ETV Bharat / sports

Cricket World Cup 2023: ଏଥର ବିଶ୍ବକପ୍‌ରେ ଚମକ ଦେଖାଇବେ ଏହି ୫ କନିଷ୍ଠ ଖେଳାଳି

author img

By ETV Bharat Odisha Team

Published : Oct 1, 2023, 7:28 PM IST

ବିଭିନ୍ନ ଖେଳରେ ନୂଆ କରି ପାଦ ଦେଇଥିବା ଯୁବତାରକାମାନେ ନୂଆ ଉତ୍ସାହ ସହିତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇଥାନ୍ତି । ଏଥର ବିଶ୍ବକପ୍‌ରେ ମଧ୍ୟ ଏପରି କିଛି ଯୁବ ଖେଳାଳି ରହିଛନ୍ତି । ଜାଣନ୍ତୁ ବିଭିନ୍ନ ଦେଶର ୫ କନିଷ୍ଠ ଖେଳାଳି, ଯେଉଁମାନଙ୍କ ଉପରେ ରହିବ ସାରା ବିଶ୍ବର ନଜର । ଅଧିକ ପଢ଼ନ୍ତୁ

ଏଥର ବିଶ୍ବକପ୍‌ରେ ଚମକ ଦେଖାଇବେ ଏହି ୫ କନିଷ୍ଠ ଖେଳାଳି

ହାଇଦ୍ରାବାଦ: ଆଇସିସି କ୍ରିକେଟ ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବାକୁ ଆଉ ମାତ୍ର ୪ଟି ଦିନ ବାକି ଅଛି । ଏଥର ବିଶ୍ବକପ୍‌ ଭାରତ ଆୟୋଜନ କରୁଥିବାବେଳେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ବିଗତ ଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ । ଦିନିକିଆ କ୍ରିକେଟ୍‌ର ମହାକୁମ୍ଭ ଆରମ୍ଭକୁ ସାରା ବିଶ୍ବର କ୍ରିକେଟପ୍ରେମୀଙ୍କ ସହ ଖେଳାଳିମାନେ ମଧ୍ୟ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ମହାଲଢ଼େଇ ପାଇଁ ସବୁ ଦଳର ରଣନୀତି ମଧ୍ୟ ପ୍ରସ୍ତୁତ ହୋଇସାରିଛି । ତେବେ ବିଭିନ୍ନ ଖେଳରେ ନୂଆକରି ପାଦ ଦେଇଥିବା ଯୁବତାରକାମାନେ ନୂଆ ଉତ୍ସାହ ସହିତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇଥାନ୍ତି । ଏଥର ବିଶ୍ବକପ୍‌ରେ ଏପରି ବହୁତ କମ ଯୁବ ଖେଳାଳି ରହିଛନ୍ତି । ଏଠାରେ ଜାଣନ୍ତୁ ବିଭିନ୍ନ ଦେଶର ୫ ଯୁବତାରକା, ଯେଉଁମାନଙ୍କ ଉପରେ ରହିବ ସାରା ବିଶ୍ବର ନଜର ।

ନୂର ଅହମ୍ମଦ: କନିଷ୍ଠ ଖେଳାଳିଙ୍କ ତାଲିକାରେ ପ୍ରଥମ ରହିଛନ୍ତି ଆଫଗାନିସ୍ତାନର ବାମହାତୀ ସ୍ପିନର ନୂର ଅହମ୍ମଦ, ଯାହାଙ୍କର ବୟସ ମାତ୍ର ୧୮ ବର୍ଷ ଓ ୨୫୩ ଦିନ । ଆଇପିଏଲ୍‌ ୨୦୨୩ ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ପାଇଁ ଖେଳୁଥିବାବେଳେ ପ୍ରଥମେ ଲୋକଲୋଚନକୁ ଆସିଥିଲେ ନୂର ଅହମ୍ମଦ । ସାରା ବିଶ୍ବରେ ବିଭିନ୍ନ ଦେଶରେ ସେ କ୍ରିକେଟ ଲିଗ୍‌ ଖେଳନ୍ତି । ନିଜ ଦେଶରେ ଜାତୀୟ ଦଳ ପାଇଁ ୩ଟି ଦିନିକିଆ ଏବଂ ଗୋଟିଏ ଟି20 ମ୍ୟାଚ୍‌ ଖେଳି ସେ ୬ଟି ୱିକେଟ୍ ନେଇଛନ୍ତି । ନୂରଙ୍କ ସହ ଆଫଗାନିସ୍ତାନର ତାରକା ସ୍ପିନର ରସିଦ ଖାନ ବିଶ୍ବକପ୍‌ ୨୦୨୩ରେ ଦଳର ଅଂଶ ରହିବେ । ଉଭୟଙ୍କର ଆଇପିଏଲ୍‌ ଖେଳିବା ସହ ଭାରତୀୟ ପିଚ୍‌ରେ ଖେଳିବା ଅଭିଜ୍ଞତା ରହିଛି । ସେଥିପାଇଁ ସ୍ପିନ୍‌ ଆଟାକ୍‌ରେ ଉଭୟ ପ୍ରତିପକ୍ଷ ବ୍ୟାଟରଙ୍କ ପାଇଁ ବଡ଼ ଆହ୍ବାନ ପାଲଟିପାରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଗେମ ଚେଞ୍ଜର ହୋଇପାରନ୍ତି ବାଂଲାଦେଶର ଏହି 5 ଖେଳାଳି

