ବେଙ୍ଗାଲୁରୁ: ଜାରି ରହିଛି କ୍ରିକେଟ ମହାକୁମ୍ଭ । ଏ ନେଇ ଚାରିଆଡେ କ୍ରିକେଟ କ୍ରେଜ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଅବସର ନେଇ ଖୁଲାସା କରିଛନ୍ତି । ଯେତେବେଳେ ୨୦୧୯ ବିଶ୍ବକପରେ ସେମି ଫାଇନାଲ ମ୍ୟାଚ୍ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ଏହି ମ୍ୟାଚ୍ ହାରିବା ଫଳରେ ଭାରତ ଫାଇନାଲରେ ପ୍ରବେଶ କରିପାରିନଥିଲା । ସେତେବେଳେ ହିଁ ଧୋନି ଅବସର ନେବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ଏହି ନିଷ୍ପତ୍ତିର ପ୍ରାୟ ବର୍ଷେ ପରେ ଅବସର ନେଇଥିବା କହିଛନ୍ତି ଧୋନି ।
-
MS Dhoni shares his thoughts on Team India’s chances of winning the 2023 World Cup. pic.twitter.com/S2Z2eU29lj
— CricTracker (@Cricketracker) October 27, 2023 " class="align-text-top noRightClick twitterSection" data="
">MS Dhoni shares his thoughts on Team India’s chances of winning the 2023 World Cup. pic.twitter.com/S2Z2eU29lj
— CricTracker (@Cricketracker) October 27, 2023MS Dhoni shares his thoughts on Team India’s chances of winning the 2023 World Cup. pic.twitter.com/S2Z2eU29lj
— CricTracker (@Cricketracker) October 27, 2023
୨୦୧୯ ବିଶ୍ବକପ୍ ଇଂଲଣ୍ଡରେ ଆୟୋଜିତ ହୋଇଥିଲା । ସେମିଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ ଜିତିବା ଲାଗି ଭାରତ ଆଗରେ ରହିଥିଲା ୨୪୦ ରନ୍ ଟାର୍ଗେଟ । ହେଲେ ବ୍ୟାଟିଂ ବିପର୍ଯ୍ୟସ୍ତ ଯୋଗଁ ଏହି ରନ୍ କରିବାରେ ବିଫଳ ହୋଇଥିଲା ଭାରତୀୟ ଟିମ୍ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୭୭ ରନ୍ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ବି ଭାରତ ପରାଜୟ ସ୍ବୀକାର କରିଥିଲା । ଯେତେବେଳେ ମାର୍ଟିନ ଗପଟିଲ୍ ମଞ୍ଚେଷ୍ଟରରେ ଧୋନିଙ୍କୁ ରନ୍ ଆଉଟ୍ କରିଥିଲେ ସେତେବେଳେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା ।
-
MS Dhoni said "I want people to remember me as a Good human being".
— CricketMAN2 (@ImTanujSingh) October 26, 2023 " class="align-text-top noRightClick twitterSection" data="
MS Dhoni - The GOAT, The Icon..!! pic.twitter.com/N0mkrgqu0c
">MS Dhoni said "I want people to remember me as a Good human being".
— CricketMAN2 (@ImTanujSingh) October 26, 2023
MS Dhoni - The GOAT, The Icon..!! pic.twitter.com/N0mkrgqu0cMS Dhoni said "I want people to remember me as a Good human being".
— CricketMAN2 (@ImTanujSingh) October 26, 2023
MS Dhoni - The GOAT, The Icon..!! pic.twitter.com/N0mkrgqu0c
