ETV Bharat / sports

Asian Games 2023: ବର୍ଷା ଧୋଇନେଲା ଫାଇନାଲ୍‌ ମ୍ୟାଚ୍‌, ରାଙ୍କିଂ ଅନୁଯାୟୀ ଭାରତକୁ ପ୍ରଥମ ସ୍ବର୍ଣ୍ଣ - କ୍ରିକେଟ୍‌ ଫାଇନାଲ୍‌ରେ ଭାରତକୁ ସ୍ବର୍ଣ୍ଣ

ଚୀନ୍‌ର ହାଙ୍ଗଝୌ ସହରରେ ଜାରି ରହିଥିବା ଏସିଆନ୍‌ ଗେମ୍ସ ୨୦୨୩ରେ କ୍ରିକେଟ୍‌ ଫାଇନାଲ୍‌ରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ବର୍ଷା କାରଣରୁ ଫାଇନାଲ ମ୍ୟାଚ୍‌ ରଦ୍ଦ ହୋଇଥିଲେ ମଧ୍ୟ ରାଙ୍କିଂ ତାଲିକାର ଶୀର୍ଷରେ ରହିଥିବାରୁ ଗୋଲ୍ଡ ହାସଲ କରିଛି ଭାରତ । ଅଧିକ ପଢ଼ନ୍ତୁ

ଏସିଆନ୍‌ ଗେମ୍ସ ୨୦୨୩ କ୍ରିକେଟ୍‌ରେ ଭାରତକୁ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Oct 7, 2023, 3:12 PM IST

Updated : Oct 7, 2023, 3:41 PM IST

ହାଙ୍ଗଝୌ: ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଦଳକୁ ଐତିହାସିକ ସ୍ବର୍ଣ୍ଣ । ପ୍ରଥମ କରି ଏସୀୟ କ୍ରୀଡ଼ା କ୍ରିକେଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା । ଦୀର୍ଘ ସମୟ ଧରି ବର୍ଷା ନଛାଡ଼ିବାରୁ ଖେଳ ପୁନର୍ବାର ଆରମ୍ଭ ହୋଇପାରିନଥିଲା । ଫଳରେ ଖେଳକୁ ରଦ୍ଦ କରିଦିଆଯାଇଥିଲା । ହେଲେ ଭାରତୀୟ କ୍ରିକେଟ ଟିମ୍ ରାଙ୍କିଂ ଅନୁସାରେ ଶୀର୍ଷରେ ରହିଥିବାରୁ ଦଳକୁ ସ୍ବର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି । ଆଫଗାନିସ୍ତାନ ରୌପ୍ୟ ପଦକ ସହ ଏସିଆନ୍‌ ଗେମ୍ସ ଅଭିଯାନ ଶେଷ କରିଛି ।

ଆଜି (ଶନିବାର) ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଆଫଗାନିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଭାରତୀୟ ଅଧିନାୟକ ଋତୁରାଜ ଗାଏକ୍‌ୱାଡ । ସମ୍ପୂର୍ଣ୍ଣ ଏସିଆନ୍‌ ଗେମ୍ସରେ ଉଭୟ ବ୍ଯାଟିଂ ଓ ବୋଲିଂରେ ଦବଦବା ରଖିଥିବା ଭାରତୀୟ ଦଳ ଆଜି ମଧ୍ୟ ବୋଲିଂରେ ବେଶ ଚମତ୍କାର ପ୍ରଦର୍ଶନ କରିଥିଲା । ଆରମ୍ଭରୁ ହିଁ ପ୍ରତିପକ୍ଷ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା ଭାରତୀୟ ବୋଲିଂ ୟୁନିଟ । ଦୁଇ ଓପନର ଜୁବେଦ ଆକବରୀ ଓ ମହମ୍ମଦ ଶେହଜାଦ ଯଥାକ୍ରମେ ୫ ଓ ୪ ରନ କରି ପାଭିଲିୟନ ଫେରିଥିଲେ । ତୃତୀୟରେ ବ୍ୟାଟିଂ ପାଇଁ ଆସିଥିବା ନୁର ଅଲ୍ଲୀ ଜାଦରନ କେବଳ ୧ ରନ କରି ରନ୍‌ ଆଉଟ୍‌ ହୋଇଥିଲେ ।

ଚତୁର୍ଥ ୱିକେଟ୍‌ ପାଇଁ ଆସିଥିବା ଶାହିଦୁଲ୍ଲା କମଲ ଏକାକି ପରିସ୍ଥିତି ସମ୍ଭାଳି ବ୍ୟାଟିଂ କରିଥିଲେ ଓ ଭାରତୀୟ ବୋଲିଂ ଆଟାକ୍‌କୁ ଜୋରଦାର ଜବାବ ଦେଇଥିଲେ । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୩ ବଲରୁ ୩ ଚୌକା ଓ ୨ ଛକା ବଳରେ ୪୯ ରନ ସଂଗ୍ରହ କରିଛନ୍ତି । ଅଫସର ଜାଜାଇ ୧୫ ରନ କରି ରବି ବିଷ୍ଣୋଇଙ୍କ ଶିକାର ପାଲଟିଥିବା ବେଳେ କେବଳ ୧ ରନ୍‌ କରି ଶାହବାଜ ଅହମ୍ମଦଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ କରିମ ଜନତ । ଅଧିନାୟକ ଗୁଲବାଦିନ ନାଇବ ଶାହିଦୁଲ୍ଲା କମଲଙ୍କ ସାଥ୍‌ ଦେଇ ବ୍ୟାଟିଂ କରିଥିଲେ । ସେ ୨୪ ବଲରୁ ଅପରାଜିତ ୨୭ ରନ କରିଥିଲେ । ଏହି ସମୟରେ ବର୍ଷା ଆରମ୍ଭ ହୋଇ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି କରିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍‌ ଆରମ୍ଭ ହୋଇନପାରିବାରୁ ଖେଳକୁ ରଦ୍ଦ ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: କ୍ରିକେଟରେ ଆଜି ଫାଇନାଲ ମୁକାବିଲା, ମୁହାଁମୁହିଁ ହେବ ଭାରତ ଓ ଆଫଗାନିସ୍ତାନ

ତେବେ ସମ୍ପୂର୍ଣ୍ଣ ଏସିଆନ୍‌ ଗେମ୍ସ ଦୌଡ଼ରେ ଭାରତୀୟ କ୍ରିକେଟ୍‌ ଦଳ ଆରମ୍ଭରୁ ଶୀର୍ଷ ରାଙ୍କିଂରେ ରହିଛି । ଏଥିପାଇଁ ଫାଇନାଲ୍‌ ମ୍ୟାଚ୍‌ ରଦ୍ଦ ହୋଇଥିଲେ ମଧ୍ୟ ଭାରତୀୟ ଦଳକୁ ସ୍ବର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । ଏହା ପୂର୍ବରୁ ଶୁକ୍ରବାର ପ୍ରଥମ ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ବାଂଲାଦେଶ ଓ ଭାରତ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଳାଇ ୨୦ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୯୬ ରନ କରିଥିଲା ବାଂଲାଦେଶ । ଜବାବରେ ଭାରତ ମାତ୍ର ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ସିଧା ଫାଇନାଲକୁ ପ୍ରବେଶ କରିଥିଲା । ଏହି ମ୍ୟାଚ୍‌ରେ ତିଲକ ବର୍ମା ୨୫ ବଲରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଦ୍ବିତୀୟ ସେମିଫାଇନଲାରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପାକିସ୍ତାନକୁ ୪ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଆଫଗାନିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2023, 3:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.