ETV Bharat / sports

କଳାବ୍ୟାଚ ପିନ୍ଧି ଯଶପାଲଙ୍କୁ ସମ୍ମାନ ଜଣାଇଲା ଟେଷ୍ଟ ଟିମ, ଭୁଲିଗଲା ଦିନିକିଆ ଟିମ ! - ରାହୁଲ ଦ୍ରାବିଡ

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କୁ ସମ୍ମାନ ଜଣାଇବାକୁ ଭୁଲିଗଲା ସୀମିତ ଓଭର ଭାରତୀୟ ଟିମ । ୧୯୮୩ ବିଶ୍ବକପ ବିଜେତା ଭାରତୀୟ ଟିମ ସଦସ୍ୟଙ୍କ କ୍ଷୋଭ । ଅଧିକ ପଢନ୍ତୁ...

Test team honours Yashpal Sharma with armbands, ODI team ignores
କଳାବ୍ୟାଚ ପିନ୍ଧି ଯଶପାଲଙ୍କୁ ସମ୍ମାନ ଜଣାଇଲା ଟେଷ୍ଟ ଟିମ, ଭୁଲିଗଲା ଦିନିକିଆ ଟିମ
author img

By

Published : Jul 20, 2021, 8:29 PM IST

ଦୂରହମ: ପଦାରେ ପଡିଲା ଭାରତୀୟ କ୍ରିକେଟ ଟିମର ଭୁଲାପଣ । ପୂର୍ବତନ କ୍ରିକେଟରଙ୍କୁ ବର୍ତ୍ତମାନର ଭାରତୀୟ କ୍ରିକେଟ ଟିମର ସମ୍ମାନ ଓ ସ୍ମରଣ ନେଇ ଉଠିଲା ପ୍ରଶ୍ନ । ବିଶ୍ବର ସବୁଠୁ ବିତ୍ତଶାଳୀ କ୍ରିକେଟ ବୋର୍ଡ ହେଉଛି ଭାରତୀୟ କ୍ରିକେଟ ବୋର୍ଡ(BCCI) । ପୂର୍ବତନ ଖେଳାଳିଙ୍କ ସ୍ମରଣୀୟ କିର୍ତ୍ତୀମାନ, ଜନ୍ମଦିନ, ବର୍ତ୍ତମାନର କ୍ରିକେଟରଙ୍କ ପ୍ରଭାବୀ ପ୍ରଦର୍ଶନଙ୍କୁ ବୋର୍ଡ ସ୍ମରଣ କରିଥାଏ । ମାତ୍ର ମଙ୍ଗଳବାର ଏଥିରେ କିଛି ବ୍ୟତିକ୍ରମ ଦେଖାଯାଇଛି । ନିକଟରେ ହୃଦଘାତରେ ମୃତ୍ୟୁବରଣ କରିଥିବା ୧୯୮୩ କ୍ରିକେଟ ବିଶ୍ବକପ ବିଜେତା ଟିମର ପ୍ରମୁଖ ସଦସ୍ୟ ଯଶପାଲ ଶର୍ମାଙ୍କ ପ୍ରତି କିପରି ସମ୍ମାନ ରହିଛି ଦର୍ଶାଇଛି ।

ମଙ୍ଗଳବାର ଗୋଟିଏ ଦିନରେ ଭାରତୀୟ କ୍ରିକେଟ ଟିମର ଦୁଇଟି ଟିମ ଭିନ୍ନ ଭିନ୍ନ ଟିମ ବିପକ୍ଷରେ ଖେଳୁଛି । ଇଂଲଣ୍ଡ ଗସ୍ତରେ ଥିବା ଟେଷ୍ଟ ଟିମ ଇଣ୍ଡିଆ କାଉଣ୍ଟି ଏକାଦଶ ବିପକ୍ଷରେ ୩ ଦିନିକିଆ ଅଭ୍ୟାସ ମ୍ୟାଚ ଖେଳୁଥିବାବେଳେ ଓ ଶ୍ରୀଲଙ୍କା ଗସ୍ତରେ ଥିବା ସୀମିତ ଓଭର ଟିମ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳୁଛି ।

ତେବେ ଇଂଲଣ୍ଡରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟେଷ୍ଟ ଟିମ ଯଶପାଲଙ୍କୁ ସ୍ମରଣ କରିବା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କଳାବ୍ୟାଚ୍‌ ପିନ୍ଧି ଖେଳିଛନ୍ତି । ମାତ୍ର ଗତ ଶ୍ରୀଲଙ୍କାରେ ଗତ ୩ ଦିନ ମଧ୍ୟରେ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିବା ସୀମିତ ଓଭର ଭାରତୀୟ ଟିମ ଏହା ସଂପୂର୍ଣ୍ଣ ଭୁଲିଯାଇଛି ।

