ETV Bharat / sports

IND vs WI: କୋରୋନା ଭୟ ସତ୍ତ୍ବେ ଟିମ ଇଣ୍ଡିଆର ଅଭ୍ୟାସ ଆରମ୍ଭ

ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ ପାଇଁ ଶୁକ୍ରବାର ଜୋରଦାର ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ସ୍କ୍ବାଡ୍‌ର ଏକାଧିକ ସଦସ୍ୟ COVID ସଂକ୍ରମିତ ସତ୍ତ୍ବେ ନରନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ କରିଛି ଟିମ । ଅଧିକ ପଢନ୍ତୁ

author img

By

Published : Feb 4, 2022, 9:51 PM IST

Team India starts preparations for West Indies ODIs
IND vs WI: କୋରୋନା ଭୟ ସତ୍ତ୍ବେ ଟିମ ଇଣ୍ଡିଆର ଅଭ୍ୟାସ ଆରମ୍ଭ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ ପାଇଁ ଶୁକ୍ରବାର ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ସ୍କ୍ବାଡ୍‌ର ଏକାଧିକ ସଦସ୍ୟ COVID ସଂକ୍ରମିତ ସତ୍ତ୍ବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ କରିଛି ଟିମ । ତେବେ ଶୁକ୍ରବାର ଅଭ୍ୟାସ ସେସନରେ ସଂକ୍ରମିତ ଚିହ୍ନଟ ପରେ ଆଇସାଲେସନରେ ଥିବା ଶିଖର ଧାୱନ, ଋତୁରାଜ ଗଏକ୍ବାଡ, ଶ୍ରେୟସ ଆୟର ଓ ନବଦୀପ ସାଇନିଙ୍କୁ ଦେଖିବାକୁ ମିଳିନି ।

ଏହାମଧ୍ୟ ପଢନ୍ତୁ: ଜାଫର ଯୁଗରେ ରଣଜୀ ଅଭିଯାନ ସଫଳ ନେଇ OCA ଆଶାବାଦୀ

ନବନିଯୁକ୍ତ ପୂର୍ଣ୍ଣକାଳୀନ ODI କ୍ୟାପଟେନ ରୋହିତ ଶର୍ମା ଅଭ୍ୟାସ ସେସନ ଆରମ୍ଭ ପୂର୍ବରୁ ଖେଳାଳିଙ୍କୁ ସମ୍ବାଧିତ କରିଥିଲେ । ଟିମ ଇଣ୍ଡିଆ ଖେଳାଳିଙ୍କ ଅଭ୍ୟାସ ସମୟର ଫଟୋ BCCI ସେୟାର କରିଛି । ଆଗାମୀ ସୀମିତ ଓଭର ସିରିଜ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ ଆଗାମୀ ସଂସ୍କରଣର ODI ବିଶ୍ବକପ ଆୟୋଜକ ରହିଛି ଭାରତ । ଏହିଦୃଷ୍ଟିରୁ ବିଶ୍ବକପ ଟିମ ପ୍ରସ୍ତୁତି ପାଇଁ ଏବେଠାରୁ ପ୍ରତିଟି ODI ସିରିଜ ଗୁରୁତ୍ବପୂର୍ଣ୍ଣ ହେବ ।

ଦକ୍ଷିଣ ଆଫ୍ରିକା ଠାରୁ ୨-୧ ବ୍ୟବଧାନରେ ଟେଷ୍ଟ ସିରିଜ ଓ ODI ସିରିଜ ପରାଜୟ ପରେ ଭାରତୀୟ ଟିମର ମନୋବଳ କମ୍‌ ହୋଇଥିଲା । ମାତ୍ର ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ହାତେଇବା ସହ ପୁଣି ବିଜୟ ଟ୍ରାକ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛି ମେନ୍‌ ଇନ୍‌ ବ୍ଲୁ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.