ETV Bharat / sports

IND vs NZ T20: ଆଜି ନିର୍ଣ୍ଣାୟକ ଲଢେଇ, ବାଜି ମାରିବା ଲକ୍ଷ୍ୟରେ ଉଭୟ ଦଳ

author img

By

Published : Feb 1, 2023, 9:29 AM IST

ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନ୍ତିମ ତଥା ନିର୍ଣ୍ଣାୟକ ଟି-20 ମୁକାବିଲା ଅନୁଷ୍ଠିତ ହେବ । ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

third t20 match between india and new zealand
ଆଜି ନିର୍ଣ୍ଣାୟକ ଲଢେଇ, ବାଜି ମାରିବା ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି(ବୁଧବାର) ଅନ୍ତିମ ତଥା ନିର୍ଣ୍ଣାୟକ ଟି-ଟ୍ବେଣ୍ଟି ମୁକାବିଲା ହେବ । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ପ୍ରଥମ ଦୁଇ ମୁକାବିଲା 1-1ରେ ବରାବର ରହିଛି । ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ନିର୍ଣ୍ଣାୟକ ହେବ । ଶେଷ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ମ୍ୟାନ ଇନ ବ୍ଲୁ । ସେହିପରି ଦିନିକିଆର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ । ଶେଷ ଟି-ଟ୍ବେଣ୍ଟି ଜିତି ଭାରତରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛି କିୱି ଦଳ ।

ନିର୍ଣ୍ଣାୟକ ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହୋଇପାରେ । ଶେଷ ମ୍ୟାଚରେ ପୃଥ୍ବୀ ଶ ଖେଳିବାର ସମ୍ଭାବନା ରହିଛି । ରୋହିତ, କୋହଲି ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଭାରତର ଟପ ଅର୍ଡରେ ବ୍ୟାଟର ଶୁଭମନ ଗିଲ, ଇଶାନ କିଶନ ଓ ରାହୁଲ ତ୍ରିପାଠୀ ବିଫଳ ହୋଇଛନ୍ତି । ତେଣୁ ପୃଥ୍ବୀ ଶଙ୍କୁ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି । ପୂର୍ବ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କ ଭଲ ପ୍ରଦର୍ଶନ ରହିଥିଲା । ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ପରାସ୍ତ ହୋଇଥିଲେ ବି ୱାଶିଂଟନ ସୁନ୍ଦର ଏକ ଦକ୍ଷତାପୂର୍ଣ୍ଣ ପ୍ରଦର୍ଶନ କରିଥିଲେ । ଆଜି ତାଙ୍କଠୁ କିଛି ସମାନ ପ୍ରଦର୍ଶନ ଆଶା କରାଯାଉଛି । ବିଶେଷ କରି ଭାରତର ଓପନରଙ୍କ ଉପରେ ନଜର ରହିବ । ଶୁଭମନ କିମ୍ବା ଇଶାନଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯାଇ ପୃଥ୍ବୀ ଶଙ୍କୁ ସାମିଲ କରାଯାଇପାରେ । ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ କରିପାରେ ଟିମ୍‌ ଇଣ୍ଡିଆ । ସ୍ପିନରଙ୍କୁ ବିଶ୍ରାମ ଦିଆଯାଇ ଜଣେ ପେସ୍‌ ବୋଲରଙ୍କୁ ସାମିଲ କରାଯାଇପାରେ । ଭାରତ ଘରୋଇ ଗ୍ରାଉଣ୍ଡରେ ରେକର୍ଡକୁ ବଜାୟ ରଖବା ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...IND vs NZ 3rd T20: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟି୨୦ ଡେବ୍ୟୁ କରିଥିଲେ SKY, ମନେପକାଇଲେ ସ୍ମୃତି

ଏହା ବି ପଢନ୍ତୁ...ICC Rankings: ବିଶ୍ୱର ଏକମାତ୍ର ଟିମ, ତିନୋଟି ଫର୍ମାଟରେ ଟପ୍-3ରେ ଭାରତ

ନ୍ୟୁଜିଲାଣ୍ଡ ଆଜି ପର୍ଯ୍ୟନ୍ତ ଭାରତ ମାଟିରେ କୌଣସି ଦ୍ବିପାକ୍ଷିକ ସିରିଜ ଜିତିନାହିଁ । ଆଜିର ମୁକାବିଲା ଜିତି ବିଜୟକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିଛି କିଭି ଦଳ । ନ୍ୟୁଜିଲାଣ୍ଡ ତାର ଏକାଦଶରେ କୌଣସି ପରିବର୍ତ୍ତନ କରିବ ନାହିଁ । ସବୁ ଖେଳାଳି ଭଲ ଫର୍ମରେ ରହିଛନ୍ତି । ଶୃଙ୍ଖଳିତ ବୋଲିଂ ଓ ବ୍ୟାଟିଂ ଦଳକୁ ବିଜୟରେ ସହାୟକ ହେବ । ପ୍ରଥମ ମ୍ୟାଚରେ ମିଚେଲ ଓ କନୱେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚକୁ ନ୍ୟୁଜିଲାଣ୍ଡ 21ରନ ଜିତିଥିଲା । ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚକୁ ଭାରତ 6 ୱିକେଟରେ ଜିତିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.