ETV Bharat / sports

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-20 - ଭାରତ- ଶ୍ରୀଲଙ୍କା

ଆଜିଠାରୁ ଆରମ୍ଭ ହେବ ଭାରତ ଶ୍ରୀଲଙ୍କା ଟ୍ବେଣ୍ଟି-20 । ଦିନିକିଆ ସିରିଜରେ ବିଜୟ ପରେ ଟ୍ବେଣ୍ଟି-20ରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

ଆଜି ଭାରତ- ଶ୍ରୀଲଙ୍କା ପ୍ରଥମ ଟି-20
ଆଜି ଭାରତ- ଶ୍ରୀଲଙ୍କା ପ୍ରଥମ ଟି-20
author img

By

Published : Jul 25, 2021, 7:37 AM IST

କଲମ୍ବୋ: ଆଜିଠାରୁ ଆରମ୍ଭ ହେବ ଭାରତ ଶ୍ରୀଲଙ୍କା ଟ୍ବେଣ୍ଟି-20 । ଦିନିକିଆ ସିରିଜରେ 2-1ରେ ବିଜୟୀ ହୋଇଥିବା ଶିଖର ଧାୱନଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଟିମ ଟି-20 ଜିତିବାକୁ ଲକ୍ଷ୍ୟ ରଖିଛି । ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ଟି-20 ଖେଳାଯିବ।

3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବ । ଏଥିରେ ଆଇପିଏଲ ତାରକା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଖେଳିବା ସହିତ ଡେବ୍ୟୁ କରିବେ । ଅନ୍ତିମ ଦିନିକିଆରେ ପରାଜୟ ପରେ ଭାରତ ଟି-20ରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ଏହା ସହିତ ଦିନିକିଆ ସିରିଜକୁ ହାରିବା ପରେ ଟି-20କୁ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ ଶ୍ରୀଲଙ୍କା ।

ସ୍ପିନର ବରୁଣ ଚକ୍ରବର୍ତ୍ତୀ ତାମିଲନାଡୁ ପ୍ରିମିୟର ଲିଗର ଦମଦାର ପ୍ରଦର୍ଶନ ଯୋଗୁଁ ଆଇପିଏଲରେ ସୁଯୋଗ ପାଇଥିଲେ । ବରୁଣଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ଓ ଋତୁରାଜ ଗାଏକ୍ବାଡ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିପାରନ୍ତି । ଅନ୍ୟପକ୍ଷେ ଇଶାନ କିଶାନ ଓ ସଞ୍ଜୁ ସାମସନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିନ୍ତ । ଏହା ସହିତ ପାଣ୍ଡ୍ୟା ଭ୍ରାତା ସ୍ଥାନ ପକ୍କା ରଖିଛନ୍ତି ।

ଦିନିକିଆରେ ପରାଜିତ ହେବା ପରେ ଯୁବ ଅଧିନାୟକ ଦାସୁନ ସନକାଙ୍କ ନେତୃତ୍ବରେ ଶ୍ରୀଲଙ୍କା ଟିମକୁ ଟି-20 ମ୍ୟାଚ ଜିତିବାକୁ ହେଲେ କିଛି କରିସ୍ମା କରିବାକୁ ପଡିବ। ଟି-20 ସିରିଜରେ କାହା ପଲ୍ଲା ଭାରି ରହୁଛି ତାହା ଦେଖିବାକୁ ବାକି ରହିଲା । ରାତି 8ଟାରେ ମ୍ୟାଚ ଆରମ୍ଭ ହେବ । ସୋନି ସ୍ପୋର୍ଟ୍ସ ନେଟୱର୍କରେ ମ୍ୟାଚର ସିଧାପ୍ରସାରଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.