ETV Bharat / sports

ମଉଳିଲା ଧାୱନଙ୍କ କମ୍‌ବ୍ୟାକ୍‌ ଆଶା; ଏସିଆନ୍‌ ଗେମ୍ସରେ ନେତୃତ୍ବ ନେବେ ଗାଏକ୍‌ୱାଡ, ରିଙ୍କୁଙ୍କୁ ଡକରା - ଶିଖର ଧାୱନ

ଏସିଆନ୍‌ ଗେମ୍ସ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା ହୋଇଛି । ତେବେ ଅନୁଭବୀ ବ୍ୟାଟର ଶିଖର ଧାୱନଙ୍କ ଅଧିନାୟକତ୍ବରେ ଭାରତ ଏସିଆନ୍‌ ଗେମ୍ସକୁ ଓହ୍ଲାଇବା ଚର୍ଚ୍ଚାକୁ ପଛରେ ପକାଇ ଗାଏକ୍‌ୱାଡଙ୍କୁ ଏହି ବଡ଼ ଦାୟିତ୍ବ ଦେଇଛି ବିସିସିଆଇ । ଅଧିକ ପଢ଼ନ୍ତୁ

ଏସିଆନ୍‌ ଗେମ୍ସରେ ଭାରତର ନେତୃତ୍ବ ନେବେ ଗାଏକ୍‌ୱାଡ

author img

By

Published : Jul 15, 2023, 8:32 PM IST

ହାଇଦ୍ରାବାଦ: ଏସିଆନ୍‌ ଗେମ୍ସ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ୍‌ ଦଳ । ଏହି ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳିବେ ଋତୁରାଜ ଗାଏକ୍ୱାଡ । ଆଇପିଏଲ ଷ୍ଟାର ରିଙ୍କୁ ସିଂହଙ୍କୁ ପଡ଼ିଲା ଡକରା । ହେଲେ ମଉଳି ଯାଇଛି ଅନୁଭବୀ ବ୍ୟାଟର ଶିଖର ଧାୱନଙ୍କ କମ୍‌ବ୍ୟାକ୍‌ ଆଶା । ବହୁ ଦିନରୁ ଟିମ ଇଣ୍ଡିଆରୁ ଦୂରରେ ରହିଥିବା ଏହି ଅନୁଭବୀ ବ୍ୟାଟରଙ୍କ ନେତୃତ୍ବରେ ଏକ ଦଳ ଏସିଆନ୍‌ ଗେମ୍ସକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଯୁବ ତାରକା ଋତୁରାଜ ଗାଏକ୍ୱାଡଙ୍କ କାନ୍ଧରେ ଏହି ବଡ଼ ଦାୟିତ୍ବ ଦେଇଛି ବିସିସିଆଇ । ତେବେ ସ୍କ୍ବାଡ୍‌ରେ ଧାୱନଙ୍କୁ ସାମିଲ ମଧ୍ୟ କରାଯାଇନାହିଁ ।

  • 🗣️ “𝑻𝒉𝒆 𝒅𝒓𝒆𝒂𝒎 𝒘𝒐𝒖𝒍𝒅 𝒃𝒆 𝒕𝒐 𝒘𝒊𝒏 𝒕𝒉𝒆 𝒈𝒐𝒍𝒅 𝒎𝒆𝒅𝒂𝒍, 𝒔𝒕𝒂𝒏𝒅 𝒐𝒏 𝒕𝒉𝒆 𝒑𝒐𝒅𝒊𝒖𝒎 𝒂𝒏𝒅 𝒔𝒊𝒏𝒈 𝒕𝒉𝒆 𝒏𝒂𝒕𝒊𝒐𝒏𝒂𝒍 𝒂𝒏𝒕𝒉𝒆𝒎 𝒇𝒐𝒓 𝒕𝒉𝒆 𝒄𝒐𝒖𝒏𝒕𝒓𝒚”

    A happy and proud @Ruutu1331 is excited to lead #TeamIndia at the #AsianGames 😃 pic.twitter.com/iPZfVU2XW8

    — BCCI (@BCCI) July 15, 2023 " class="align-text-top noRightClick twitterSection" data=" ">

