ETV Bharat / sports

Asia Cup 2023: ଆରମ୍ଭ ନହେଉଣୁ ଏଣ୍ଟ୍ରି ମାରିଲାଣି କୋଭିଡ୍‌, ଚିନ୍ତାରେ ACC

author img

By ETV Bharat Odisha Team

Published : Aug 27, 2023, 10:05 PM IST

ଏସିଆ କପ୍‌ ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି । ଏହା ପୂର୍ବରୁ ଶ୍ରୀଲଙ୍କାର ୨ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଏସିସିର ଚିନ୍ତା ବଢ଼ାଇଛି । ଅଧିକ ପଢ଼ନ୍ତୁ

ଖେଳ ଆରମ୍ଭ ନହେଉଣୁ ଏଣ୍ଟ୍ରି ମାରିଲାଣି କୋଭିଡ୍‌

ନୂଆଦିଲ୍ଲୀ: ଏସିଆ କପ୍ ଆରମ୍ଭ ହେବାକୁ ସରିଲାଣି ସବୁ ପ୍ରସ୍ତୁତି । ହାତରେ ଆଉ ମାତ୍ର ଦିନ କେଇଟା ବାକି । ଆସନ୍ତା ୩୦ ତାରିଖରୁ ଏସୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ ଏହାର କିଛିଦିନ ପୂର୍ବରୁ ଏବେ ଏସିଆ କପ୍‌କୁ ଘାରିଛି କୋରୋନା ଭୟ । କାରଣ ସମ୍ଭବତଃ ଏସିଆ କପ୍ ଖେଳିବାକୁ ଥିବା ୪ ଜଣ ଖେଳାଳି ଏବେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ଏସୀୟ କ୍ରିକେଟ ପରିଷଦ (ଏସିସି) ।

ତେବେ ଏସିଆ କପ୍‌ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍‌ ଦଳକୁ ଲାଗିଛି ବଡ଼ ଝଟ୍‌କା । କାରଣ ଦଳର ପ୍ରମୁଖ ଖେଳାଳି ଏବେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ କୁଶାଲ ପେରେରା ଓ ଅଭିଷ୍କା ଫର୍ଣ୍ଣାଣ୍ଡୋ ଏବେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଚିନ୍ତାରେ ପଡ଼ିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । କାରଣ ପୂର୍ବରୁ ଏହାର ଦୁଇ ପ୍ରମୁଖ ବୋଲର ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିବା ଚର୍ଚ୍ଚା ହେଉଛି । ନିକଟରେ ସରିଥିବା ଲଙ୍କା ପ୍ରିମିୟର ଲିଗ୍‌ (LPL)ରେ ଦଳର ଷ୍ଟାର ବୋଲର ଦୁଷ୍ମନ୍ତ ଚମିରା ଆହତ ହୋଇଥିଲେ । ତାଙ୍କର କାନ୍ଧରେ ଗଭୀର ଆଘାତ ଲାଗିଥିଲା । ତେଣୁ ସେ ଏସିଆ କପ୍‌ ଦଳରୁ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ । ସେପଟେ ଦଳର ଅନ୍ୟମତ ସ୍ପିନ୍‌ ଷ୍ଟାର୍‌ ୱାନିନ୍ଦୁ ହସରଙ୍ଗା ମଧ୍ୟ ଆହତ କରାଣରୁ LPL ଫାଇନାଲ୍‌ ମ୍ୟାଚ୍‌ ଖେଳି ପାରିନଥିଲେ । ସେ ଏସିଆ କପ୍‌ ଗ୍ରୁପ୍‌ ଷ୍ଟେଜ୍‌ରେ ଖେଳାଯିବାକୁ ଥିବା ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷ ମୁକାବିଲା ଖେଳ ନପାରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ପାକିସ୍ତାନ ଯିବେ ରୋଜର ବିନ୍ନି ଓ ରାଜୀବ ଶୁକ୍ଳା

ଏଭଳି ପରିସ୍ଥିତିରେ ଦଳର ଦୁଇ ଷ୍ଟାର୍‌ ଖେଳାଳି କୁଶଲ ପେରେରା ଓ ଅଭିଷ୍କା ଫର୍ଣ୍ଣାଣ୍ଡୋ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ଚିନ୍ତା ବଢ଼ିଯାଇଛି । ଏସିଆ କପ୍ ପାଇଁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳ ଘୋଷଣା ହେଇନି । ତେଣୁ ଏଭଳି ପରିସ୍ଥିତିରେ ଏସିଆ କପ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା ଚୟନକର୍ତ୍ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ସେପଟେ ଏସିଆ କପ୍‌ ଆରମ୍ଭ ପୂର୍ବରୁ ଏଥିରେ କୋଭିଡ୍‌ର ଏଣ୍ଟ୍ରି ଏସିସି ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ପ୍ରକାଶଯୋଗ୍ୟ, ଏଥର ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଏସିଆ କପ୍ ଆୟୋଜନ ହେଉଛି । ଏହି ପରିସ୍ଥିତିରେ ଶ୍ରୀଲଙ୍କା ଦଳର ୨ ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର ବିଷୟ । ତେବେ ଯଦି କୋରୋନା ସଂକ୍ରମଣ ବ୍ୟାପେ, ତେବେ କିପରି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ତାକୁ ନେଇ ବି ଚର୍ଚ୍ଚା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.