ETV Bharat / sports

World cup 2023: ମ୍ୟାଚ ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିଲେ ଦୁଇ ପାକିସ୍ତାନୀ ସମର୍ଥକ, ଜର୍ସି ପିନ୍ଧି ଉଠାଇଲେ ଫଟୋ

author img

By ETV Bharat Odisha Team

Published : Oct 14, 2023, 1:56 PM IST

ଆମେରିକାରୁ ଆସି ଭାରତରେ ପହଞ୍ଚିଲେ ଦୁଇ ପାକିସ୍ତାନୀ ସମର୍ଥକ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚି ଉଠାଇଲେ ଫଟୋ । ଅଧିକ ପଢନ୍ତୁ

pakistani supporters reached at ahmedabad stadium

ଅହମ୍ମଦାବାଦ: ଆଉ ମାତ୍ର କିଛି ସମୟର ଅପେକ୍ଷା । ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଯିବ ଲଢେଇ । ଦିନ 2ଟା ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏହା ପୂର୍ବରୁ ଷ୍ଟାଡିୟମ ବାହାରେ ଜମିଲାଣି ପ୍ରଶଂସକଙ୍କ ଭିଡ । ଟିମ ଇଣ୍ଡିଆର ବିଜୟ ନାରା ଦେଉଛନ୍ତି କ୍ରିକେଟ ପ୍ରଶଂସକ । ଏହାରି ମଧ୍ୟରେ ପାକିସ୍ତାନ ଫ୍ୟାନ୍ସ ମଧ୍ୟ ଷ୍ଟାଡିୟମରେ ନଜର ଆସିଛନ୍ତି । ଆଜିର ମ୍ୟାଚରେ ପାକିସ୍ତାକୁ ଚିଅରଅପ୍ କରିବାକୁ ଆମେରିକା ଟେକ୍ସାସ ହ୍ୟୁଷ୍ଟନ୍‌ର ଦୁଇ ଯୁବକ ଆସି ଅହମ୍ମଦାବାଦରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ-World cup 2023: ଭାରତ ବିପକ୍ଷରେ ମ୍ୟାଚ ପୂର୍ବରୁ ଏମିତି କହିଲେ ପାକିସ୍ତାନ ଅଧିନାୟକ

ଉଜ୍ରୋ ଏବଂ ଆସିଫ ନାମକ ଦୁଇ ଜଣ ପାକିସ୍ତାନୀ ଫ୍ୟାନ ଅହମ୍ମଦାବାଦ ଷ୍ଟାଡିୟମରେ ପହଞ୍ଚି ପାକିସ୍ତାନର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି । ଉଜ୍ରୋ କହିଛନ୍ତି ଯେ, ମୁଁ ଉତ୍ତରପ୍ରଦେଶ ରାମପୁରର ବାସିନ୍ଦା । ପାକିସ୍ତାନକୁ ସପୋର୍ଟ କରିବାକୁ ମୁଁ ଏଠାକୁ ଆସିଛି । ଚାରି ଦିନ ପରେ ମୁଁ କାମକୁ ଫେରିଯିବି । ସେହିପରି ଆସିଫ କହିଛନ୍ତି ଯେ, ଆଜି ମୁଁ ଯେତେ ଫଟୋ ଉଠାଇଛି ମୋ ବିବାହରେ ମଧ୍ୟ ସେତିକି ଫଟୋ ଉଠାଇ ନଥିଲି । ତେବେ ପାକିସ୍ତାନର ଜର୍ସି ପିନ୍ଧିଥିବାରୁ ମନରେ ଭୟ ଅଛି ନା ନାହିଁ ପଚାରିବାରୁ ଉଜ୍ରୋ କହିଥିଲେ ଯେ, ଆମେ ଜମାରୁ ଡରୁ ନାହୁଁ । ଭାରତ ଦ୍ବାରା ବିଶ୍ବକପ ଆୟୋଜନ କରାଯାଉଛି । ଆମେ ଚିମ ଇଣ୍ଡିଆକୁ ବି ସମର୍ଥନ କରୁଛୁ । ତେଣୁ ସବୁ କିଛି ଭଲ ହେବ । ପାକିସ୍ତାନ ଚଳିତ ବିଶ୍ବକପରେ 2ଟି ମ୍ୟାଚ ଖେଳି ବିଜୟ ଅଭିୟାନ ଜାରି ରଖିଛି । ତେଣୁ ଆଜିର ମ୍ୟାଚରେ ମଧ୍ୟ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ବାବର ବାହିନୀ ।

ଏହା ମଧ୍ୟ ପଢନ୍ତୁ- World Cup 2023: ଆଜି ଭାରତ-ପାକିସ୍ତାନ ମୁକାବିଲା, ମ୍ୟାଚକୁ ନେଇ ଉତ୍ସାହୀ କ୍ରୀଡ଼ାପ୍ରେମୀ

ଆଜିର ମ୍ୟାଚରେ ଷ୍ଟାଡିୟମରେ ଅଧିକ ଭାରତୀୟ ପ୍ରଶଂସକ ରହିବେ । ଭିସା ନ ମିଳିବାରୁ ଭାରତ ଆସି ପାରିନାହାନ୍ତି ପାକିସ୍ତାନୀ ସମର୍ଥକ । କେବଳ କିଛି ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଭିସା ମିଳିଥିଲା । ମ୍ୟାଚ ପାଇଁ ଭାରତୀୟ ଟିମ ଏବେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅଭିମୁଖେ ବାହାରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ବାହାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ନିରାପତ୍ତା ବ୍ୟବସ୍ଥା ପାଇଁ 11 ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ 150 ଆଇପିଏସ ଓ ଆଇଏସ୍ ଅଧିକାରୀ ମ୍ୟାଚ ସମୟରେ ଉପସ୍ଥିତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.