ଭାରତ ପକ୍ଷରୁ ୪୨ଟି ଅନ୍ତର୍ଜାତୀୟ ଦିନିକିଆ ଓ ୩୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯଶପାଲ ଶର୍ମା । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୯୮୩ କ୍ରିକେଟ ବିଶ୍ବକପରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ ସେ । ଏହି ସଂସ୍କରଣ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ପକ୍ଷରୁ ଦ୍ବିତୀୟ ସର୍ବାଧିକ ରନସଂଗ୍ରହକାରୀ ଥିଲେ ଶର୍ମା । ଜୁଲାଇ ୧୩ରେ ୬୬ ବର୍ଷ ବୟସରେ ହୃଦଘାତରେ ଶର୍ମାଙ୍କ ପରଲୋକ ଘଟିଥିଲା ।

ଯଶପାଲ ଶର୍ମାଙ୍କ ୧୯୮୩ ବିଶ୍ବକପ ବିଜୟୀ ଟିମର ସାଥୀ ରବି ଶାସ୍ତ୍ରୀ ବର୍ତ୍ତମାନ ଟେଷ୍ଟ ଟିମ ଇଣ୍ଡିଆର ମୁଖ୍ୟ କୋଚ ରହିଛନ୍ତି । ଫଳରେ ଟେଷ୍ଟ ଟିମ ଶର୍ମାଙ୍କୁ ସ୍ମରଣ କରିଛି । ମାତ୍ର ରାହୁଲ ଦ୍ରାବିଡଙ୍କ ନେତୃତ୍ବରେ ଶ୍ରୀଲଙ୍କା ଗସ୍ତ କରିଥିବା ସୀମିତ ଓଭର ଭାରତୀୟ କ୍ରିକେଟ ଟିମ ଏହା ଭୁଲିଯାଇଛି । ଶର୍ମାଙ୍କ ସହ ଦ୍ରାବିଡ ଖେଳିନାହାନ୍ତି । ତେବେ ଦ୍ରାବିଡ ଟିମ ଇଣ୍ଡିଆ ପକ୍ଷରୁ ଖେଳୁଥିବାବେଳେ ସଂଯୋଗବଶତଃ ଜାତୀୟ ଚୟନକର୍ତ୍ତା ଥିଲେ ଯଶପାଲ ଶର୍ମା ।

ଭାରତୀୟ ସୀମିତ ଓଭର ଟିମର ଏପରି ଆଚରଣରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଟିମର ଶର୍ମାଙ୍କ ଅନ୍ୟତମ ସାଥୀ ବଲୱିନ୍ଦର ସିଂହ ସନ୍ଧୁ ଦୁଃଖ ପ୍ରକାଶ କରିଛନ୍ତି ।

ସନ୍ଧୁ କହିଛନ୍ତି, ଏହା ଦେଖି ଦୁଃଖିତ ଯେ, ଗୋଟିଏ ଟିମ ବ୍ୟାଚ ପିନ୍ଧି ଖେଳୁଥିବାବେଳେ ଆଉ ଏକ ଟିମ ଭୁଲିଯାଇପାରିଲା । ଉଭୟ ଭାରତୀୟ ଟିମ ଓ ସେମାନେ ମଧ୍ୟ ପିନ୍ଧିବା ଉତିତ ଥିଲା । ୧୯୮୩ କ୍ରିକେଟ ବିଶ୍ବକପରେ ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ଅବଦାନ ଫଳରେ ଆଜି ଭାରତୀୟ କ୍ରିକେଟ ବଞ୍ଚିପାରିଛି ।

"ଯେଉଁ ଗଛ ତାର ମୂଳକୁ ଛାଡିଦିଏ, ତା'ର ଉପୁଡିପଡିବା ସ୍ଥିତି ପହଞ୍ଚେ," କହିବା ସହ ଚେତାବନୀ ଦେଇଛନ୍ତି ସନ୍ଧୁ । ପୂର୍ବତନ ଭାରତୀୟ ଅଳରାଉଣ୍ଡର ଓ ଜାତୀୟ ଚୟନକର୍ତ୍ତା କିର୍ତ୍ତୀ ଆଜାଦ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି ।

ପୂର୍ବତନ ଅଲରାଉଣ୍ଡର ତଥା ୧୯୮୩ ବିଶ୍ବକପ ଚମ୍ପିଆନ ଭାରତୀୟ ଟିମ ସଦସ୍ୟ ମଦଲ ଲାଲ ମଧ୍ୟ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ କଳା ବ୍ୟାଚ ପିନ୍ଧି ଖେଳିବା ଉଚିତ ଥିଲା । ଅତୀରରେ ଏହାର ଅନେକ ନଜୀର ରହିଛି । ଯେବେବି ଏପରି ଘଠଣା ଘଟିଛି, ଖେଳାଳିମାନେ ପୂର୍ବତନ କ୍ରିକେଟଙ୍କୁ ସମ୍ମାନ ଜଣାଇଛନ୍ତି । ସମ୍ମାନର ସହ ବ୍ୟାଚ ପିନ୍ଧିପାରିଥାନ୍ତେ । ତେବେ ଏହି ନିଷ୍ପତ୍ତି କ୍ୟାପଟେନ ଶିଖର ଧାୱନ ଓ କୋଚ୍‌ ଦ୍ରାବିଡଙ୍କ ଉପରେ ନିର୍ଭର କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.