ETV Bharat / sports

WTC Final: ଟିମ ଇଣ୍ଡିଆର ନୂଆ ଜର୍ସି - ଭାରତୀୟ କ୍ରିକେଟ ଟିମ ଜର୍ସି

କ୍ରିକେଟର ସମସ୍ତ ଫର୍ମାଟ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରୁ ଭାରତୀୟ କ୍ରିକେଟ ଦଳର ନୂଆ ଜର୍ସି ପିନ୍ଧି ଖେଳିବ । ଅଧିକ ପଢନ୍ତୁ

ଟିମ ଇଣ୍ଡିଆର ନୂଆ ଜର୍ସି
Team Indias new jerseys for all format
author img

By

Published : Jun 2, 2023, 8:52 AM IST

ଟିମ ଇଣ୍ଡିଆର ନୂଆ ଜର୍ସି

ମୁମ୍ବାଇ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ନୂଆ ଜର୍ସିରେ ନଜର ଆସିବ ଭାରତୀୟ କ୍ରିକେଟ ଦଳ । ଆଗାମୀ ଆଇସିସି ଡବ୍ଲୁଟିସି ଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଲୋକପ୍ରିୟ କ୍ରୀଡା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଆଦିଦାସ ଏବେ ଭାରତୀୟ ଦଳର ନୂଆ କିଟ ପ୍ରାୟୋଜକ ବା ସ୍ପନ୍ସର ହୋଇଛି । ଆଗାମୀ 5 ବର୍ଷ ପାଇଁ ଭାରତୀୟ ଦଳର ଜର୍ସି ପ୍ରାୟୋଜକ ଭାବେ ଚୁକ୍ତି କରିଛି । 2028 ଯାଏ ସ୍ପନ୍ସର ରହିବ ଆଦିଦାସ । ବିଶ୍ବ ଟେଷ୍ଟ ଚମ୍ପିଆନସିପକୁ ଆଉ ମାତ୍ର 4 ଦିନ ବାକି ରହିଛି । ଏହା ପୂର୍ବରୁ କ୍ରିକେଟର ସମସ୍ତ 3ଟି ଫର୍ମାଟ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । 3ଟି ଫର୍ମାଟ ପାଇଁ 3ଟି ଅଲଗା ଜର୍ସି ପିନ୍ଧି ଖେଳିବେ ଭାରତୀୟ କ୍ରିକେଟ ଟିମ ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ 3ଟି ଯାକ ଫର୍ମାଟ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ପାଇଁ ସ୍ବତନ୍ତ୍ର ନୂଆ ଜର୍ସି ଡ୍ରୋନ ଜରିଆରେ ପ୍ରଦର୍ଶିତ ହୋଇଛି । ଟେଷ୍ଟ କ୍ରିକେଟ ପାଇଁ ପ୍ରସ୍ତୁତ ଜର୍ସି ବେଶ ଚମତ୍କାର ହୋଇଛି । ଧଳ ଜର୍ସିର ସମ୍ମୁଖ ଭାଗରେ ନୀଳ ରଙ୍ଗରେ ଇଣ୍ଡିଆ ଲେଖା ହୋଇଛି । ଏହା ଉପରକୁ ବିସିସିଆଇ ଲୋଗୋ ରହିଛି । ଡାହାଣ ପାଖକୁ ଆଦିଦାସ ଲୋଗୋ ରହିଛି । ସେହିପରି ଟି-ଟ୍ବେଣ୍ଟି ଓ ଦିନିକିଆ ଜର୍ସି ମଧ୍ୟ ଖୁବ ସୁନ୍ଦର ହୋଇଛି । ଏଥିରେ ଜର୍ସି ମଧ୍ୟ ଭାଗରେ କମଳା ରଙ୍ଗରେ ଇଣ୍ଡିଆ ଲେଖା ହୋଇଛି । ଦିନିକିଆ ପାଇଁ ନୀଳ ରଙ୍ଗ ଓ ଚି-ଟ୍ବେଣ୍ଟି ପାଇଁ ଗାଡ ନୀଳ ରଙ୍ଗର ଜର୍ସି ପ୍ରସ୍ତୁତ ହୋଇଛି ।

ଏହା ବି ପଢନ୍ତୁ...WTC Final 2023: ଜୟସ୍ବାଲଙ୍କୁ ଟିପ୍ସ ଦେଉଛନ୍ତି କୋହଲି, ନଜର ପକାନ୍ତୁ ଟିମ ଇଣ୍ଡିଆର ପ୍ରାକ୍ଟିସ ସେସନ ଉପରେ

ଏହା ବି ପଢନ୍ତୁ...Junior Asia Cup: ପାକିସ୍ତାନକୁ ହରାଇ ଭାରତ ଚମ୍ପିଆନ

ପ୍ରକାଶଥାଉ କି, ଜୁନ 7 ତାରିଖରୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଆରମ୍ଭ ହେବ । ଲଗାତର ଦ୍ବିତୀୟ ଥର ପାଇଁ ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛି ଭାରତ । ଜୁନ 7 ତାରିଖରେ ଆଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ରୋହିତ ବାହିନୀ । ଇଂଲଣ୍ଡର ଓଭାଲରେ ଖେଳାଯିବ ମ୍ୟାଚ । 11 ଜୁନ ଯାଏଁ ଚାଲିବ ବିଶ୍ବ ଟେଷ୍ଟ ଚମ୍ପିଆନସିପ । ଏନେଇ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିସାରିଛି । 17 ଜଣିଆ ସ୍କ୍ବାଡ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଜୋରଦାର ଅଭ୍ୟାସ ମଧ୍ୟ ଜାରି ରଖିଛି । ଏହି ହାଇପ୍ରୋଫାଇଲ ଫାଇନାଲ ମ୍ୟାଚ୍‌ ଉପରେ ସାରା ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ଏହି ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । 2021ରେ ଭାରତ ରନର୍ସଅପ ହୋଇଥିଲା । ଏଥର ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.