ଏହା ବି ପଢନ୍ତୁ- ସଠିକ୍ ସମୟରେ ମାହୀ କ୍ରିକେଟରୁ ଅବସର ନେବେ: ପିଲାଦିନ କୋଚ
ତେବେ ଏହି ବିଫଳତା ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ଇଭେଣ୍ଟରେ ଦେଶବାସୀଙ୍କ ସମ୍ମୁଖରେ ପ୍ରଥମ ଥର ଧୋନି ଆଲୋଚନା କରିଛନ୍ତି । ଏ ନେଇ ଧୋନି କହିଛନ୍ତି, " ଏହି ହାର ମୋତେ ନିରାଶ କରିଥିଲା । ମୋ ପାଇଁ ସେହି ଦିନ ଯେପରି କ୍ରିକେଟ ଖେଳିବାର ଶେଷ ଦିନ ଥିଲା । ଏହା ସତ ଯେ ମୁଁ ବର୍ଷେ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲି, କିନ୍ତୁ ମୋ ପାଇଁ ସେହି ଦିନ ମୋ କ୍ୟାରିଅରର ଶେଷ ଦିନ ଥିଲା । ଆମ କ୍ରିକେଟରମାନଙ୍କୁ ଫିଟନେସ ଲାଗି କିଛି ମେସିନ ଦିଆଯାଇଥାଏ । ଏହି ପରାଜୟ ପରେ ମୁଁ ଏହି ମେସିନଗୁଡ଼ିକୁ ଫେରସ୍ତ ନେବା ଲାଗି ମୋ ଟ୍ରେନରଙ୍କୁ କହିଥିଲି । ହେଲେ ସେ ମୋତେ ଏହା ରଖିବାକୁ କହିଥିଲେ । ସେତେବେଳେ ମୁଁ ତାଙ୍କୁ କେମିତି କହିଥାନ୍ତି ଯେ ଏହାକୁ ମୁଁ ଆଉ ବ୍ୟବହାର କରୁନାହିଁ । ସେହି ସମୟରେ ଅବସର ସମ୍ପର୍କରେ ମୁଁ ଘୋଷଣା କରିବାକୁ ଚାହୁଁନଥିଲି ।"
ଧୋନି ଆହୁରି କହିଛନ୍ତି, " ମୁଁ ସେହି ସମୟରେ ଭାବବିହ୍ବଳ ଥିଲି । ଅନେକ କଥା ମୋ ମୁଣ୍ଡରେ ଚାଲୁଥିଲା । ମୁଁ ଗତ ୧୨-୧୫ ବର୍ଷ ଧରି କେବଳ କ୍ରିକେଟ ଖେଳିଆସୁଥିଲି । ଯଦି ମୁଁ ଅବସର ନିଏ ତେବେ ଦେଶକୁ ଉପସ୍ଥାପନ କରିବା ଲାଗି ମୋ ନିକଟରେ ଆଉ ସୁଯୋଗ ରହିବ ନାହିଁ । ଏହା କମନୱେଲଥ ଗେମ୍ସ, ଅଲମ୍ପିକ୍ସ ହେଉ କି ଅନ୍ୟ କୌଣସି କ୍ରୀଡା...ଜଣେ ଅଧିନାୟକ ନିଜ ଦେଶକୁ ବିଶ୍ବସ୍ତରରେ ପରିଚିତ କରିଥାଏ । ଯଦି ମୁଁ ଅବସର ନେଉଛି, ତେବେ ଏହି ସୁଯୋଗ ଆଉ ପାଇପାରିବି ନାହିଁ । ଏହି ସମସ୍ତ କଥା ମୋ ମୁଣ୍ଡରେ ଚାଲୁଥିଲା । "
ଏହା ବି ପଢନ୍ତୁ- BCCI ବାର୍ଷିକ ଚୁକ୍ତିରୁ ବାଦ୍; ଧୋନି ଅଧ୍ୟାୟର ଅନ୍ତ !
ଭାରତୀୟ କ୍ରିକେଟ ପ୍ରତି ମହେନ୍ଦ୍ର ସିଂ ଧୋନିଙ୍କ ଅବଦାନ ଅତୁଳନୀୟ । ଧୋନିଙ୍କ ନେତୃତ୍ବରେ ଭାରତୀୟ ଟିମ ୨୦୦୭ ଟି-୨୦ ବିଶ୍ବକପ, ୨୦୧୧ ODI ବିଶ୍ବକପ, ଆଇସିସି ଚମ୍ପିଆନ ଟ୍ରଫି ୨୦୧୩ ଜିତିଛି । ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଏଯାବତ ଗୋଟିଏ ବି ମ୍ୟାଚ୍ ହାରିନାହିଁ । କ୍ରମାଗତ ଭାବେ ଭାରତୀୟ ଟିମ ୫ଟି ମ୍ୟାଚ୍ ଜିତି ବିଜୟଧାରା ଜାରି ରଖିଛି ।
'୨୦୧୧-୨୦୨୩ ଭାରତୀୟ ଟିମ ମଧ୍ୟରେ ରହିଛି ବଡ ପାର୍ଥକ୍ୟ':- ଧୋନି ଚଳିତ ଭାରତୀୟ ଟିମର ସ୍ଥିତି ନେଇ କହିଛନ୍ତି, " ୨୦୧୧ ଓ ୨୦୨୩ ଭାରତୀୟ ଟିମ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି । ୨୦୧୧ ବିଶ୍ବକପ ସମୟରେ ଦଳ ଏକତ୍ରିତ ଥିଲା । ସେମାନେ ସଚିନ ତେନ୍ଦୁଲକରଙ୍କ ପାଇଁ ବିଶ୍ବକପ୍ ଜିତିବାକୁ ଚାହୁଁଥିଲେ । ଏଥିଲାଗି ତାଙ୍କୁ ବହୁ ସମ୍ମାନ ମଧ୍ୟ ମିଳିଥିଲା । ମୁଁ ଏହି ଟିମ ନେଇ ନିଶ୍ଚିତ ନାହିଁ । ଜଣାନାହିଁ କିଏ ବିରାଟ କୋହଲିଙ୍କ ଲାଗି ବିଶ୍ବକପ୍ ଜିତିବାକୁ ଚାହୁଁଛି ? ହେଲେ ଏହା ସ୍ପଷ୍ଟ ସେମାନେ ଭାରତ ଲାଗି ବିଶ୍ବକପ୍ ଜିତିବାକୁ ଚାହୁଁଛନ୍ତି । ଏବେ ଟିମ ଭଲ ପ୍ରଦର୍ଶନ କରୁଛି । ଟିମ ମଧ୍ୟରେ ଭଲ ସନ୍ତୁଳନ ରହିଛି । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