟକ ସାଦ୍‌ ବେଗ୍‌ । ଆଜାନ ୧୩୦ ବଲରୁ ୧୦୫ ରନର ମ୍ୟାଚ୍‌ ବିଜୟୀ ଶତକ ହାସଲ କରିଥିବାବେଳେ ସାଦ୍‌ ବେଗ୍‌ଙ୍କ ୬୮ ରନ୍‌ର ପାଳି ଦଳକୁ ମ୍ୟାଚ୍‌ ୮ ୱିକେଟ୍‌ରେ ପ୍ରଥମ ବିଜୟ ଭେଟି ଦେଇଥିଲା । ଭାରତୀୟ U19 ବୋଲିଂ ଆଟାକ୍‌ ଏତେ ପ୍ରଭାବୀ ଢଙ୍ଗରେ ବୋଲିଂ କରିପାରିନଥିଲେ । କେବଳ ମୁରୁଗାନ ଅଭିଷେକଙ୍କୁ ମିଳିଥିଲା ଦୁଇଟି ୱିକେଟ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.