ETV Bharat / sports

Tri-Series 2023: ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା, ଭାରତ ରନର୍ସଅପ

ମହିଳା ତ୍ରିରାଷ୍ଟ୍ରୀୟ ଟି-ଟ୍ବେଣ୍ଟି ସିରିଜ ଫାଇନାଲରେ ବାଜି ମାରି ନେଇଛି ଦକ୍ଷିଣ ଆଫ୍ରିକା । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରକା 5 ୱିକେଟରେ ଜିତି ଟ୍ରଫି ଜିତିଛି । ଭାରତ ଦ୍ବିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଅଧିକ ପଢନ୍ତୁ

author img

By

Published : Feb 3, 2023, 9:27 AM IST

Tri-Series 2023
ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା, ଭାରତ ରନର୍ସଅଫ

ହାଇଦ୍ରାବାଦ: ଇଷ୍ଟ ଲଣ୍ଡରେ ଖେଳାଯାଇଥିବା ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଫାଇନାଲରେ ଦକ୍ଷିଣ ଅଫ୍ରିକା ବିଜୟ ହାସଲ କରିଛି । 5 ୱିକେଟରେ ଭାରତକୁ ପରାସ୍ତ କରି ଟ୍ରଫି ଜିତିଛି ଦକ୍ଷିଣ ଆଫ୍ରିକା । ଭାରତ ଦ୍ବିତୀୟ ସ୍ଥାନରେ ରହି ତ୍ରିରାଷ୍ଟ୍ରୀୟ ସିରିଜରେ ଅଭିଯାନ ଶେଷ କରିଛି । ଓମେନ ବ୍ଲୁ ପରାସ୍ତ ହୋଇଥିଲେ ବି ଦଳର ଅଲରାଉଣ୍ଡର ତଥା ସ୍ପିନର ଦିପ୍ତୀ ଶର୍ମା ସର୍ବାଧିକ ୱିକେଟ ହାତେଇ ଥିବାରୁ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ସିରିଜରେ ଦିପ୍ତୀଙ୍କ ନାମରେ 9ଟି ୱିକେଟ ରହିଛି । ଦକ୍ଷିଣ ଆଫ୍ରିକାର ବ୍ଲୋଏ ଟ୍ରାୟନ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତ ଅଧିନାୟିକା ହର୍ମନପ୍ରୀତ କୌର । ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ ଭାରତ 109 ରନ ସଂଗ୍ରହ କରିଥିଲା । ଭାରତର ହର୍ଲିନ ଦେଓର ସର୍ବାଧିକ ରନ କରିଥିଲେ । 56ବଲରେ 46 ରନ କରିଥିଲେ ହର୍ଲିନ । ସେହିପରି ଅଧିନାୟିକା ହର୍ମନପ୍ରୀତ କୌର 22 ବଲରେ 21 ରନ କରିଥିଲେ । ସ୍ମୃତି ମାନ୍ଧାନା ଖାତା ଖୋଲି ପାରିନଥିଲେ । ଜେମିମା ରୋଡ୍ରିଗ୍ୟୁ ମଧ୍ୟ କ୍ରିଜରେ ତିଷ୍ଠି ପାରି ନଥିଲେ । ଦିପ୍ତୀ ଅପରାଜିତ 16 ରନ କରିଥିଲେ । 18 ବଲ ଖେଳି 11 ରନ କରିଥିଲେ ଜେମିମା । ଭାରତ 20 ଓଭରରେ 4 ୱିକେଟ ହରାଇ 109 ରନ କରିଥିଲା । ଦକ୍ଷିଣ ଆଫ୍ରିକାକୁ 110ରନ ସହଜ ବିଜୟ ଲକ୍ଷ୍ୟ ଦେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋନକୁଲୁଇଡ ମାଲାବା 16 ରନ ଦେଇ 2ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ରାଇନାଙ୍କ ରେକର୍ଡ ଭାଙ୍ଗିଲେ ଗିଲ, ତିନୋଟି ଫର୍ମାଟରେ ଶତକ ହାସଲରେ ସର୍ବକନିଷ୍ଠ ଭାରତୀୟ

110ରନର ସହଜ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା । ଦଳର ସ୍କୋର 47 ରନ ମଧ୍ୟରେ 4ଟି ୱିକେଟ ପତନ ହୋଇଥିଲା । ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ ବ୍ଲୋଏ । ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ବ୍ଲୋଏ ଟ୍ରାୟନ । ଦମଦାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ବ୍ଲୋଏ । ସେ 6 ଚୌକା ଓ 2ଟି ଛକା ସହାୟତାରେ 57 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡି'କ୍ଲାକ ଅପରାଜିତ 17 ରନ, ଅଧିନାୟିକ ସୁନ ଲୁସ 12 ରନ ସଂଗ୍ରହ କରିଥିଲେ । 17 ଓଭରରେ ଦକ୍ଷିଣ ଆଫ୍ରିକା ଟାର୍ଗେଟ ହାସଲ କରିଥିଲା । 5 ୱିକେଟର ବିଜୟ ଲାଭ କରି ମହିଳା ତ୍ରିରାଷ୍ଟ୍ରୀୟ ସିରିଜ କବଜା କରିଥିଲା ।

ଏହା ବି ପଢନ୍ତୁ...WPL Auction: ଚଳିତ ମାସ ଦ୍ବିତୀୟ ସପ୍ତାହରେ ହୋଇପାରେ ନିଲାମୀ

ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିଲା । ଏହା ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ମ୍ୟାଚ ଜିତିଥିଲା । ମାତ୍ର ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଛି । ୱେଷ୍ଟଇଣ୍ଡିଜ ତୃତୀୟ ଦଳ ଭାରେ ସିରିଜରେ ଅଂଶଗ୍ରହଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.