ETV Bharat / sports

IPL 2022: ଆଜି GT-RCB, RR-MI ମୁକାବିଲା - ଆଇପିଏଲ ୨୦୨୨

ଆଜି IPLର ୪୩ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ(GT)କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଓ ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (RR) ଓ ମୁମ୍ବାଇ ଇଣ୍ଡିଆନ୍ସ (MI)ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

IPL 2022: ଆଜି GT-RCB, RR-MI ମୁକାବିଲା
IPL 2022: ଆଜି GT-RCB, RR-MI ମୁକାବିଲା
author img

By

Published : Apr 30, 2022, 10:38 AM IST

ମୁମ୍ବାଇ: ଆଜି IPLରେ ଡବଲହେଡର ମ୍ୟାଚ ରହିଛି । ୪୩ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ(GT)କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଓ ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (RR) ଓ ମୁମ୍ବାଇ ଇଣ୍ଡିଆନ୍ସ (MI)ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ମିନିଟରେ ଆରମ୍ଭ ହେବ । ଆଜିର ମ୍ୟାଚ ବାଙ୍ଗାଲୋର ପାଇଁ ଗୁରୁତ୍ବପୂର୍ଣ ରହିଛି କାହିଁକି ନା ପୂର୍ବ 2ଟି ମ୍ୟାଚ ଲଗାତାର ହାରିଥିବା ବେଳେ ବିଜୟ ଧାରାକୁ ଫେରିବାକୁ ନିଜକୁ ପ୍ରସ୍ତୁତ କରିଛି RCB । ସେହିପରି ଗୁଜୁରାଟ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ବେଳେ ସ୍ଥାନ ବଜାୟ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ପ୍ରଥମ କରି ଆଇପିଏଲରେ ସାମିଲ ହୋଇଥିବା ଗୁଜୁରାଟ ଟିମ୍ ପୁରା ଫର୍ମରେ ରହିଛି । ମୋଟ ୮ଟି ମ୍ୟାଚ ଖେଳି ୭ଟିରେ ବିଜୟୀ ହୋଇ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ଗୁଜୁରାଟ । ବାଙ୍ଗାଲୋର ଚଳିତ ସିଜିନରେ ମୋଟ ୯ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି । ଫଳରେ ୧୦ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ୫ ନମ୍ବର ସ୍ଥାନରେ ରହିଛି RCB ।

ସନ୍ଧ୍ୟା ୭ଟା ୩୦ରେ ଆଜି ରାଜସ୍ଥାନ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ ଖେଳାଯିବ । ଚଳିତ ସିଜିନରେ ମୁମ୍ବାଇର ପ୍ରଦର୍ଶନ ଦର୍ଶକଙ୍କୁ ନିରାଶ କରିଛି । କାହିଁକି ନା ଆଜି ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ଦଳ ବିଜୟୀ ହୋଇପାରିନାହିଁ । ତେଣୁ ଆଜିର ମ୍ୟାଚରେ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି MI । ଅନ୍ୟପଟେ ରାଜସ୍ଥାନ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଶୀର୍ଷ ସ୍ଥାନକୁ ଯିବାକୁ ହେଲେ ଆଜିର ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ତେଣୁ ଏଥି ପାଇଁ ପୁରା ପ୍ରସ୍ତୁତ ହୋଇଛି RR ଟିମ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.