ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ଥିସାରା ପରେରାଙ୍କ ସନ୍ୟାସ

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପରେରା । ଅଧିକ ପଢନ୍ତୁ...

Thisara Perera announces retirement from international cricket
ଅନ୍ତର୍ଜାତୀୟ କ୍ରିକେଟରୁ ଥିସାରା ପରେରାଙ୍କ ସନ୍ୟାସ
author img

By

Published : May 3, 2021, 3:27 PM IST

Updated : May 3, 2021, 6:32 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପରେରା । ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି ପରେରା ।

32 ବର୍ଷୀୟ ଅଲରାଉଣ୍ଡର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଫ୍ରାଞ୍ଜାଇଜ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି । ଲଙ୍କା ପ୍ରିୟିମର ଲିଗ୍‌ରେ ଜାଫନା ଷ୍ଟାଲିଓନସ ପକ୍ଷରୁ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।

ପରେରା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ 6ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଛନ୍ତି ଓ 203 ରନ୍‌ ସଂଗ୍ରହ କରିଚନ୍ତି । 11ଟି ୱିକେଟ ମଧ୍ୟ ତାଙ୍କ ନାମରେ ରହିଛି ।

ବାମହାତୀ ବ୍ୟାଟ୍ସମ୍ୟାନ କିନ୍ତୁ ସୀମିତ ଓଭର ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଶ୍ରୀଲଙ୍କା ପକ୍ଷରୁ 166ଟି ଏକଦିବସୀୟ ମ୍ୟାଚ ଖେଳିଥିବାବେଳେ 2,338 ରନ୍‌ ସଂଗ୍ରହ କରିଛନ୍ତି ।

ଦିନିକିଆ ଫର୍ମାଟରେ 175 ୱିକେଟ ମଧ୍ୟ ନିଜ ନାମରେ କରିଛନ୍ତି । ସେହିପରି ଟି20 କ୍ୟାରିାୟରରେ 1,204 ରନ୍‌ ସହ 51 ୱିକେଟ ଅକ୍ତିଆର କରିଛନ୍ତି ।

2016 ପର୍ଯ୍ୟନ୍ତ ସେ ଇଣ୍ଡିଆନ ପ୍ରିମିୟର ଲିଗର ସଦସ୍ୟ ରହିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ, କୋଚି ଟସ୍କର କେରଳ ଓ ରାଇଜିଂ ପୁନେ ସୁପରଜିଆଣ୍ଟସ ପକ୍ଷରୁ ଖେଳିଛନ୍ତି ।

2014 ଟି20 ବିଶ୍ବକପ ବିଜୟୀ ଶ୍ରୀଲଙ୍କା ସ୍କ୍ବାଡର ସଦସ୍ୟ ରହିଥିଲେ ପରେରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2021, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.