ETV Bharat / sports

ଦକ୍ଷିଣ ଆଫ୍ରିକା ଅଭିମୁଖେ ଟିମ୍‌ ଇଣ୍ଡିଆ, ୧୦ରୁ T20 ଫାଇଟ୍‌

author img

By ETV Bharat Odisha Team

Published : Dec 6, 2023, 7:19 PM IST

ଆଗାମୀ ଡିସେମ୍ବର ୧୦ ତାରିଖରେ ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ସହ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । ଏଥିପାଇଁ ବୁଧବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ । ଅଧିକ ପଢ଼ନ୍ତୁ

ଦକ୍ଷିଣ ଆଫ୍ରିକା ଅଭିମୁଖେ ଟିମ୍‌ ଇଣ୍ଡିଆ
ଦକ୍ଷିଣ ଆଫ୍ରିକା ଅଭିମୁଖେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଦମଦାର ବିଜୟ ହାସଲ କରିବା ପରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି ଟିମ୍‌ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଡିସେମ୍ବର ୧୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ଶୃଙ୍ଖଳା ଖେଳିବ । ଗୋଟିଏ ମାସର ଲମ୍ବା ଯାତ୍ରା ପାଇଁ ଭାରତୀୟ କ୍ରିକେଟ୍ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହି ସମୟର କିଛି ଫଟୋ କ୍ରିକେଟରମାନେ ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି । ଏହି ଫଟୋ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କେକେଆର୍‌ର ଅଫିସିଆଲ୍‌ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ମଧ୍ୟ ସେୟାର ହୋଇଛି ।

୧୦ରୁ ଟି୨୦ ଶୃଙ୍ଖଳା: ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏକ ଫଟୋରେ ଅର୍ଶଦୀପ ସିଂ ଓ କୁଲଦୀପ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସେହିଭଳି ତିଲକ ବର୍ମା ମଧ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ ଓ ମହମ୍ମଦ ସିରାଜ ନଜର ଆସିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୧୦, ୧୨ ଓ ୧୪ ତାରିଖରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ଖେଳା ଯିବାକୁ ଥିବାବେଳେ ଡିସେମ୍ବର ୧୭, ୧୯ ଓ ୨୧ରେ ଏକଦିବସୀୟ ଶୃଙ୍ଖଳା ଖେଳାଯିବ । ସେହିଭଳି ଉଭୟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ସେଞ୍ଚୁରିୟନରେ ଖେଳାଯିବ । ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ୨୦୨୪ ଜାନୁଆରୀ ୩ରୁ ୭ ତାରିଖ ମଧ୍ୟରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ଥର ପାଇଁ ୩ ଅଧିନାୟକ ନେଇ ଗସ୍ତ କରିବ ଟିମ୍‌ ଇଣ୍ଡିଆ, ଜାଣନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ ସୂଚୀ

ଦଳକୁ ଫେରିବେ କୋଚ୍‌ ଦ୍ରାବିଡ୍‌: ଦିନିକିଆ ବିଶ୍ବକପ୍‌ ୨୦୨୩ ପରାଜୟ ସହିତ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ବିସିସିଆଇ ଅନ୍ୟ ପ୍ରଶିକ୍ଷକଙ୍କ ସନ୍ଧାନରେ ରହିଥିବା ଚର୍ଚ୍ଚା ହୋଇଥିଲା । ଏପରିକି ଦ୍ରାବିଡଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ବ ତୁଲାଇଥିବା ଭିଭିଏସ୍‌ ଲକ୍ଷ୍ମଣ ନିୟମିତ କୋଚ ଭାବେ ନିଯୁକ୍ତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ଶେଷରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଦ୍ରାବିଡଙ୍କ କାର୍ଯ୍ୟକାଳ ବଢ଼ାଇଥିଲା ବିସିସିଆଇ । ଦ୍ରାବିଡଙ୍କ ସହିତ ଅନ୍ୟ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସୂଚନା ଦେଇଥିଲା ବିସିସିଆଇ । ଏହି ଗସ୍ତରୁ ସମସ୍ତେ ନିଜ ନିଜ କାର୍ଯ୍ୟକୁ ଫେରିବେ ।

ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ: ଯଶସ୍ବୀ ଜୈସ୍‌ୱାଲ, ଶୁଭମନ୍‌ ଗିଲ୍‌, ଋତୁରାଜ ଗାଏକ୍‌ୱାଡ୍‌, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍‌କିପର), ଜିତେଶ ଶର୍ମା (ୱିକେଟ୍‌କିପର), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୂଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.