ହାଇଦ୍ରାବାଦ: ମହିଳା ଟ୍ରାଇ ସିରିଜରେ ଭାରତ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଲଗାତାର ଦ୍ବିତୀୟ ମୁକାବିଲା ଜିତିଛି ଓମେନ ଇନ ବ୍ଲୁ । ସୋମବାର ଖେଳାଯିବା ଦ୍ବିତୀୟ ଟ୍ରାଇ ସିରିଜ ମୁକାବିଲା ୱେଷ୍ଟ ଇଣ୍ଡିଜକୁ 56ରନରେ ପରାସ୍ତ କରି ବିଜୟଧାରା ବଜାୟ ରଖିଛି ଭାରତୀୟ ମହିଳା କ୍ରିକେଟ ଦଳ । ସ୍ମୃତି ମାନ୍ଧନା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
-
For her excellent unbeaten 7️⃣4️⃣*(51) in the first innings, vice-captain @mandhana_smriti bagged the Player of the Match award as #TeamIndia clinched their second win of the Tri-Series with a 56-run victory over West Indies 👏
— BCCI Women (@BCCIWomen) January 24, 2023 " class="align-text-top noRightClick twitterSection" data="
Scorecard ▶️ https://t.co/tNMO0AAnzm#INDvWI pic.twitter.com/Y9QoRSLtdS
">For her excellent unbeaten 7️⃣4️⃣*(51) in the first innings, vice-captain @mandhana_smriti bagged the Player of the Match award as #TeamIndia clinched their second win of the Tri-Series with a 56-run victory over West Indies 👏
— BCCI Women (@BCCIWomen) January 24, 2023
Scorecard ▶️ https://t.co/tNMO0AAnzm#INDvWI pic.twitter.com/Y9QoRSLtdSFor her excellent unbeaten 7️⃣4️⃣*(51) in the first innings, vice-captain @mandhana_smriti bagged the Player of the Match award as #TeamIndia clinched their second win of the Tri-Series with a 56-run victory over West Indies 👏
— BCCI Women (@BCCIWomen) January 24, 2023
Scorecard ▶️ https://t.co/tNMO0AAnzm#INDvWI pic.twitter.com/Y9QoRSLtdS
ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସ୍ମୃତି ମାନ୍ଧନା ଓ ୟସ୍ତିକା ଭାଟିଆ ପାଳି ଆରମ୍ଭ କରିଥିଲେ । ଉଭୟ ଭଲ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 33ରେ ଭାରତ ତାର ପ୍ରଥମ ୱିକେଟ ହରାଇଥିଲା । 5ତମ ଓଭରରେ ୟାସ୍ତିକା କାରିସମା ରାମହାରାକଙ୍କ ବଲର ଶିକାର ହୋଇଥିଲେ । 23 ବଲ୍ରେ 18 ରନ କରି ସଅଳ ପାଭେଲିୟନ ଫେରିଥିଲେ ୟାସ୍ତିକା । ସ୍ମୃତିଙ୍କୁ ସାଥ ଦେଇଥିଲେ ହର୍ଲିନ ଦେଓଲ । ମାତ୍ର ସେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମାତ୍ର 12 ରନକରି ଏଲବି ହୋଇଥିଲେ ହର୍ଲିନ । ଏହାପରେ ଅଧିନାୟକ ହର୍ମନପ୍ରୀତ କୌର ଓ ସ୍ମୃତି ଦଳର ଦାୟିତ୍ବ ନେଇଥିଲେ । ଉଭୟ ରନ ଗାଡିକୁ ଆଗକୁ ନେଇଥିଲେ । ଏ ଯୋଡିକୁ ଭାଙ୍ଗିବା ଇଣ୍ଡିଜ ବୋଲରଙ୍କ ପାଇଁ କାଠିକାର ପାଠ ହୋଇଥିଲା । ଉଭୟ ଚୌକା ଛକା ବର୍ଷା କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ଭାରତ 2 ୱିକେଟ ହରାଇ 167 ରନ କରିଥିଲା । ଇଣ୍ଡିଜକୁ 168 ରନ ବିଜୟ ଲକ୍ଷ୍ୟ ଦେଇଥିଲା । ସ୍ମୃତି ମାନ୍ଧନା 51 ବଲ ଖେଳି 74 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ହର୍ମନପ୍ରୀତ କୌର 56 ରନ କରିଥିଲେ ।
ଏହା ବି ପଢନ୍ତୁ....WIPL Auction: ୨୫ରେ ମହିଳା IPL ନିଲାମୀ, ବଡବଡ କମ୍ପାନୀ ଦେଖାଇଲେ ଆଗ୍ରହ
168 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଇଣ୍ଡିଜ । ବିଜୟ ଲକ୍ଷ୍ୟ ପୁରଣ କରିବାରେ ବିଫଳ ହୋଥିଲା । 111ରନ କରିବାକୁ ସକ୍ଷମ ହୋଇଥିଲା ଇଣ୍ଡିଜ । ଦିପ୍ତୀ ଶର୍ମାଙ୍କୁ ପ୍ରଥମ ସଫଳତା ମିଳିଥିଲା । ଦଳୀୟ ସ୍କୋର ମାତ୍ର 7ରେ ଇଣ୍ଡିଜ ତାର ପ୍ରଥମ ୱିକେଟ ହରାଇଥିଲା । ବ୍ରିଣ୍ଟି କୋପର ପାଭିଲିୟନ ଫେରିଥିଲେ । ତୃତୀୟ ଓଭରରେ ଦିପ୍ତୀଙ୍କୁ ଆଉ ଏକ ସଫଳତା ମିଳିଥିଲା । ରାସାଡା ୱିଲିୟମସଙ୍କୁ ପାଭେଲିୟନ ରାସ୍ତା ଦେଖାଇଥିଲେ ଦିପ୍ତୀ । ପରେପରେ ରାଜେଶ୍ବରୀ ଗାଏକ୍ବାର୍ଡଙ୍କ ଶିକାର ହୋଇଥିଲେ ସାବିକା ଗଜନାବି । ଦଳୀୟ ସ୍କୋର 25ରେ ଦଳ 3ଟି ୱିକେଟ ହରାଇଥିଲେ। ଏହାପରେ ହେଲେ ମାଥ୍ୟୁ ଓ ସେମାଇନ କାମ୍ପବେଲେ ସ୍ଥିତି ସମ୍ଭାଳିଥିଲେ । 17 ତମ ଓଭରରେ ଦଳୀୟ ସ୍କୋର 96ରେ ଇଣ୍ଡିଜର ଆଉ ଏକ ୱିକେଟ ହରାଇଥିଲା । ରାଧା ଯାଦବଙ୍କ ଶିକାର ହୋଇଥିଲେ ସେମାଇନ କାମ୍ପବେଲେ । ଦଳ ମାତ୍ର 111 ରନ କରି ପାରିଥିଲେ । 56 ରନ ବିଜୟୀ ହୋଇଥିଲା ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାନୁଆରୀ 28 ତାରିଖରେ ଆଉ ଏକ ମ୍ୟାଚ ଖେଳିବ ଭାରତ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 27 ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ ।