ETV Bharat / sports

U-19 World Cup final: ଭାରତ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ - ଭାରତ ବନାମ ଇଂଲଣ୍ଡ

୧୯ ବର୍ଷରୁ କମ୍‌ ବିଶ୍ବକପ ଫାଇନାଲରେ ଭାରତ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ । ରବି କୁମାର ଘାତକ ବୋଲିଂ ସହ ୪ଟି ଓ ରାଜ ବାୱା ସର୍ବାଧିକ ୫ଟି ୱିକେଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

U-19 World Cup
U-19 World Cup: ଭାରତ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ
author img

By

Published : Feb 5, 2022, 10:09 PM IST

Updated : Feb 5, 2022, 10:21 PM IST

ଆଣ୍ଟିଗୁଆ: ୧୯ ବର୍ଷରୁ କମ୍‌ ବିଶ୍ବକପ ଫାଇନାଲରେ ଭାରତ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ । ଆଣ୍ଟିଗୁଆରେ ଖେଳାଯାଉଥିବା ଫାଇନାଲ ମୁକାବିଲାରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଛି । ରବି କୁମାର ଘାତକ ବୋଲିଂ ସହ ୪ଟି ଓ ରାଜ ବାୱା ସର୍ବାଧିକ ୫ଟି ୱିକେଟ ହାସଲ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: India vs West Indies: ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ

କୁଶାଲ ତାମ୍ବେ ମଧ୍ୟ ଗୋଟିଏ ୱିକେଟ ହାତେଇଛନ୍ତି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ଇଂଲଣ୍ଡ ଘୋର ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ୨୪.୩ ଓଭରରେ ମାତ୍ର ୯୧ ରନ୍‌ରେ ୭ ୱିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲଣ୍ଡ । ତେବେ ଜେମ୍ସ ରିଉ ଇଂଲିସ ଟିମ ପାଇଁ ସଙ୍କଟ ମୋଚକ ସାଜିଥିଲେ । ୧୨ଟି ଚୌକା ସହାୟତାରେ ସର୍ବାଧିକ ୯୫ ରନ୍‌ର ଇଂନିସ ଖେଳି ଇଂଲଣ୍ଡକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଜେମ୍ସ ସେଲ୍ସ ମଧ୍ୟ ୩୪ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ତେବେ ଅନ୍ୟ କୌଣସି ଇଂଲିସ ଖେଳାଳି ଭାରତୀୟ ଘାତକ ବୋଲିଂ ସାମ୍ନାରେ ତିଷ୍ଠି ପାରନଥିଲେ । ଟିମର ୬ଜଣ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । କ୍ୟାପଟେନ୍‌ ଟମ ପ୍ରେଷ୍ଟ ଖାତା ଖୋଲିବା ପୂର୍ବରୁ ରବି କୁମାରଙ୍କ ଶିକାର ହୋଇଥିଲେ ।

Last Updated : Feb 5, 2022, 10:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.