ଆର୍ଯ୍ୟାନ ଦତ୍ତ: ଆଇସିସି ବିଶ୍ବକପ୍‌ ୨୦୨୩ରେ ଖେଳିବାକୁ ଥିବା ଆର୍ଯ୍ୟନ୍ ଦତ୍ତ ଦ୍ବିତୀୟ କନିଷ୍ଠ ଖେଳାଳି ହେବେ । ନେଦରଲାଣ୍ଡର ଏହି ବାମହାତି ପେସରଙ୍କ ବୟସ ମାତ୍ର ୨୦ ବର୍ଷ ଓ ୧୧୮ ଦିନ । ୨୦୨୧ରେ ସ୍କଟ୍‌ଲ୍ୟାଣ୍ଡ ବିପକ୍ଷରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ସେ ନେଦରଲାଣ୍ଡ ପକ୍ଷରୁ ଏପର୍ଯ୍ୟନ୍ତ ୨୫ ଦିନିକିଆ ଓ ୫ ଟି୨୦ ମ୍ୟାଚ୍‌ ଖେଳିଛନ୍ତି । ଦିନିକିଆରେ ସେ ୨୦ ୱିକେଟ ହାସଲ କରିଥିବାବେଳେ ୫.୧୭ ହାରରେ ୯୬୫ ରନ ବ୍ୟୟ କରିଛନ୍ତି । ଦିନିକିଆରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୩/୩୧ ।

ରିୟାଜ ହାସନ: ବିଶ୍ବକପ୍‌ ୨୦୨୩ରେ ଅଂଶଗ୍ରହଣ କରିବାକୁ ଯାଉଥିବା କନିଷ୍ଠ ଖେଳାଳିଙ୍କ ମଧ୍ୟରେ ତୃତୀୟରେ ରହିଛନ୍ତି ଆଫଗାନିସ୍ତାନର ରିୟାଜ ହାସନ । ତାଙ୍କର ବୟସ ହେଉଛି ୨୦ ବର୍ଷ ଓ ୩୧୦ ଦିନ । ରିୟାଜ ହେଉଛନ୍ତି ଡାହାଣହାତି ଶୀର୍ଷକ୍ରମ ବ୍ୟାଟର । ନେଦରଲାଣ୍ଡ ବିପକ୍ଷରେ ସେ ଗତ ଜାନୁଆରୀ ୨୦୨୨ରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ରିୟାଜ ଏପର୍ଯ୍ୟନ୍ତ ୪ଟି ଦିନିକିଆ ମ୍ୟାଚ୍‌ ଖେଳିଥିବାବେଳେ ୬୮ ଷ୍ଟ୍ରାଇକ୍‌ ରେଟ୍‌ ଓ ୩୦ ହାରରେ ୧୨୦ ରନ ସଂଗ୍ରହ କରିଛନ୍ତି । ଏହାରି ମଧ୍ୟରେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବିଶ୍ବକପରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନ୍ତି ନେଦରଲାଣ୍ଡ୍‌ର ଏହି 5 ଖେଳାଳି

ତାଞ୍ଜିମ ହାସନ ସାକିବ: ବାଂଲାଦେଶ ଦୃତ ବୋଲର ତାଞ୍ଜିମ ହାସନ ସାକିବ ହେଉଛନ୍ତି ଚଳିତ ବିଶ୍ବକପ୍‌ ଖେଳିବାକୁ ଯାଉଥିବା ଚତୁର୍ଥ କନିଷ୍ଠ ଖେଳାଳି । ତାଙ୍କର ବୟସ ହେଉଛି ମାତ୍ର ୨୦ ବର୍ଷ ଓ ୩୪୧ ଦିନ । ସାକିବ ମାତ୍ର ୨ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାବେଳେ ୫୭ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଛନ୍ତି । ଶ୍ରୀଲଙ୍କାରେ ଆୟୋଜିତ ଏସିଆ କପ୍‌ ୨୦୨୩ରେ ଭାରତ ବିପକ୍ଷରେ ସାକିବ ବାଂଲାଦେଶ ପକ୍ଷରୁ ଡେବ୍ୟୁ କରିଥିଲେ ।

ବିକ୍ରମଜିତ୍‌ ସିଂହ: ଏହି ତାଲିକାର ପଞ୍ଚମରେ ରହିଥିବା କନିଷ୍ଠ ଖେଳାଳି ହେଉଛନ୍ତି ନେଦରଲାଣ୍ଡର ଡାହାଣହାତି ବ୍ୟାଟର ବିକ୍ରମଜିତ୍‌ ସିଂହ । ଯାହାଙ୍କର ବୟସ ମାତ୍ର ୨୦ ବର୍ଷ ଓ ୩୪୨ ଦିନ । ଭାରତୀୟ ବଂଶୋଦ୍ଭବ ବିକ୍ରମଜିତ୍‌ ସିଂହ ଏପର୍ଯ୍ୟନ୍ତ ୨୫ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିବାବେଳେ ୩୨.୩୨ ହାରରେ ୮୦୮ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସାମିଲ ଅଛି । ସେ ଭାରତର ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ହେଲେ ମାତ୍ର ୭ ବର୍ଷ ବୟସରେ ତାଙ୍କ ଅଭିଭାବକଙ୍କ ସହ ସେ ନେଦରଲାଣ୍ଡ ଚାଲିଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.