ହାଇଦ୍ରାବାଦ: ମହିଳା ଟ୍ରାଇ ସିରିଜରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି । ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିଛି ୱେମେନ ଇନ ବ୍ଲୁ । ଗତକାଲି ତ୍ରିରାଷ୍ଟ୍ରୀୟ ମହିଳା ଟି-ଟ୍ବେଣ୍ଟି ସିରିଜର ଚତୁର୍ଥ ମୁକାବିଲାରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ଇଣ୍ଡିଜକୁ 8 ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଦିପ୍ତୀ ଶର୍ମାଙ୍କ ଦମଦାର ବୋଲିଂ ଦଳ ବିଜୟରେ ସହାୟକ ହୋଇଥିଲା । ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
-
.@Deepti_Sharma06 bagged the Player of the Match award for her economical three-wicket haul as #TeamIndia continue their winning run in the Tri-Series with an 8️⃣-wicket win over West Indies 👏🏻👏🏻
— BCCI Women (@BCCIWomen) January 30, 2023 " class="align-text-top noRightClick twitterSection" data="
Scorecard ▶️ https://t.co/DZU57GhavB #WIvIND pic.twitter.com/4ZJeT7kjM1
">.@Deepti_Sharma06 bagged the Player of the Match award for her economical three-wicket haul as #TeamIndia continue their winning run in the Tri-Series with an 8️⃣-wicket win over West Indies 👏🏻👏🏻
— BCCI Women (@BCCIWomen) January 30, 2023
Scorecard ▶️ https://t.co/DZU57GhavB #WIvIND pic.twitter.com/4ZJeT7kjM1.@Deepti_Sharma06 bagged the Player of the Match award for her economical three-wicket haul as #TeamIndia continue their winning run in the Tri-Series with an 8️⃣-wicket win over West Indies 👏🏻👏🏻
— BCCI Women (@BCCIWomen) January 30, 2023
Scorecard ▶️ https://t.co/DZU57GhavB #WIvIND pic.twitter.com/4ZJeT7kjM1
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟିକା ହର୍ମନପ୍ରୀତ । ଭଲ ବ୍ୟାଟିଂ ଆରମ୍ଭ କରିଥିଲା ୱେଷ୍ଟ ଇଣ୍ଡିଜ । ମାତ୍ର ପରେ ଭାରତୀୟ ବୋଲରଙ୍କ ଆଟାକରେ ତିଷ୍ଠି ପାରି ନଥିଲେ ଇଣ୍ଡିଜ ବ୍ୟାଟର । ତୃତୀୟ ଓଭରରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା । ଦଳୀୟ ସ୍କୋର 18ରେ ଇଣ୍ଡିଜର ପ୍ରଥମ ୱିକେଟ ପତନ ହୋଇଥିଲା । ରାସାଦା ୱିଲିୟମସ ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲା । 8 ରନ କରି ପାଭିଲିୟନ ଫେରିଥିଲେ ରାସାଦା । ଏହାପରେ ପୁଣି ଦିପ୍ତୀଙ୍କ ଶିକାର ହୋଇଥିଲେ ଶେମିନ କ୍ୟାମ୍ପବେଲେ । ଖାତା ଖୋଲି ପାରି ନଥିଲେ ଶେମିନ । ହଲେନ ମାଥ୍ୟୁ ସ୍ଥିତି ସମ୍ଭାଳି ଖେଳିଥିଲେ । ତାଙ୍କୁ ସାଥ ଦେଉଥିବା ଜୋସେଫ ଏଲବିଡ୍ଲୁ ହୋଇଥିଲେ । ହଲେନ ମାଥ୍ୟୁ 34 ରନ୍ କରି ପୂଜା ବସ୍ତ୍ରାକାରଙ୍କ ବଲରେ ଆଉଟ ହୋଇଥିଲେ ।
-
Innings Break!#TeamIndia restrict West Indies to 94/6 in the first innings 👏🏻@Deepti_Sharma06 the pick of the bowlers with bowling figures of 3️⃣-1️⃣1️⃣.
— BCCI Women (@BCCIWomen) January 30, 2023 " class="align-text-top noRightClick twitterSection" data="
Over to our batters 👍🏻
Scorecard ▶️ https://t.co/DZU57GhavB #WIvIND pic.twitter.com/oE9nyO5ksf
">Innings Break!#TeamIndia restrict West Indies to 94/6 in the first innings 👏🏻@Deepti_Sharma06 the pick of the bowlers with bowling figures of 3️⃣-1️⃣1️⃣.
