ETV Bharat / sports

ମା' ପତ୍ନୀ କୋରୋନା ପଜିଟିଭ, ଆଇପିଏଲରୁ ଓହରିଲେ ଭାରତୀୟ ଅମ୍ପାୟର - ଆଇପିଏଲରୁ ଓହରିଲେ ଅମ୍ପାୟର

ନୀତିନ ମେନନଙ୍କ ମା' ଓ ପତ୍ନୀ ଉଭୟ ଅସୁସ୍ଥ ଓ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମା' ଇନ୍ଦୋରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

Umpire Nitin Menon withdraw from IPL after COVID cases in family
ମା' ପତ୍ନୀ କୋରୋନା ପଜିଟିଭ ପରେ ଆଇପିଏଲରୁ ଓହରିଲେ ଭାରତୀୟ ଅମ୍ପାୟର
author img

By

Published : Apr 29, 2021, 6:27 PM IST

ନୂଆଦିଲ୍ଲୀ: ଆଇପିଏଲରୁ ଓହରିଲେ ଅମ୍ପାୟର ନୀତିନ ମେନନ । ପରିବାର ସଦସ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ, ଟୁର୍ଣ୍ଣାମେଣ୍ଟରୁ ଓହରିବା ସହ ଇନନ୍ଦୋରସ୍ଥିତ ନିଜ ଘରକୁ ଫେରିଯାଇଛନ୍ତି । ମେନନଙ୍କ ମା' ଓ ପତ୍ନୀ ଉଭୟ ଅସୁସ୍ଥ ଓ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ମା' ଇନ୍ଦୋରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପିତା ମଧ୍ୟ ଅସୁସ୍ଥ ଥିବା ଜଣାପଡିଛି ଓ କୋରୋନା ସଂକ୍ରମିତ ଥିବା ଆଶଙ୍କା କରାଯାଉଛି । ଅମ୍ପାୟାର ନୀତିନଙ୍କ 4ରୁ 5 ବର୍ଷର ଏକ ସନ୍ତାନ ମଧ୍ୟ ରହିଛି । ସେଥିପାଇଁ ସେ ଆଇପିଏଲ ଛାଡି ଘରକୁ ଫେରିଯାଇଛନ୍ତି ।

ତେବେ ଘରକୁ ଫେରିଥିବା ନୀତିନ ପରେ ପୁଣି ଟୁର୍ଣ୍ଣାମେଣ୍ଟକୁ ଫେରିପାରିବେ ବୋଲି ଜଣାପଡିଛି ।

ସେହିପରି ଅଷ୍ଟ୍ରେଲିଆ ଅମ୍ପାୟାର ପଲ ରେଇଫଲ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଭାରତରୁ ଦୋହା ଦେଇ ଅଷ୍ଟ୍ରେଲିଆ ଉଡାଣ ଭରିବାକୁ ଥିବା ବିମାନ ବାତିଲ ଜାଣିବା ପରେ ନିଷ୍ପତ୍ତି ବଦଳାଇବା ସହ ଅନ୍ୟ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସହ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ରହିବେ ।

ପୂର୍ବରୁ ଆଡାମ ଜାମ୍ପା, କେନ ରିଚାର୍ଡସନ ଓ ଆଣ୍ଡ୍ରିୟୁ ଟାଇ ଚଳିତ ଆଇପିଏଲରୁ ଓହରିବା ସହ ସ୍ବଦେଶ ଫେରିଯାଇଛନ୍ତି ।

ମେନନଙ୍କ ବଦଳରେ ବିସିସିଆଇ ଆଉଜଣେ ଆମ୍ପାୟରଙ୍କୁ ସାମିଲ କରିବାକୁ ଯୋଜନା କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.