ଗତକାଲି (ଶୁକ୍ରବାର) ୧୯ ତମ ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଦଳ ଘୋଷଣା କରିଛି । ଯୁବ ଓପନର ଋତୁରାଜ ଗାଏକ୍‌ୱାଡଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି ବିସିସିଆଇ । ଅନ୍ୟପଟେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂହ, ପ୍ରଭସିମ୍ରନ୍ ସିଂହ, ଜିତେଶ ଶର୍ମା ଓ ତିଲକ୍ ବର୍ମାଙ୍କ ଭଳି ଖେଳାଳୀଙ୍କୁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ମିଳିଛି । ଭାରତରେ ଅକ୍ଟୋବର ମାସରେ ବିଶ୍ବକପ ଆୟୋଜନ ହେବାକୁ ଥିବାରୁ ବରିଷ୍ଠ ଖେଳାଳୀ ମାନେ ଏହି ପ୍ରତିଯୋଗୀତାରୁ ଦୂରରେ ରହିବେ । ଏହି କାରଣରୁ ଗାଏକ୍‌ୱାଡଙ୍କ ନେତୃତ୍ବରେ ଏହି ଯୁବ ଦଳ ଭାରତ ପାଇଁ ଏସିଆନ୍ ଗେମ୍ସରେ ପ୍ରତିନିଧିତ୍ବ କରିବେ ।

ତେବେ ଆସନ୍ତା ସେପ୍ଟେମ୍ବର ମାସରେ ଏସିଆନ୍ ଗେମ୍ସ ଖେଳାଯିବାକୁ ଅଛି । ଭାରତ ପ୍ରଥମ ଥର ପାଇଁ ନିଜର କ୍ରିକେଟ୍ ଟିମ୍ ଏହି ପ୍ରତିଯୋଗିତାକୁ ପଠାଇବ । ତେବେ ଏସିଆନ୍‌ ଗେମ୍ସରେ ଭାରତ ଅନୁଭବୀ ବ୍ୟାଟର ଶିଖର ଧାୱନଙ୍କ ନେତୃତ୍ବରେ ପ୍ରତିଯୋଗିତାକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସେ ସବୁ ଚର୍ଚ୍ଚାକୁ ପଛରେ ପକାଇ ଋତୁରାଜଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରିଛନ୍ତି ଚନକର୍ତ୍ତା । ଏଠାରେ ପ୍ରକାଶ ଥାଉ କି, ଏସିଆନ୍ ଗେମ୍ସରେ ତୃତୀୟ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ପୂର୍ବରୁ ଭାରତ ନିଜର କ୍ରିକେଟ୍ ଟିମ୍‌କୁ ଏହି ପ୍ରତିଯୋଗିତାକୁ ପଠାଇନଥିଲା । କ୍ରିକେଟ୍‌ରେ ଗତ ଦୁଇଟି ଯାକ ଏସିଆନ୍‌ ଗେମ୍ସ ଇଭେଣ୍ଟରେ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଚମ୍ପିଆନ୍ ହେଉଥିଲେ । ଏଥର କିନ୍ତୁ ଭାରତୀୟ ଦଳ ଗୋଲ୍ଡ ମେଡଲ ହାସଲ କରିବ ବୋଲି ଆଶା ରଖିଛନ୍ତି ଚୟନକର୍ତ୍ତା ।

ଏହା ମଧ୍ୟ ପଢ଼ନ୍ତୁ...ଏସିଆନ ଗେମ୍ସରେ ଭାରତର ନେତୃତ୍ବ ନେବେ ଧାୱନ ! ଭିନ୍ନ ମତ ରଖିଲେ କାର୍ତ୍ତିକ

ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ: ଋତୁରାଜ ଗାଏକ୍‌ୱାଡ (ଅଧିନାୟକ), ଯଶସ୍ବୀ ଜୈସ୍ବାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ୱାସିଂଟନ୍ ସୁନ୍ଦର, ଶାହାବାଜ୍ ଅହମ୍ମଦ, ରବି ବଷ୍ଣୋଇ, ଅଭେଶ ଖାନ୍, ଅର୍ଶଦୀପ ସିଂହ, ମୁକେଶ କୁମାର, ଶିଭମ ମାଭି, ଶିବମ ଦୁବେ, ପ୍ରଭସିମ୍ରନ୍ ସିଂହ

ଷ୍ଟାଣ୍ଡ୍‌ବାଇ ପ୍ଲେୟାର: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ସାଇ ସୁଦର୍ଶନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.