— BCCI Women (@BCCIWomen) January 30, 2023
Over to our batters 👍🏻
Scorecard ▶️ https://t.co/DZU57GhavB #WIvIND pic.twitter.com/oE9nyO5ksfInnings Break!#TeamIndia restrict West Indies to 94/6 in the first innings 👏🏻@Deepti_Sharma06 the pick of the bowlers with bowling figures of 3️⃣-1️⃣1️⃣.
— BCCI Women (@BCCIWomen) January 30, 2023
Over to our batters 👍🏻
Scorecard ▶️ https://t.co/DZU57GhavB #WIvIND pic.twitter.com/oE9nyO5ksf
ହଲେନ ମାଥ୍ୟୁ ଓ ଶାବିକାଙ୍କୁ ଛାଡି ଦେଲେ ଅନ୍ୟ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଦଳୀୟ ସ୍କୋର 54 ବେଳକୁ ଦଳ 4ଟି ୱିକେଟ ହରାଇଥିଲା । 17ତମ ଓଭରରେ ପୁଣି ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲେ ଶାବିକା ଗାଜନାବି । 12 ରନ କରି ଆଉଟ ହୋଇଥିଲେ । ଶେଷ ଓଭରରେ ଅଲିୟାହଙ୍କୁ ଆଉଟ କରିଥିଲେ ପୂଜା । ନିର୍ଦ୍ଧାରିତ 20 ଓଭରରେ ଇଣ୍ଡିଜ 6 ୱିକେଟ ହରାଇ 94 ରନ କରିଥିଲା । ଦଳୀୟ ସ୍କୋର ତିନି ଅଙ୍କ ଛୁଇଁବା ଦଳ ପାଇଁ କାଠିକର ପାଠ ହୋଇଥିଲା । ଦିପ୍ତୀ ଶର୍ମା ଇଣ୍ଡିଜର ବିପର୍ଯ୍ୟୟ ଘଟାଇଥିଲେ । 11 ରନ ଦେଇ 3 ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ରାଜେଶ୍ବରୀ ଗାଏକ୍ବାର୍ଡ ତାଙ୍କର 50ତମ ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି ।
ଏହା ବି ପଢନ୍ତୁ...World Champion U-19 Team India : ତେନ୍ଦୁଲକରଙ୍କ ଦ୍ବାରା ସମ୍ମାନିତ ହେବେ ୱେମେନ୍ ଇନ୍ ବ୍ଲୁ
95ରନ ସହଜ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । 8 ରନରେ ଓପନର ସ୍ମୃତି ମାନ୍ଧନା (5)ରନ କରି ଆଉଟ ହୋଇଥିଲେ । 3 ନମ୍ବର ସ୍ଥାନରେ ଆସିଥିବା ଜେମିମା ରୋଡ୍ରିଜ ଓ ହର୍ଲିନ ଦେଓଲ ସ୍ଥିତି ସମ୍ଭାଳିଥିଲେ । ଉଭୟ ମିଶି ଦଳୀୟ ସ୍କୋରକୁ 41 ରନରେ ପହଞ୍ଚାଇଥିଲେ । ହର୍ଲିନ 13 ରନ୍ କରି ଆଉଟ ହୋଇଥିଲେ । ଏହାପରେ ହର୍ମନପ୍ରୀତ ମୈଦାନକୁ ଓହ୍ଲାଇ ରୋଡ୍ରିଜଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ । 2 ୱିକେଟ ହରାଇ ଭାରତ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ହର୍ମନପ୍ରୀତ 32 (4ଚୌକା) ଓ ଜେମିମା ରୋଡ୍ରିଜ 39 ବଲରୁ 5ଚୌକା ସହ 42 ରନ କରିଥିଲେ ।
ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ବିଜୟ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ 27 ରନ ଓ ଇଣ୍ଡିଜ ବିପକ୍ଷରେ ଯଥାକ୍ରମେ 56 ରନରେ ବିଜୟ ହାସଲ କରିଥିଲା । ଦଳ ସର୍ବାଧିକ 7 ପଏଣ୍ଟ ପାଇ ତାଲିକା ଶୀର୍ଷରେ ରହିଛି । ଆସନ୍ତା 2 ତାରିଖରେ ଦକ୍ଷିଣ ଆଫ୍ରିକା ସହ ଫାଇନାଲ ମ୍ୟାଚ ଖେଳିବ ଭାରତ ।