ETV Bharat / sports

T20 WC: ସମସ୍ତ ଟିମକୁ ICCର ଚେତାବନୀ, ମହଙ୍ଗା ପଡିପାରେ ବାୟୋବବଲ ଉଲଂଘନ

author img

By

Published : Oct 8, 2021, 4:41 PM IST

ଟୁର୍ଣ୍ଣାମେଣ୍ଟ ଚାଲୁଥିବା ସମୟରେ ସମସ୍ତ ଟିମ ମ୍ୟାନେଜମେଣ୍ଟଙ୍କୁ ବାୟୋବବଲ ଉଂଲଘନ ଗମ୍ଭୀରତାର ସହ ନେବାକୁ ICCର ଚେତାବନୀ । ଅଧିକ ପଢନ୍ତୁ...

Treat bubble breach during T20 World Cup very seriously: ICC tells team managements
T20 WC : ସମସ୍ତ ଟିମକୁ ICCର ଚେତାବନୀ, ମହଙ୍ଗା ପଡିପାରେ ବାୟୋବବଲ ଉଲଂଘନ

ଦୁବାଇ: ଚଳିତ ମାସ ଶେଷ ସପ୍ତାହରୁ ଆରମ୍ଭ ହେଉଛି ICC ପୁରୁଷ ଟି-୨୦ ବିଶ୍ବକପ । ମହାମାରୀ COVID-19 ପାଇଁ ଗୋଟିଏ ବର୍ଷ ବିଳମ୍ବରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଜୈବ ସୁରକ୍ଷା ବଳୟ(ବାୟୋବବଲ) ମଧ୍ୟରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଯାଉଥିବାରୁ ନିୟମ ପାଳନ ନେଇ କଠୋର ହୋଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଟୁର୍ଣ୍ଣାମେଣ୍ଟ ଚାଲୁଥିବା ସମୟରେ ସମସ୍ତ ଟିମ ମ୍ୟାନେଜମେଣ୍ଟଙ୍କୁ ବାୟୋବବଲ ଉଂଲଘନ ଗମ୍ଭୀରତାର ସହ ନେବାକୁ ଚେତାବନୀ ଦେଇଛି ICC ।

  • Managed biosecure environments, psychologists available 24 hours a day, and all players fully vaccinated.

    A number of measures have been taken to ensure the Men’s #T20WorldCup runs safely 👇https://t.co/Cpdr1K9opr

    — ICC (@ICC) October 8, 2021 " class="align-text-top noRightClick twitterSection" data=" ">

ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତିଟି ଅଂଶଗ୍ରହଣକାରୀ ଦେଶପାଇଁ ବିସ୍ତୃତ ନିୟମାବଳୀ ପ୍ରସ୍ତୁତ କରିଛି ICC । ଅଂଶଗ୍ରହଣକାରୀଙ୍କ ଠାରୁ ସମସ୍ତ ନିୟମ ପାଳନ ନେଇ ଉତ୍ତମ ବୁଝାମଣା ଆଶା କରୁଛି ବୋର୍ଡ । ପ୍ରତ୍ୟେକ ସ୍କ୍ବାଡ୍‌ର ଟିମର ମ୍ୟାନେଜମେଣ୍ଟଙ୍କୁ ଏନେଇ ଅବଗତ କରାଯାଇଛି ।

ମହଙ୍ଗା ପଡିପାରେ ବାୟୋବବଲ ଉଲଂଘନ
ମହଙ୍ଗା ପଡିପାରେ ବାୟୋବବଲ ଉଲଂଘନ

ନିଜର ଖୁସି ପାଇଁ କୌଣସି ଟିମର ସଦସ୍ୟ ନିୟମର ଉଂଲଘନ କରିପାରିବେ ନାହିଁ। ଏପରି ଆଶା କୌଣସି ସ୍କ୍ବାଡର ସଦସ୍ୟଙ୍କ ଠାରୁ ଆଶା କରୁନାହିଁ ବୋର୍ଡ । ଯଦି ଏପରି ହୁଏ, ଉକ୍ତ ଟିମର ମ୍ୟାନେଜମେଣ୍ଟ ଏହାର ଉତ୍ତରଦାୟୀ ରହିବେ। ସେଥିପାଇଁ ଏହାକୁ ଗମ୍ଭୀରତାର ସହ ନେବାକୁ ଗୁରୁବାର ଏହା କହିଛନ୍ତି ICC ଇଣ୍ଟିଗ୍ରିଟି ମୁଖ୍ୟ ଆଲେକ୍ସ ମାର୍ସାଲ ।

ନିୟମବଳୀ ନେଇ ସ୍ପଷ୍ଟୀକରଣରେ ଏକ ବିବୃତିରେ ICC ପକ୍ଷରୁ କୁହାଯାଇଛି ଯେ, ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିମାନେ ପହଞ୍ଚିବା ପରେ ୬ ଦିନ ବାଧ୍ୟତାମୂଳକ ଆଇସୋଲେସନରେ ରହିବେ । ଏହି ସତମୟ ସମୟ ଅବଧି ମଧ୍ୟରେ ସେମାନେ ୩ଟି COVID-19 ଟେଷ୍ଟର ସାମ୍ନା କରିବେ । ଏହା ପ୍ରକ୍ରିୟା ଦ୍ବାରା ପରବର୍ତ୍ତୀ ପର୍ଯ୍ୟାୟକୁ କୌଣସି ସଂକ୍ରମିତ ପ୍ରବେଶ କରିବେ ନାହିଁ ବୋଲି ନିଶ୍ଚିନ୍ତ ହେବ ।

୬ ଦିନିଆ ଆଇସୋଲେସନ ପରେ, ଅଂଶଗ୍ରହଣକାରୀ ଟୁର୍ଣ୍ଣାମେଣ୍ଟର ବ୍ୟବସ୍ଥିତ ପରିବେଶରେ ରହିବେ । ନିୟମିତ ବ୍ୟବଧନେର ଟେଷ୍ଟ ମଧ୍ୟ ହେବ । ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ସଦସ୍ୟ ସଂପୂର୍ଣ୍ଣ ଟିକାନେଇଥିବେ ।

ବ୍ରଡ୍‌କାଷ୍ଟର ସଦସ୍ୟ, ଷ୍ଟାଫ ଓ ଖେଳାଳିଙ୍କୁ ମିଶାଇ ସଂଖ୍ୟା ପ୍ରାୟ ୨୦୦୦ ସଦସ୍ୟ ସୁରକ୍ଷିତ ପରିବେଶରେ ରହି ଟୁର୍ଣ୍ଣାମେଣ୍ଟରେ ନିୟୋଜିତ ହେବେ । ICC ପକ୍ଷରୁ ପ୍ରସ୍ତୁତ ପରିବେଶ ଉଭୟ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁରକ୍ଷିତ ବୋଲି ଘୋଷଣାନାମାରେ ସ୍ପଷ୍ଟ କରିଛି ICC ।

ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ସ, ଫର୍ମୁଲା ୧, ୟୁରୋ ୨୦୨୦ ଭଳି ଅନ୍ତର୍ଜାତୀୟ ଇଭେଣ୍ଟ ଓ IPL 2021ରେ ବାୟୋବବଲରେ ନିୟୋଜିତ ଅଧିକାରୀଙ୍କ ସହ ICC ପରାମର୍ଶ କରିଥିବା ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.