ହାମିଲଟନ୍: ନ୍ୟୁଜିଲାଣ୍ଡ ବ୍ୟାଟ୍ର ଟମ ଲାଥମ ଶନିବାର ଏକ ବିରଳ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି । ଜନ୍ମଦିନରେ ସର୍ବାଧିକ ବ୍ୟକ୍ତିଗତ ODI ରନ୍ କରି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ର ସଚିନ ତେନ୍ଦୁଲରକରଙ୍କ ରେକର୍ଡ ଭଙ୍ଗ କରଛନ୍ତି ଲାଥମ ।
ନ୍ୟୁଜିଲାଣ୍ଡ ଶନିବାର ହାମିଲଟନ୍ରେ ନେଦରଲାଣ୍ଡ୍ସକୁ ୧୧୮ ରନ୍ରେ ହରାଇ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜକୁ ୨-୦ରେ ଆଗୁଆ କବ୍ଜା କରିଛି । ଏହି ବିଜୟର ନାୟକ ରହିଥିଲେ ଟମ ଲାଥନ । ମାତ୍ର ୮୯ ରନ୍ରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା କିୱି ଟିମ । ତେବେ ଲାଥମ ବ୍ୟାଟିଂ କରିବାକୁ ଆସି ସଙ୍କଟମୋଚକ ସାଜିଥିଲେ ଓ ଅଧିନାୟକ ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ । ୧୨୩ ବଲ୍ରୁ ଅପରାଜିତ ୧୪୦ ରନ୍ର ମାରାଥନ ଇଂନିସ ଖେଳିଥିଲେ ଲାଥମ ।
-
Tom Latham celebrated his birthday in style 🥳 💯
— Spark Sport (@sparknzsport) April 2, 2022 " class="align-text-top noRightClick twitterSection" data="
Catch the highlights and replay on-demand on Spark Sport #SparkSport #NZvNED pic.twitter.com/l66jpBvjYz
">Tom Latham celebrated his birthday in style 🥳 💯
— Spark Sport (@sparknzsport) April 2, 2022
Catch the highlights and replay on-demand on Spark Sport #SparkSport #NZvNED pic.twitter.com/l66jpBvjYzTom Latham celebrated his birthday in style 🥳 💯
— Spark Sport (@sparknzsport) April 2, 2022
Catch the highlights and replay on-demand on Spark Sport #SparkSport #NZvNED pic.twitter.com/l66jpBvjYz
ଫଳରେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୬୪ ରନ୍ ସଂଗ୍ରହ କରିପାରିଥିଲା ନ୍ୟୁଜିଲାଣ୍ଡ । ଏକଦିବସୀୟ କ୍ରିକେଟରେ ଏହା ଲାଥମଙ୍କ ସର୍ବଶ୍ରେଷ୍ଠ ସ୍କୋର । ଏହି ଇଂନିସରେ ୧୦ଟି ଚୌକା ଓ ୫ଟି ଛକା ସାମିଲ ରହିଛି । ଜନ୍ମଦିନରେ ଲାଥମ କ୍ୟାରିୟରର ଏକ ସ୍ମରଣୀୟ ଇଂନିସ ଖେଳିଥିଲେ । ଫଳରେ ଏହି ଶତକୀୟ ପ୍ରଦର୍ଶନ ସହ ଜନ୍ମଦିନରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ODI ରନ୍ର ୨୪ ବର୍ଷ ତଳର ରେକର୍ଡ ଭଙ୍ଗ କରିଥିଲେ ଲାଥମ । ବର୍ଷ ୨୦୧୧ରେ ଜନ୍ମଦିନରେ ୧୩୧ ରନ୍ର ଇଂନିସ ଖେଳିଥିଲେ ସଚିନ୍ । ଜନ୍ମଦିନରେ ସର୍ବାଧିକ ବ୍ୟକ୍ତିଗତ ODI ରନ୍ ତାଲିକାରେ ଶ୍ରୀଲଙ୍କାର ସନଥ ଜୟସୁରିୟା ୨୦୦୮ରେ ୧୩୦ ରନ୍ର ଇଂନିସ ଖେଳି ତୃତୀୟ ସ୍ଥାନରେ ରହିଛନ୍ତି ।
ANI